Advertisment

ଜାତିସଂଘ ମଞ୍ଚରୁ ଇରାନକୁ ଖୋଲା ଧମକ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଯଦି ଇରାନ ପ୍ରଥମେ ଆକ୍ରମଣ କରିବ, ତା’ହେଲେ ଇସ୍ରାଏଲ କେବେ ବି ପଛ ଘୁଞ୍ଚା ଦେବ ନାହିଁ। ଇରାନ ଯଦି ଗାଜା ପ୍ରସଙ୍ଗରେ ଲଢ଼େଇ କରେ, ତା’ହେଲେ ଇସ୍ରାଏଲ ଦେଶର ଯେକୌଣସି ସ୍ଥାନରେ ପହଞ୍ଚି ଜବାବ ଦେବାକୁ ପଛାଇବ ନାହିଁ ବୋଲି ନେତାନ୍ୟାହୁ କହିଛନ୍ତି।

 Israel

Israel

Advertisment

ଗାଜା ଓ ଲେବାନନରେ ଘନଘଡ଼ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ତା’ର ଆଭିମୁଖ୍ୟକୁ ଆହୁରି କଠୋର କରିଛି। ଲେବାନନରେ ସକ୍ରିୟ ଇରାନ ସମର୍ଥିତ ହେଜବୁଲ୍ଲା ବିରୋଧରେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ପାଇଁ ଅଣ୍ଟା ଭିଡ଼ିଛି। ଏସବୁ ଭିତରେ ମିଳିତ ଜାତିସଂଘର ମଞ୍ଚରୁ ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାଦନ୍ୟାହୁ।

Advertisment

ଯଦି ଇରାନ ପ୍ରଥମେ ଆକ୍ରମଣ କରିବ, ତା’ହେଲେ ଇସ୍ରାଏଲ କେବେ ବି ପଛ ଘୁଞ୍ଚା ଦେବ ନାହିଁ। ଇରାନ ଯଦି ଗାଜା ପ୍ରସଙ୍ଗରେ ଲଢ଼େଇ କରେ, ତା’ହେଲେ ଇସ୍ରାଏଲ ଦେଶର ଯେକୌଣସି ସ୍ଥାନରେ ପହଞ୍ଚି ଜବାବ ଦେବାକୁ ପଛାଇବ ନାହିଁ ବୋଲି ନେତାନ୍ୟାହୁ କହିଛନ୍ତି।

ସେ କହିଛନ୍ତି, “ତେହରାନର ଅତ୍ୟାଚାରୀଙ୍କୁ ମୁଁ ଗୋଟିଏ ବାର୍ତ୍ତା ଦେବାକୁ ଚାହେଁ। ଯଦି ତୁମେ ଆମ ଉପରେ ଆକ୍ରମଣ କରିବ, ତା’ହେଲେ ଆମେ ଏହାର ପ୍ରତି ଜବାବ ଦେବୁ। ଇରାନର ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ଇସ୍ରାଲର ଲମ୍ବା ହାତ ପହଞ୍ଚି ପାରିବ ନାହିଁ। ଏହା ପୂରା ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ମଧ୍ୟ ସତ୍ୟ।”

Advertisment

ଆଜି ମିଳିତ ଜାତିସଂଘ ସାଧାରଣ ସଭାରେ ନେତାନ୍ୟାହୁ ଭାଷଣ ଦେବାକୁ ଯିବା ବେଳେ ଲେବାନନ ଓ ପାଲେଷ୍ଟାଇନ ଭଳି ଅଞ୍ଚଳର ପ୍ରତିନିଧିମାନେ ସେଠାରୁ ଚାଲି ଯାଇଥିଲେ। ସେହିପରି କିଛି ଦେଶ ଇସ୍ରାଏଲକୁ ସମର୍ଥନ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ।

ନେତାନ୍ୟାହୁ କହିଛନ୍ତି, “ଏହି ମଞ୍ଚରେ ଅନେକ ବକ୍ତା ମୋ ଦେଶ ବିରୋଧରେ ଅତ୍ୟନ୍ତ ମିଛ ଓ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବାର ଶୁଣିଛି। ଏହା ଶୁଣିବା ପରେ ସର୍ବସମ୍ମୁଖରେ ଠିକ ବାର୍ତ୍ତା ଦେବାକୁ ମୁଁ ଏଠାକୁ ଆସିଛି।”

ଭାଷଣ ପୂର୍ବରୁ ନ୍ୟୁୟର୍କର ଯେଉଁ ହୋଟେଲରେ ନେତାନ୍ୟାହୁ ରହୁଛନ୍ତି, ତା’ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଲେବାନନ ଓ ଗାଜାରେ ଇସ୍ରାଏଲ କରୁଥିବା ଆକ୍ରମଣ ବିରୋଧରେ ବିକ୍ଷୋଭକାରୀ ଦାବି କରିଥିଲେ।

ନେତାନ୍ୟାହୁ ଆହୁରି କହିଛନ୍ତି, “ହମାସକୁ ନିଶ୍ଚିତ ଭାବେ ଯିବାକୁ ପଡ଼ିବ। ଗାଜାର ପୁର୍ନନିର୍ମାଣ ପାଇଁ କୌଣସି ଯୋଜନା ନାହିଁ। ଗାଜାରେ ସଂପୂର୍ଣ୍ଣ ବିଜୟ ହାସଲ କରିବା ଯାଏ ଲଢ଼େଇ ଜାରି ରହିବ। ସେହିପରି ଲେବାନନରେ ଲକ୍ଷ୍ୟ ହାସଲ ନ ହେବା ଯାଏ ଆକ୍ରମଣ ଜାରି ରଖିବୁ।”

Israel Benjamin Netanyahu Iran Strikes Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe