Advertisment

ପାକିସ୍ତାନ ଛାନିଆ, କହିଲା- ଘରେ ପଶି ଲୋକଙ୍କୁ ହତ୍ୟା କରୁଛି ନ୍ୟୁ ଇଣ୍ଡିଆ

ମିଳିତ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ରାଷ୍ଟ୍ରଦୂତ ମୁନିର୍‌ ଅକ୍ରମ୍‌ ଭାରତକୁ ଟାର୍ଗେଟ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
Munir Akram

Munir Akram

Advertisment

ଭାରତର ଟାର୍ଗେଟ କିଲିଂକୁ ନେଇ ପାକିସ୍ତାନ ଛାନିଆ। ନ୍ୟୁ ଇଣ୍ଡିଆ ଘରେ ପଶି ଲୋକଙ୍କୁ ହତ୍ୟା କରୁଛି। ଭାରତର ଏହି ଅଭିଯାନ କେବଳ ପାକିସ୍ତାନରେ ସୀମିତ ନୁହେଁ ବରଂ କାନାଡା ଏବଂ ଆମେରିକାରେ ମଧ୍ୟ ସକ୍ରିୟ ଅଛି। ଟାର୍ଗେଟ୍‌ କିଲିଂକୁ ନେଇ ଭାରତକୁ ଜାତିସଂଘରେ ଏଭଳି କିଛି କହି ଟାର୍ଗେଟ୍‌ କରିଛି ପାକିସ୍ତାନ। ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରି ପାକିସ୍ତାନର ସ୍ଥାୟୀ ରାଷ୍ଟ୍ରଦୂତ ମୁନିର୍‌ ଅକ୍ରମ୍‌ ଭାରତକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ନ୍ୟୁ ଇଣ୍ଡିଆ ତଥା ନୂଆ ଭାରତ ଅତି ବିପଜ୍ଜନକ।

Advertisment

ଆମେରିକାର ଏକ ଅଗ୍ରଣୀ ଖବରକାଗଜ ନିକଟରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏକ ରାଲିରେ କହିଥିଲେ ଯେ, ଭାରତର ଶତ୍ରୁ ପାକିସ୍ତାନ ମଧ୍ୟ ଜାଣେ ଯେ ଏହା ହେଉଛି ନୂଆ ଭାରତ, ଏହା ଆପଣଙ୍କ ଘରେ ପଶି ହତ୍ୟା କରିବ। 

ଏହି ରିପୋର୍ଟକୁ ଦର୍ଶାଇ ଅକ୍ରମ କହିଛନ୍ତି ଏହା ସୁରକ୍ଷା ପ୍ରଦାନକାରୀ ନୁହେଁ ବରଂ ଅସୁରକ୍ଷିତର ଭାବନା। ପାକିସ୍ତାନରେ ଭାରତର ଟାର୍ଗେଟ କିଲିଂ ଅଭିଯାନ ଜାରି ରହିଛି। କାନାଡାରେ ଖଲିସ୍ତାନୀ ହରଦୀପ ସିଂହ ନିଜ୍ଜରଙ୍କ ବ୍ୟତୀତ ଭାରତ ସରକାର ବିଦେଶ ମାଟିରେ ରହୁଥିବା ରାଜନୈତିକ ବିରୋଧୀଙ୍କୁ ମଧ୍ୟ ହଟାଇବା ଲାଗି ପାକିସ୍ତାନ ଭିତରେ ପଶି ଟାର୍ଗେଟ୍‌ କିଲିଂ କରୁଥିବା ସେ ଅଭିଯୋଗ କରିଛନ୍ତି। ଭାରତୀର ଏହି ଅଭିଯାନ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସୁରକ୍ଷା ପରିଷଦକୁ ଏନେଇ ସୂଚନା ଦେଇଛନ୍ତି।

Advertisment

ପାକିସ୍ତାନୀ ରାଷ୍ଟ୍ରଦୂତ ଦାବି କରିଛନ୍ତି ଯେ, ୨୦୨୩ରେ ଟାର୍ଗେଟ୍‌ କିଲିଂ ମାମଲା ବେଶ୍‌ ବଢ଼ି ଯାଇଛି। ପ୍ରାୟ ୧୫ ଜଣଙ୍କ ସନ୍ଦିଗ୍ଧ ହତ୍ୟାରେ ଭାରତର ହାତ ଅଛି। ଭାରତ ସରକାରଙ୍କ ଇସାରରେ ପାକିସ୍ତାନରେ ଅଜ୍ଞାତ ବନ୍ଧୁକଧାରୀମାନେ ଏଠାରେ ଲୋକଙ୍କୁ ଟାର୍ଗେଟ୍‌ କରି ହତ୍ୟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏହା ପୂର୍ବରୁ ବ୍ରିଟିଶ ମୁଖ୍ୟ ଖବରକାଗଜ ଦି ଗାର୍ଡିଆନ ଦାବି କରିଥିଲା ଯେ ଆତଙ୍କବାଦୀମାନେ ପାକିସ୍ତାନରେ ଆଶ୍ରୟ ନେଉଛନ୍ତି। ଭାରତୀୟ ତଥା ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟଙ୍କ କାର୍ଯ୍ୟକଳାପ ଆଧାରରେ ଖବରକାଗଜ କହିଛି ଏହି ହତ୍ୟାକାଣ୍ଡ ଭାରତର ବିଦେଶୀ ମାଟିରେ ଥିବା ଆତଙ୍କବାଦୀଙ୍କୁ ହଟାଇବା ପାଇଁ ବ୍ୟାପକ ରଣନୀତିର ଏକ ଅଂଶ।

ଦାବି କରାଯାଇଛି ଯେ, ୨୦୨୦ ପରେ ଏପର୍ଯ୍ୟନ୍ତ ପାକିସ୍ତାନରେ ୨୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାତୀୟ ସୁରକ୍ଷା ପାଇଁ ସାହସିକ ପଦକ୍ଷେପ ନେଇ ୨୦୧୯ ପରେ ଭାରତର ଗୁପ୍ତଚର ଏଜେନ୍ସି ର’ ବିଦେଶରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି।

Pakistan Target Killing Munir Akram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe