Advertisment

ଇସ୍ରାଏଲର ପ୍ରତିଆକ୍ରମଣରେ ୧୯ ମୃତ, ଅସ୍ତ୍ରବିରତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କଲେ ନେତାନ୍ୟାହୁ

ହମାସ ଆକ୍ରମଣରେ ଇସ୍ରାଏଲର 3 ଜଣ ସୈନ୍ୟଙ୍କ ନିଧନ ପରେ ଅସ୍ତ୍ରବିରତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବେଞ୍ଜାମିନ ନେତାନ୍ୟାହୁ।

author-image
Debibandita Barick
ଅଦ୍ୟତନ ହୋଇଛି
Rafah Attack

Rafah Attack

ଥମିବାର ନାଁ ନେଉନି ଇସ୍ରାଏଲ-ହମାସ ଯୁଦ୍ଧ। କେରିମ ଶାଲୋନ ସୀମାରେ ମାରାତ୍ମକ ରକେଟ ଆକ୍ରମଣ ପାଇଁ ହମାସ ନିଜକୁ ଦାୟୀ କରିବା ପରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ। ଏହି ଆକ୍ରମଣ ସହ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଘନେଇଛି।

Advertisment

ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଶେଷ ପର୍ଯ୍ୟାୟ ଆଲୋଚନା ସରିବା ପରେ ଏହି ଆକ୍ରମଣ ହୋଇଛି। କେରିମ ଶାଲୋନ ସୀମାରେ ହୋଇଥିବା ରକେଟ ମାଡ଼ରେ ଇସ୍ରାଏଲର ତିନି ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପାଇଁ ହମାସ ନିଜକୁ ଦାୟୀ କରିବା ପରେ ରାଫା ସହର ଉପରେ ଆକ୍ରମଣ କରିଛି ଇସ୍ରାଏଲ।

ମିଡିଆ ରିପୋର୍ଟ ଅନୁସାରେ, ହମାସ ଆକ୍ରମଣରେ ପ୍ରାୟ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ପ୍ରତିଆକ୍ରମଣ ସହ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି ଇସ୍ରାଏଲ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଗାଜାରୁ ସୈନ୍ୟ ପ୍ରତ୍ୟାହାର ଓ ଯୁଦ୍ଧ ସମାପ୍ତି ପାଇଁ ହମାସ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରୁନାହୁଁ।

Advertisment

ହମାସ କହିଛନ୍ତି ଯେ, ଯୁଦ୍ଧ ବିରତି ସହ କେତେକ ପ୍ରମୁଖ ଦାବି ରଖିଥିଲେ ପାଲେଷ୍ଟାଇନ ସୈନ୍ୟବାହିନୀ। କିନ୍ତୁ ଇସ୍ରାଏଲ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। 

ସେପଟେ ଅସ୍ତ୍ରବିରତି ଚୁକ୍ତିରେ ରାଜି ହେବା ପାଇଁ ଇହୁଦୀ ରାଷ୍ଟ୍ର ହମାସକୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। କିନ୍ତୁ ରାଫା ଆକ୍ରମଣ ସହ ବିବାଦ ପୁଣି ଥରେ ଘନେଇଛି। ଆଗକୁ ବିବାଦ କେଉଁ ମୋଡ଼ ନେବ ତା' ଉପରେ ସମସ୍ତଙ୍କ ନଜର। 

Israel PM Israel-Hamas War Benjamin Netanyahu Israel-Palestine Conflict