Advertisment

ଗାଜାକୁ ଦଖଲ କରିବ ଇସ୍ରାଏଲ, ଆରମ୍ଭ କଲା ନୂଆ ଅଭିଯାନ

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜାକୁ ସଂପୂର୍ଣ୍ଣ ଭାବେ ଦଖଲ କରାଯିବ ବୋଲି ଘୋଷଣା କରିଛନ୍ତି।

Israel

Israel

Advertisment

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଘୋଷଣା କରିଛନ୍ତି ଯେ ଇସ୍ରାଏଲ ପୂରା ଗାଜାକୁ ନିଜ ନିୟନ୍ତ୍ରଣକୁ ନେବ। ଗାଜାକୁ ନିଜ ପାଖକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ଘୋଷଣା କରିଥିବା ବେଳେ ଇସ୍ରାଏଲ ସେନା ସେଠାରେ ନୂଆ ରଣନୀତିକୁ ଆହୁରି ଜୋରଦାର କରିଛି। ପୂର୍ବରୁ ଗାଜାକୁ ପାଲେଷ୍ଟାଇନ ବିଦ୍ରୋହୀ ଗୋଷ୍ଠୀ ହମାସ କବଳରୁ ମୁକ୍ତ କରିବା ପାଇଁ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରୁଥିବା କହିଥିଲା।

Advertisment

ଏୟାର ଷ୍ଟ୍ରାଇକରେ ଶହଶହ ଲୋକ ପ୍ରାଣ ହରାଇଥିବା ବେଳେ ଗାଜା ଏବେ ସତେ ଯେମିତି ଧ୍ୱଂସସ୍ତୁପରେ ପରିଣତ ହୋଇଗଲାଣି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜାକୁ ସଂପୂର୍ଣ୍ଣ ଭାବେ ଦଖଲ କରାଯିବ ବୋଲି ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ପରେ ସ୍ଥଳ ଭାଗରେ ଏବେ ଇସ୍ରାଏଲ ସେନା ଅପରେସନ ଆରମ୍ଭ କରିଛି। ହମାସ ବିରୋଧରେ ଇସ୍ରାଏଲ ସ୍ଥଳ ପଥରେ ଅଭିଯାନ ଆରମ୍ଭ କରିଥିବା କହୁଥିଲେ ହେଁ ଗାଜାରେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କ କହିବା କଥା ଯେ ଏୟାର ଷ୍ଟ୍ରାଇକ ଯୋଗୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି।

ସ୍ଥଳ ପଥରେ ଅପରେସନ ଆରମ୍ଭ କରିବା ପୂର୍ବରୁ ଇସ୍ରାଏଲ ଗାଜାକୁ କିଛି ପରିମାଣର ଖାଦ୍ୟ ପହଞ୍ଚିବାକୁ ଅନୁମତି ଦେବ ବୋଲି କହିଥିଲା। କୂଟନୀତିକ ବିବାଦ ଓ ଅନ୍ତର୍ଜାତୀୟ ଚାପକୁ ପ୍ରଶମିତ କରିବା ପାଇଁ ଏପରି ପଦକ୍ଷେପ ଆବଶ୍ୟକ ଥିଲା ବୋଲି ନେତାନ୍ୟାହୁ କହିଛନ୍ତି।

Advertisment

ସେ କହିଛନ୍ତି, “ଲଢ଼େଇ ଏବେ ଜୋରଦାର ଓ ଆମେ ଆଗକୁ ବଢ଼ୁଛୁ। ଆମେ ପଟିର ସବୁ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବୁ। ଆମେ ଆଦୌ ପଛ ଘୁଞ୍ଚା ଦେବୁ ନାହିଁ। କିନ୍ତୁ ସଫଳତା ହାସଲ ପାଇଁ ଆମେ ଏମିତି କିଛି ପଦକ୍ଷେପ ନେବୁ, ଯାହାକୁ ଅଟକା ଯାଇ ପାରିବ ନାହିଁ।”

ଗାଜାରେ ଇସ୍ରାଏଲ ଘନଘନ ଆକ୍ରମଣ କରୁଥିବା ବେଳେ ସେଠାକୁ ମାନବୀୟ ସହାୟତା ପହଞ୍ଚି ପାରୁନି। ଏଥିପାଇଁ ଇସ୍ରାଏଲ ଉପରେ ଅନ୍ତର୍ଜାତୀୟ ସମୂହ ଚାପ ସୃଷ୍ଟି କରୁଛନ୍ତି। ଆମେରିକା ସମେତ ସମସ୍ତ ରାଷ୍ଟ୍ର ୨ ମାସ ହେଲା ଇସ୍ରାଏଲ ମାନବୀୟ ସହାୟତା ଯୋଗାଣ ଉପରେ ଲଗାଇଥିବା ରୋକକୁ ପ୍ରତ୍ୟାହାର କରିବାକୁ କହୁଛନ୍ତି। ଏବେ ସାମୟିକ ଭାବେ ଅଳ୍ପ ପରିମାଣର ଖାଦ୍ୟ ସାମଗ୍ରୀ ଗାଜାରେ ପହଞ୍ଚାଇବାକୁ ଇସ୍ରାଏଲ ଅନୁମତି ଦେଇଛି।

Gaza Benjamin Netanyahu Israel Declares War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe