Advertisment

ନେତାନ୍ୟାହୁଙ୍କୁ ପୁଣି ହତ୍ୟା ଉଦ୍ୟମ, ଘର ଉପରକୁ ବୋମା ମାଡ଼

ଗତ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଡ୍ରୋନ୍‌ ଆକ୍ରମଣ ହୋଇଥିଲା।

ଅଦ୍ୟତନ ହୋଇଛି
Rocket Attack

Rocket Attack

Advertisment

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ହତ୍ୟା ଉଦ୍ୟମ୍‌। ତାଙ୍କ ଘର ଉପରକୁ ପୁଣି ହେଲା ହମ୍‌ଲା। ବୋମା ମାଡ଼ କଲା ହେଜବୁଲ୍ଲା। ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଦ୍ୱାରା ଶୁକ୍ରବାର ଦୁଇଟି ବୋମା ମାଡ଼ କରାଯାଇଛି। ନେତାନ୍ୟାହୁଙ୍କ ଘର ପାଖରେ ସ୍ଥିତ କେସରିୟା ଅଞ୍ଚଳରେ ଏହି ବୋମା ମାଡ଼ ହୋଇଛି। ଏନେଇ ସୁରକ୍ଷା ସେବା ଶନିବାର ସୂଚନା ଦେଇ ଘଟଣାକୁ ଗୁରୁତର ବୋଲି ବର୍ଣ୍ଣନା କରିଛି।

Advertisment

ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଥିବା ଉଦ୍ୟାନରେ ଦୁଇଟି ବିସ୍ଫୋରଣ ଘଟିଛି ବୋଲି ପୁଲିସ ଏବଂ ସିନ୍‌ ବେଟ୍ ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ମିଳିତ ବିବୃତ୍ତିରେ କହିଛନ୍ତି। ତେବେ ଘଟଣା ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ଘରେ ନଥିଲେ। ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଏହା ଏକ ଗୁରୁତର ଘଟଣା ବୋଲି ସେ କହିଛନ୍ତି।

ଇସ୍ରାଏଲ୍ ରାଷ୍ଟ୍ରପତି ଇସହାକ ହର୍ଜୋଗ ଏହି ଘଟଣାକୁ ନିନ୍ଦା କରିବା ସହ ସର୍ବସାଧାରଣ କ୍ଷେତ୍ରରେ ହିଂସା ବୃଦ୍ଧି ହେବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି। ହର୍ଜୋଗ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ମୁଁ ବର୍ତ୍ତମାନ ସିନ୍‌ ବେଟ୍‌ ମୁଖ୍ୟଙ୍କ ସହ କଥା ହୋଇଛି। ଏହି ଘଟଣା ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ଶୀଘ୍ର ଯାଞ୍ଚ ଏବଂ ମୁକାବିଲା କରିବାର ଆବଶ୍ୟକତା ରହିଛି।

Advertisment

କହିରଖୁ ଯେ, ଗତ ମାସ ଅକ୍ଟୋବର ୧୯ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଡ୍ରୋନ୍‌ ଆକ୍ରମଣ ହୋଇଥିଲା। ଏଥିପାଇଁ ହେଜବୁଲ୍ଲା ନିଜକୁ ଦାୟୀ କରିଥିଲା। ଏହା ପରେ ହେଜବୁଲ୍ଲା ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ ନେତାନ୍ୟାହୁ।

Benjamin Netanyahu Rocket Attack Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe