Advertisment

India-US Trade Deal: ଭାରତ-ଆମେରିକା ବାଣିଜ୍ୟ ଡିଲକୁ ନେଇ ବଡ଼ କଥା କହିଲା ରୁଷ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ତଳେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ବାଣିଜ୍ୟ ବୁଝାମଣା ଜରିଆରେ ରୁଷ ଠାରୁ ତେଲ କିଣିବା ବନ୍ଦ କରିବେ ଓ ଏହା ବଦଳରେ ଆମେରିକା ଏବଂ ସମ୍ଭବତଃ ଭେନେଜୁଏଲ ଠାରୁ ତେଲ କିଣିବାକୁ ସହମତି ହୋଇଛନ୍ତି।

PM-Modi

ଟ୍ରମ୍ପ, ମୋଦି ଓ ପୁଟିନ

Advertisment

ଭାରତ-ଆମେରିକା ବାଣିଜ୍ୟ ଡିଲକୁ ନେଇ ବଡ଼ କଥା କହିଛି ରୁଷ। ଭାରତ ଯେକୌଣସି ଦେଶରୁ ଅଶୋଧିତ ତୈଳ କିଣିବାରେ ସ୍ୱୀଧୀନତା ରଖିଛି। ତୈଳ ଯୋଗାଣକାରୀଙ୍କ ମଧ୍ୟରେ ବିବିଧତା ଆଣିବା ନୂଆଦିଲ୍ଲୀ ପାଇଁ ନୂଆ ନୁହେଁ କିମ୍ବା ଏହାକୁ ମସ୍କୋକୁ ଟାର୍ଗେଟ କରି କରାଯାଇନି। ଭାରତ ଯେଉଁଠାରେ ଶ୍ରେଷ୍ଠ ଡିଲ ପାଇବ, ସେଠାରୁ ତେଲ କିଣିପାରିବ ବୋଲି ରୁଷ(Russia) କହିଛି।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ତଳେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ବାଣିଜ୍ୟ ବୁଝାମଣା ଜରିଆରେ ରୁଷ ଠାରୁ ତେଲ କିଣିବା ବନ୍ଦ କରିବେ ଓ ଏହା ବଦଳରେ ଆମେରିକା ଏବଂ ସମ୍ଭବତଃ ଭେନେଜୁଏଲ ଠାରୁ ତେଲ କିଣିବାକୁ ସହମତି ହୋଇଛନ୍ତି। ଟ୍ରମ୍ପଙ୍କ ଏପରି ଦାବି ପରେ ରୁଷର ବୟାନ ସାମ୍ନାକୁ ଆସିଛି। 

କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି ଯେ ରୁଷ କେବେ ହେଲେ ବି ଭାରତର ଏକମାତ୍ର ଶକ୍ତି ସାଥୀ ହୋଇନାହିଁ। ସେହିପରି ଯୋଗାଣରେ ପରିବର୍ତ୍ତନ ଗୋଟିଏ ଅସ୍ୱାଭାବିକ ଘଟଣା ବୋଲି ହେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି।

Advertisment

ସେ କହିଛନ୍ତି, “ଆମେ ଓ ସମସ୍ତ ଅନ୍ତର୍ଜାତୀୟ ଶକ୍ତି ବିଶେଷଜ୍ଞମାନେ ଭଲ ଭାବରେ ଜାଣିଛନ୍ତି ଯେ ଭାରତକୁ ତୈଳ ଓ ପେଟ୍ରୋଲିୟମ୍ ଉତ୍ପାଦର ଏକମାତ୍ର ଯୋଗାଣକାରୀ ରାଷ୍ଟ୍ର ରୁଷ ନୁହେଁ। ଭାରତ ସର୍ବଦା ଅନ୍ୟ ଦେଶମାନଙ୍କଠାରୁ ଏହି ଉତ୍ପାଦ କିଣିଆସିଛି। ତେଣୁ ଏଥିରେ କିଛି ନୂଆ ନାହିଁ।”

ବାଣିଜ୍ୟ ମନ୍ତ୍ରୀ ପୀଯୂଷ ଗୋଏଲ ନିକଟରେ କହିଥିଲେ ଯେ ଭାରତ ବିଶ୍ୱବ୍ୟାପୀ ପରିସ୍ଥିତିରେ ଆସୁଥିବା ପରିବର୍ତ୍ତନ ସହିତ ଖାପ ଖୁଆଇବା ପାଇଁ ଓ ନାଗରିକଙ୍କ ଶକ୍ତି ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସବୁ କିଛି କରୁଛି। ତଥାପି ପେସ୍କୋଭ୍ କହିଛନ୍ତି ଯେ ରୁଷ ଠାରୁ ଭାରତ ତେଲ କିଣିବା ବନ୍ଦ କରିଥିବା ନେଇ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ। ମଙ୍ଗଳବାର ମଧ୍ୟ ପେସ୍କୋଭ ସମାନ କଥା କହିଥିଲେ ଯେ ନୂଆଦିଲ୍ଲୀଠାରୁ ଏପରି କୌଣସି ସଙ୍କେତ ଆସିନାହିଁ। 

ନିୟମିତ ସହଯୋଗ ଜାରି ରଖିବା ସମ୍ପର୍କରେ ରୁଷ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ ହାଇଡ୍ରୋକାର୍ବନ୍ ବାଣିଜ୍ୟ ଦୁଇ ଦେଶ ପାଇଁ ଲାଭଦାୟକ। ରୁଷ ଠାରୁ ଭାରତର ହାଇଡ୍ରୋକାର୍ବନ କ୍ରୟ ଦୁଇ ପକ୍ଷ ପାଇଁ ଉପକାରୀ ଓ ବିଶ୍ୱ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରେ। ଆମେ ଆମର ଭାରତୀୟ ସାଥୀମାନଙ୍କ ସହିତ ସହଯୋଗ ଜାରି ରଖିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି। 

ରୁଷ ସାଧାରଣତଃ ଭାରତକୁ ପ୍ରତିଦିନ ୧.୫ରୁ ୨ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ପଠାଇଥାଏ। ଏହାସହ ଆମେରିକାର ରପ୍ତାନୀ ସହଜରେ ଖାପ ଖୁଆଇ ପାରିବ ନାହିଁ। ରୁଷ ୨୦୨୨ରେ ଯୁରୋପ ଓ ଯୁକ୍ତରାଷ୍ଟ୍ର ବଦଳରେ ଭାରତକୁ ତୈଳ ରପ୍ତାନୀ କରିଥିଲା।

ଏହି ସମୟରେ ତୈଳ ଉତ୍ପାଦନ ପ୍ରାୟ ଏକ ମିଲିୟନ୍ ବ୍ୟାରେଲ୍ ଦୈନିକ ହ୍ରାସ ପାଇଥିଲା। ଏଥିଯୋଗୁ ବିଶ୍ୱବ୍ୟାପୀ ତୈଳର ବାରେଲ ମିଛା ମୂଲ୍ୟ ୧୨୦ ଡଲାର ଯାଏ ବଢ଼ିଥିଲା। ଯୁକ୍ତରାଷ୍ଟ୍ରରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। 

Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe