Advertisment

ଯୁଦ୍ଧ ବିରତି ପ୍ରସ୍ତାବକୁ ଫୁ’, ହେଜବୁଲ୍ଲା ବିରୋଧୀ ହମଲାକୁ ଜୋରଦାର କରିବାକୁ କହିଲା ଇସ୍ରାଏଲ

ଇସ୍ରାଏଲ ସେନା ଦରକାର ପଡ଼ିଲେ ଲେବାନନରେ ଗ୍ରାଉଣ୍ଡ ଅପରେସନ କରି ହେଜବୁଲ୍ଲାକୁ ଦମନ କରିବେ ବୋଲି ମଧ୍ୟ ନେତାନ୍ୟାହୁ କହିଥିଲେ।

author-image
Hemant Lenka
War

War

ଲେବାନନରେ ସକ୍ରିୟ ଥିବା ଇରାନ ସମର୍ଥିତ ହେଜବୁଲ୍ଲା ବିରୋଧରେ ଆକ୍ରମଣକୁ ଆହୁରି ଜୋରଦାର କରିଛି ଇସ୍ରାଏଲ। ସୋମବାର ଠାରୁ ହେଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରୁଥିବା ଏୟାର ଷ୍ଟ୍ରାଇକରେ ସାଧାରଣ ପ୍ରାଣ ହରାଇବାରେ ଲାଗିଛନ୍ତି। 

Advertisment

ଏଥିପାଇଁ ଇସ୍ରାଏଲକୁ ୨୧ ଦିନିଆ ଯୁଦ୍ଧ ବିରତି ପାଇଁ ଆହ୍ୱାନ ସହଯୋଗୀ ଆମେରିକା ଓ ଅନ୍ୟ ରାଷ୍ଟ୍ରଗୁଡ଼ିକ ଆହ୍ୱାନ ଦେଇଥିଲେ। କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖାତିର କରି ନାହାନ୍ତି। ଯୁଦ୍ଧ ବିରତି ପ୍ରସ୍ତାବକୁ ସେ ଅଗ୍ରାହ୍ୟ କରି ଇସ୍ରାଏଲ ସେନାକୁ ହେଜବୁଲ୍ଲା ବିରୋଧରେ ପୂର୍ଣ୍ଣ କ୍ଷମତାର ସହ ଅପରେସନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନେତାନ୍ୟାହୁଙ୍କ ଅଫିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଯୁଦ୍ଧ ବିରତି ପ୍ରସ୍ତାବ ଆମେରିକା ଓ ଫ୍ରାନ୍ସ ପକ୍ଷରୁ ଆସିଥିଲା। ଏହାର ଜବାବ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଇ ନାହାନ୍ତି। ପ୍ରସ୍ତାବ ଆସିଥିଲେ ହେଁ ସେ ଆର୍ମିକୁ ପୂର୍ଣ୍ଣ କ୍ଷମତାର ସହ ଲଢ଼େଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏଥିରେ କୁହାଯାଇଛି।

Advertisment

ଏହାପୂର୍ବରୁ ଇସ୍ରାଏଲ ସେନା ଦରକାର ପଡ଼ିଲେ ଲେବାନନରେ ଗ୍ରାଉଣ୍ଡ ଅପରେସନ କରି ହେଜବୁଲ୍ଲାକୁ ଦମନ କରିବେ ବୋଲି ନେତାନ୍ୟାହୁ କହିଥିଲେ।

ସୋମବାର ଠାରୁ ଇସ୍ରାଏଲ ସେନା ଲେବାନନରେ ଆକ୍ରମଣ କରୁଥିବାରୁ ଶହଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ହେଜବୁଲ୍ଲା ମଧ୍ୟ ପାଲଟା ଆକ୍ରମଣ କରିବାରୁ ସ୍ଥିତି ଭୟଙ୍କର ହୋଇଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା, ୟୁରୋପୀୟ ୟୁନିୟନ ଓ ଅନ୍ୟ ସହଯୋଗୀ ରାଷ୍ଟ୍ର ସମେତ ଅନେକ ଆରବ ରାଷ୍ଟ୍ର ୨୧ ଦିନିଆ ଯୁଦ୍ଧ ବିରତି ପାଇଁ ଇସ୍ରାଏଲ ଓ ହେଜବୁଲ୍ଲାକୁ ପ୍ରସ୍ତାବ ଦେଇଥିଲେ।

Israel Hezbollah