Advertisment

ପାର୍କ ଭିତରେ ଫୁଟିଲା ଗୁଳି, ଜଣେ ମୃତ, ୬ ଆହତ

ଆହତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

New York Shooting

New York Shooting

Advertisment

ହାଠାତ୍ ପାର୍କ ଭିତରେ ଫୁଟିଲା ଗୁଳି। ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ବନ୍ଧୁକଧାରୀ। ଫଳରେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ନ୍ୟୁୟର୍କର ରୋଚେଷ୍ଟର ସହରରେ ଘଟିଛି ଏଭଳି କିଛି ଘଟଣା।

Advertisment

ରୋଚେଷ୍ଟର ପୋଲିସର ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି। ଜଣେ ବନ୍ଧୁକଧାରୀ ହଠାତ୍‌ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଗୁଳିମାଡ଼ ପରେ ଲୋକେ ଭୟରେ ଏପଟ ସେପଟ ଦୌଡିବାକୁ ଲାଗିଥିଲେ। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ପୁଲିସ କହିଛି।

ଗୁଳିମାଡ଼ରେ ମୃତକ ଜଣକ ହେଲେ ଜଣେ ୨୦ ବର୍ଷୀୟ ଯୁବକ। ସେହିପରି ଆହତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପାର୍କରେ ହୋଇଥିବା ଗୁଳି ବିନିମୟ ସମ୍ପର୍କରେ ସୂଚନା ପାଇବା ପରେ ଆଇରନ୍‌ଡେକ୍ୱାଇଟ୍ ପୁଲିସ୍, ମୋନରୋ କାଉଣ୍ଟି ସରିଫ୍, ରୋଚେଷ୍ଟର ପୁଲିସ୍ ଏବଂ ନ୍ୟୁୟର୍କ ଷ୍ଟେଟ୍ ପୁଲିସ୍ ସମେତ ଅନେକ ପୁଲିସ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଗୁଳିମାଡ଼ କରିଥିବା ବନ୍ଧୁକଧାରୀ ଏଯାଏଁ ଧରା ପଡିନାହିଁ। ସେ ଘଟଣାସ୍ଥଳରୁ ଫେରାର ହୋଇଥିବା କୁହାଯାଉଛି।

Advertisment
Shooting New York Rochester Park Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe