Advertisment

Benjamin Netanyahu: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଘାରିଲା ଗିରଫଦାରୀ ଭୟ! ୟୁରୋପ ଆକାଶକୁ ବ୍ୟବହାର କଲେନି

ଯୁଦ୍ଧ ଅପରାଧ ପାଇଁ ଚଳିତ ବର୍ଷ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ(ଆଇସିସି) ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଗାଜାରେ ଆକ୍ରମଣ କରୁଥିବା ଇସ୍ରାଏଲ ମାନବତା ବିରୋଧରେ ଅପରାଧ ଘଟାଇ ଚାଲିଥିବାରୁ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନ ଜାରି କରାଯାଇଛି।

Netanyahu

ବେଞ୍ଜାମିନ ନେତାନ୍ୟାହୁ

Advertisment

ଗାଜା ସମେତ ସିରିୟାରେ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ(Benjamin Netanyahu)ଙ୍କୁ ଘାରିଛି ଗିରଫଦାରୀର ଭୟ। ଖାସ ଏହି କାରଣ ପାଇଁ ସେ ନ୍ୟୁୟର୍କରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ମହାସଭାରେ ଯୋଗ ଦେବାକୁ ଯିବା ବେଳେ ୟୁରୋପୀୟ ଦେଶଗୁଡ଼ିକର ଆକାଶ ପଥକୁ ବ୍ୟବହାର କରି ନାହାନ୍ତି। ସେ ଏକାଧିକ ୟୁରୋପ ରାଷ୍ଟ୍ରର ଆକାଶ ପଥ ବଦଳରେ ବେଶ କିଛି ବାଟ ବୁଲିବୁଲି ନ୍ୟୁୟର୍କରେ ପହଞ୍ଚିଥିଲେ। 

Advertisment

ଫ୍ଲାଇଟ ଟ୍ରାକ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଇସ୍ରାଏଲ ସରକାରଙ୍କ ବିମାନ ୱିଙ୍ଗ ଅଫ ଜିଓନ ଗ୍ରୀସ ଓ ଇଟାଲୀ ଅତିକ୍ରମ କରିବା ପୂର୍ବରୁ ଦକ୍ଷିଣ ପ୍ରାନ୍ତରେ ଥିବା ଷ୍ଟ୍ରେଟ ଅଫ ଗିବ୍ରାଲଟର ଓ ଏହାପରେ ପୂରା ଆଟଲାନଟିକ ଆଡ଼େ ଯାଇଥିଲା। ପରେ ଏହା ନ୍ୟୁୟର୍କରେ ପହଞ୍ଚିଥିଲା। 

ଯୁଦ୍ଧ ଅପରାଧ ପାଇଁ ଚଳିତ ବର୍ଷ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ(ଆଇସିସି) ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଗାଜାରେ ଆକ୍ରମଣ କରୁଥିବା ଇସ୍ରାଏଲ ମାନବତା ବିରୋଧରେ ଅପରାଧ ଘଟାଇ ଚାଲିଥିବାରୁ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନ ଜାରି କରାଯାଇଛି।

Advertisment

ୟୁରୋପ ଆକାଶ ଦେଇ ଯାତ୍ରା କଲେ ନେତାନ୍ୟାହୁଙ୍କୁ ଗିରଫ କରାଯିବାର ଆଶଙ୍କା ରହିଥିଲା। ତେଣୁ ସେ ଇସ୍ରାଏଲରୁ ସିଧା ନ୍ୟୁୟର୍କ ନ ଯାଇ ଅଧିକ ବାଟ ବୁଲିବୁଲି ସେଠାରେ ପହଞ୍ଚିଛନ୍ତି।

 ନେତାନ୍ୟାହୁ ଚାହିଁଥିଲେ ସିଧାସଳଖ ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ, ଆୟର୍ଲ୍ୟାଣ୍ଡ କିମ୍ବା ୟୁକେ ଆକାଶ ପଥ ଦେଇ ଯାଇ ପାରିଥାଆନ୍ତେ। କିନ୍ତୁ ଏହି ଦେଶଗୁଡ଼ିକ ଆଇସିସିର ଗିରଫ ୱାରେଣ୍ଟକୁ କାର୍ଯ୍ୟକାରୀ କରିବାକୁ ବାଧ୍ୟ।

ତେଣୁ ନେତାନ୍ୟାହୁ ଯଦି ଏହି ଦେଶଗୁଡ଼ିକର ଆକାଶ ପଥ ବ୍ୟବହାର କରିଥାଆନ୍ତେ, ତା’ହେଲେ ସେ ଗିରଫ ହେବାର ଆଶଙ୍କା ରହିଥିଲା। ଖାସ ଏହି କାରଣ ପାଇଁ ଏକାଧିକ ୟୁରୋପୀୟ ଆକାଶକୁ ନେତାନ୍ୟାହୁ ବ୍ୟବହାର କରି ନଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ସେହିପରି ଆମେରିକା କିମ୍ବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ କିଛି କହି ନାହାନ୍ତି। 

Benjamin Netanyahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe