Advertisment

Middle East War: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନହୁଙ୍କ ଅଫିସକୁ ମିସାଇଲ ମାଡ଼ କଲା ଇରାନ!

ତେଲ ଅଭିଭରେ ଥିବା ନେତ୍ୟାନହୁଙ୍କ ଅଫିସ ସମେତ ହାଇଫାରେ ଥିବା ସୁରକ୍ଷା ଓ ସାମରିକ କେନ୍ଦ୍ର ଓ ପୂର୍ବ ଜେରୁଜେଲମକୁ ଟାର୍ଗେଟ କରି ଇରାନ ଘନଘନ ମିସାଇଲ ମାଡ଼ କରିଥିବା କହିଛି।

Benjamin

ବେଞ୍ଜାମିନ ନେତ୍ୟାନହୁ

Advertisment

Middle East War Updates: ଇରାନର ସୁପ୍ରିମ ଲିଡରଙ୍କୁ ରିପୋର୍ଟ କରୁଥିବା ଇସଲାମିକ ରେଭ୍ୟୁଲୁସେନାରୀ କ୍ରପ୍ସ(ଆଇଆରଜିସି) ଏବେ ଇସ୍ରାଏଲ ଠାରୁ ପ୍ରତିଶୋଧ ନେବାକୁ ପଣ କରିଛି। ଶନିବାର ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହେବା ପରେ ଆଇଆରଜିସି ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛି।

Advertisment

ଏହିକ୍ରମରେ ଆଜି ଆଇଆରଜିସି ସିଧା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁଙ୍କ ଅଫିସକୁ ଟାର୍ଗେଟ କରିଛି। ତେଲ ଅଭିଭରେ ଥିବା ନେତ୍ୟାନହୁଙ୍କ ଅଫିସ ସମେତ ହାଇଫାରେ ଥିବା ସୁରକ୍ଷା ଓ ସାମରିକ କେନ୍ଦ୍ର ଓ ପୂର୍ବ ଜେରୁଜେଲମକୁ ଟାର୍ଗେଟ କରି ଇରାନ ଘନଘନ ମିସାଇଲ ମାଡ଼ କରିଥିବା କହିଛି। ନେତ୍ୟାନହୁଙ୍କ ଅଫିସରେ ସର୍ପାଇଜ ମିସାଇଲ ଆଟାକ ହୋଇଥିବା ଆଇଆରଜିସି ଦାବି କରିଛି। 

ଆଇଆରଜିସି ଗୋଟିଏ ବିବୃତିରେ କହିଛି ଯେ “ଇହୁଦି ଶାସନର ଅପରାଧିକ ପ୍ରଧାନମନ୍ତ୍ରୀଙ୍କ ଅଫିସ ଓ ଶାସନ କଳର ଏୟାର ଫୋର୍ସ କମାଣ୍ଡର ମୁଖ୍ୟାଳୟକୁ ଆଜି ଟାର୍ଗେଟ କରାଯାଇଛି। ଆକ୍ରମଣରେ ଇରାନ ଖୈବାର ମିସାଇଲ ବ୍ୟବହାର କରିଛି।”

Advertisment

ତେବେ ଏଥିରେ କ’ଣ କ୍ଷୟକ୍ଷତି ହୋଇଛି ଓ ନେତ୍ୟାନହୁ ସୁରକ୍ଷିତ ରହିଛନ୍ତି କି ନାହିଁ, ସେକଥା ଆଇଆରଜିସି କହିନାହିଁ। ସେହିପରି ଇସ୍ରାଏଲ ପକ୍ଷରୁ ମଧ୍ୟ ତେଲ ଅଭିଭରେ ଥିବା ନେତ୍ୟାନହୁଙ୍କ ଅଫିସରେ ହୋଇଥିବା ଆକ୍ରମଣ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। 

ସୋମବାର ପୂର୍ବ ଜେରୁଜେଲମର ଏକାଧିକ ସ୍ଥାନରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ଇରାନ ପକ୍ଷରୁ ମାଡ଼ କରାଯାଇଥିବା ମିସାଇଲକୁ ଇସ୍ରାଏଲ ଚିହ୍ନଟ କରି ଆକାଶ ପଥରେ ନଷ୍ଟ କରିଥିବା ଦାବି କରିବା ପରେ ବିସ୍ଫୋରଣ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ ସେନା ଗୋଟିଏ ବିବୃତିରେ କହିଛି ଯେ “କିଛି କ୍ଷଣ ପୂର୍ବରୁ ଇରାନ ପକ୍ଷରୁ ଇସ୍ରାଏଲ ଆଡ଼କୁ ମାଡ଼ କରାଯାଇଥିବା ମିସାଇଲଗୁଡ଼ିକୁ ଚିହ୍ନଟ କରାଯାଇଛି। ବିପଦକୁ ଅକାମୀ କରିବାକୁ ଡିଫେନ୍ସିଭ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି।”

ଅନ୍ୟପକ୍ଷରେ ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ କ୍ରମାଗତ ୩ୟ ଦିନରେ ଜାରି ରହିଛି। ଇରାନରେ ଇସ୍ରାଏଲ ଓ ଆମେରିକା କରୁଥିବା ହମଲା ଯୋଗୁ ୫୫୫ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ସେହିପରି ଇରାନର ୧୩୧ଟି ସହରରେ ଏବେ ବି ଆକ୍ରମଣ ଜାରି ରହିଛି। ଇରାନର ପାଲଟା ଆକ୍ରମଣରେ ମଧ୍ୟ ଇସ୍ରାଏଲରେ ୧୧ ଜଣଙ୍କ ଜୀବନ ଯାଇଥିବା ଇରାନୀୟ ରେଡ କ୍ରେସେଣ୍ଟ ସୋସାଇଟୀ ପକ୍ଷରୁ ସୂଚନା ଦିଆଯାଇଛି। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe