/odisha-reporter/media/post_attachments/uploadimage/library/16_9/16_9_0/Benjamin_1757584504.jpg)
Benjamin
କତରର ରାଜଧାନୀ ଦୋହାରେ ଇସ୍ରାଏଲ ସେନା ପକ୍ଷରୁ କରାଯାଇଥିବା ହମଲାକୁ ଯଥାର୍ଥ ଦର୍ଶାଇବାକୁ ଚାହିଁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ ଦୋହା ହମଲାକୁ ଠିକ ଦର୍ଶାଇବା ପାଇଁ ୯/୧୧ ହମଲା ପରେ ଆମେରିକା ନେଇଥିବା ପଦକ୍ଷେର ଉଦାହରଣ ଦେଇଛନ୍ତି। ଏଥିସହ ସେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଦେଶଗୁଡ଼ିକୁ କଡ଼ା ବାର୍ତ୍ତା ଦେଇଛନ୍ତି।
ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶଗୁଡ଼ିକ ସେମାନଙ୍କୁ ବହିଷ୍କାର କରନ୍ତୁ କିମ୍ବା ସେମାନଙ୍କୁ କାଠ ଗଡ଼ାକୁ ଆଣନ୍ତୁ, ଯଦି ସେମାନେ ସେମିତି ନ କରିବେ ତା’ହେଲେ ଇସ୍ରାଏଲ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନେତାନ୍ୟାହୁ ଚେତାବନୀ ଦେଇଛନ୍ତି।
ଅକ୍ଟୋବର ୭ରେ ହମାସ କରିଥିବା ଆକ୍ରମଣ ଇସ୍ରାଏଲ ପାଇଁ ୯/୧୧। କତର ହମାସକୁ ସୁରକ୍ଷିତ ଆଶ୍ରୟ ଯୋଗାଇ ଦେବା ସହ ଆତଙ୍କବାଦୀମାନଙ୍କୁ ଆର୍ଥିକ ସହାୟତା କରୁଥିବା ମଧ୍ୟ ନେତାନ୍ୟାହୁ କହିଛନ୍ତି। ସେ ଗୋଟିଏ ଭିଡିଓ ବାର୍ତ୍ତାରେ କହିଛନ୍ତି, “ମୁଁ କତର ଓ ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ଦେଉଥିବା ଦେଶଗୁଡ଼ିକୁ କହିବାକୁ ଚାହୁଁଛି ଯେ ସେମାନେ ଆତଙ୍କବାଦୀଙ୍କୁ ବହିଷ୍କାର କରନ୍ତୁ କିମ୍ବା ସେମାନଙ୍କୁ କାଠ ଗଡ଼ାକୁ ଆଣନ୍ତୁ। କାରଣ ଯଦି ସେମାନେ ଏପରି କରିପାରିବେ ନାହିଁ, ତା’ହେଲେ ଏହି କାମ ଆମେ କରିବୁ।”
ମଙ୍ଗଳବାର ଇସ୍ରାଏଲ ପକ୍ଷରୁ ଦୋହାରେ ଥିବା ହମାସର ରାଜନୀତିକ ନେତୃବୃନ୍ଦଙ୍କ ମୁଖ୍ୟାଳୟରେ ଆକ୍ରମଣ କରାଯାଇଥିଲା। ସେମାନେ ଗାଜା ଷ୍ଟ୍ରିପରେ ଯୁଦ୍ଧ ବିରତି ପାଇଁ ଆମେରିକା ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଏକାଠି ହୋଇଥିବା ବେଳେ ଏପରି ହମଲା ହୋଇଥିଲା।
ଆମେରିକାର ଜଣେ ସହଯୋଗୀ ରାଷ୍ଟ୍ର ଉପରେ ଆଉ ଜଣେ ସହଯୋଗୀ ଏପରି ଆକ୍ରମଣ କରିବା ଘଟଣା ବିବାଦକୁ ତୀବ୍ର କରିଛି। କତର ମଧ୍ୟ ଏପରି ହମଲା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଇସ୍ରାଏଲ ସେନା କତର ସାର୍ବଭୌମତ୍ୱକୁ ଉଲ୍ଲଙ୍ଘନ କରିଥିବା ଦୋହା ପକ୍ଷରୁ କୁହାଯାଇଛି। ବିଭିନ୍ନ ରାଷ୍ଟ୍ର ଇସ୍ରାଏଲ ହମଲାକୁ ନିନ୍ଦା ମଧ୍ୟ କରିଛନ୍ତି।
ଏସବୁ ଭିତରେ ନେତାନ୍ୟାହୁ ୯/୧୧ ବର୍ଷ ପୂର୍ତ୍ତିରେ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି, “ସେପ୍ଟେମ୍ବର ୧୧ ହମଲା ପରେ ଆମେରିକା କ’ଣ କରିଥିଲା? ଏଭଳି ଭୟଙ୍କର ଅପରାଧ ଘଟାଇଥିବା ଆତଙ୍କବାଦୀ ଯେଉଁଠି ରହିଲେ ବି ସେମାନଙ୍କୁ ଖୋଜି ବାହାର କରିବାର ପ୍ରତିଶ୍ରୁତି ଦେଇଥିଲା।
ହମଲାର ୨ ସପ୍ତାହର ୨ ସପ୍ତାହ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଗୋଟିଏ ସଂକଳ୍ପ ପାରିତ କରିଥିଲା। ଏଥିରେ କୁହାଯାଇଥିଲା ଯେ କୌଣସି ସରକାର ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ଦେଇ ପାରିବେ ନାହିଁ। ମଙ୍ଗଳବାର ଆମେ ଏହି ଧାରାରେ ପଦକ୍ଷେପ ନେଇଛୁ।
I say to Qatar and all nations who harbor terrorists, you either expel them or you bring them to justice. Because if you don’t, we will pic.twitter.com/nlYa7r1OPi
— Benjamin Netanyahu - בנימין נתניהו (@netanyahu) September 10, 2025
ଆମେ ଆମେରିକା ଯାହା କରିଥିଲା ସେଇଆ କରିଛୁ। ଆମେରିକା ଅଲ କାଏଦା ଆତଙ୍କବାଦୀଙ୍କୁ ଖୋଜି ଖୋଜି ଆଫଗାନିସ୍ତାନ ଯାଇଥିଲା ଓ ପରବର୍ତ୍ତୀ ସମୟରେ ଓସାମା ବିନ ଲାଡେନକୁ ପାକିସ୍ତାନରେ ହତ୍ୟା କରିଥିଲା। ଏବେ ଏକାଧିକ ଦେଶ ଇସ୍ରାଏଲ ପଦକ୍ଷେପକୁ ନିନ୍ଦା କରୁଛନ୍ତି। ସେମାନେ ନିଜକୁ ନିଜେ ଲଜ୍ଜାବୋଧ କରିବା ଦରକାର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
