Advertisment

୪୦ ଜଣଙ୍କ ଜୀବନ ନେଇଥିବା ପେଜର ବିସ୍ଫୋରଣ କରିଥିଲା ଇସ୍ରାଏଲ, ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ

ବୁଧବାର ଲେବାନନ ସରକାର ମିଳିତ ଜାତିସଂଘର ଲେବର ଏଜେନ୍ସି ନିକଟରେ ଭୟଙ୍କର ପେଜର ବିସ୍ଫୋରଣ ସମ୍ପର୍କରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିଥିଲା।

Netanyahu

Netanyahu

Advertisment

ଲେବାନନରେ ପେଜର ବିସ୍ଫୋରଣ କରିଥିଲା ଇସ୍ରାଏଲ। ପେଜର ଆଟାକ କରିବା ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଅନୁମତି ଦେଇଥିଲେ। ଏକଥା ନିଜେ ନେତାନ୍ୟାହୁ ଆଜି ସ୍ୱୀକାର କରିଛନ୍ତି। ଲେବାନନରେ ହୋଇଥିବା ପେଜର ବିସ୍ଫୋରଣରେ ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲାର ୪୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

Advertisment

ନେତାନ୍ୟାହୁଙ୍କ ମୁଖପାତ୍ର ଓମେର ଦୋଷ୍ଟ୍ରି ଆଜି କହିଛନ୍ତି, “ନେତାନ୍ୟାହୁ ରବିବାର ନିଶ୍ଚିତ କରିଛନ୍ତି ଯେ ସେ ହିଁ ଲେବାନନରେ ପେଜର ଅପରେସନ ପାଇଁ ସବୁଜ ସଙ୍କେତ ଦେଇଥିଲେ।”

ସେପ୍ଟେମ୍ବର ୧୭ରେ ହେଜବୁଲ୍ଲା ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା ଶତାଧିକ ପେଜର ଏକାସାଙ୍ଗରେ ବିସ୍ଫୋରଣ ହୋଇଥିଲା। ଏଥିଯୋଗୁ ହେଜବୁଲ୍ଲା ସମେତ ଏକାଧିକ ସାଧାରଣ ଲୋକ ମଧ୍ୟ ମୃତାହତ ହୋଇଥିଲେ।

Advertisment

ବୁଧବାର ଲେବାନନ ସରକାର ମିଳିତ ଜାତିସଂଘର ଲେବର ଏଜେନ୍ସି ନିକଟରେ ଭୟଙ୍କର ପେଜର ବିସ୍ଫୋରଣ ସମ୍ପର୍କରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିଥିଲା। ଏପରି ପେଜର ଆକ୍ରମଣ ମାନବତାପ୍ରତି ବିରୋଧରେ ଗୋଟିଏ ବଡ଼ ଯୁଦ୍ଧ। ଏହା ପଛରେ ଇସ୍ରାଏଲ ସରକାର ରହିଛନ୍ତି।

ଲେବାନନର ଏପରି ଅଭିଯୋଗ ପରେ ନେତାନ୍ୟାହୁ ନିଜ ଆଡ଼ୁ ପେଜର ଆକ୍ରମଣ ପାଇଁ ସେ ହିଁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି।

Hezbollah Benjamin Netanyahu Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe