Advertisment

ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ, ଚିଠି କଲେ ହସ୍ତାନ୍ତର

ହ୍ୱାଇଟ ହାଉସରେ ଚାଲିଥିବା ଇସ୍ରାଏଲ ଓ ଆମେରିକାର ବୈଠକରେ ନେତାନ୍ୟାହୁ ମନୋନୀତ କରାଯାଇଥିବା ଗୋଟିଏ ଚିଠିକୁ ଟ୍ରମ୍ପଙ୍କୁ ହସ୍ତାନ୍ତର କରିଛନ୍ତି।

USA

USA

Advertisment

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଏକଥା ସେ ସୋମବାର ଟ୍ରମ୍ପଙ୍କୁ ଅବଗତ ମଧ୍ୟ କରିଛନ୍ତି। ଏଥିସହ ହ୍ୱାଇଟ ହାଉସରେ ଚାଲିଥିବା ଇସ୍ରାଏଲ ଓ ଆମେରିକାର ବୈଠକରେ ନେତାନ୍ୟାହୁ ମନୋନୀତ କରାଯାଇଥିବା ଗୋଟିଏ ଚିଠିକୁ ଟ୍ରମ୍ପଙ୍କୁ ହସ୍ତାନ୍ତର କରିଛନ୍ତି।

Advertisment

ବୈଠକ ବେଳେ ନେତାନ୍ୟାହୁ କହିଛନ୍ତି, “ମୁଁ ଆପଣଙ୍କୁ କିଛି ଦେବାକୁ ଚାହୁଁଛି ମିଷ୍ଟର ପ୍ରେସିଡେଣ୍ଟ। ନୋବେଲ ପୁରସ୍କାର କମିଟିକୁ ମୁଁ ପଠାଇଥିବା ଚିଠି ଆପଣଙ୍କୁ ଦେଉଛି। ଆପଣଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏଇଟା ସେହି ଚିଠି। ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଆପଣ ହକଦାର ଓ ଆପଣ ଏହା ନିଶ୍ଚିତ ପାଇବେ।”

ଏକଥା କହିବା ପରେ ନେତାନ୍ୟାହୁ ମନୋନୀତ ପତ୍ରକୁ ଟ୍ରମ୍ପଙ୍କୁ ହସ୍ତାନ୍ତର କରିଛନ୍ତି। ଟ୍ରମ୍ପ ନିଜକୁ ଶାନ୍ତିର ଦୂତ ବୋଲି ପୂର୍ବରୁ କହି ବୁଲୁଥିବା ବେଳେ ନେତାନ୍ୟାହୁଙ୍କ ବୟାନ ପରେ ସେ ଆହୁରି ଉତ୍ସାହିତ ହୋଇପଡ଼ିଛନ୍ତି। ପ୍ରଥମେ ସେ ନେତାନ୍ୟାହୁଙ୍କ ଚିଠି ଦେଖି ଚକିତ ହୋଇଯାଇଥିଲେ। କିନ୍ତୁ ଏହାପରେ ସେ କହିଛନ୍ତି, “ଆପଣଙ୍କ ଠାରୁ ଏହା ଆସିବା ବହୁତ ଗୁରୁତ୍ୱ ବହନ କରେ। ବହୁତ ବହୁତ ଧନ୍ୟବାଦ।”

Advertisment

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନିଜ ଟିମ ସହ ହ୍ୱାଇଟ ହାଉସକୁ ଡିନର କରିବାକୁ ଆସିଥିଲେ। ଚଳିତ ବର୍ଷ ନେତାନ୍ୟାହୁ ଓ ଟ୍ରମ୍ପଙ୍କ ମଧ୍ୟରେ ଏହା ତୃତୀୟ ବୈଠକ।

Benjamin Netanyahu Donald Trump Nobel Peace Prize USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe