/odisha-reporter/media/media_files/2025/12/31/newzeland-2025-12-31-18-20-13.jpg)
ନ୍ୟୁଜିଲ୍ୟାଣ୍ଡରେ ନବ ବର୍ଷ
ଭାରତ ସମେତ ବିଶ୍ୱର ଅନେକ ଦେଶ ୨୦୨୬କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି। ରାତି ୧୨ଟା ବାଜିଲେ ଭାରତୀୟମାନେ ନବ ବର୍ଷକୁ ସ୍ୱାଗତ କରିବେ। ତେବେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ୨୦୨୬କୁ ଭାରତୀୟ ସମୟ ରାତି ୧୨ ପୂର୍ବରୁ ସ୍ୱାଗତ କରିଛି ନ୍ୟୁଜିଲ୍ୟାଣ୍ତ। ବିଶ୍ୱର ଦ୍ୱିତୀୟ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡ ୨୦୨୬ରେ ପାଦ ଦେଇ ସାରିଛି।
୨୦୨୬କୁ ସ୍ୱାଗତ କରିବା ପାଇଁ ଅକଲ୍ୟାଣ୍ଡରେ ହୋଇଛି ଆତସବାଜୀ। ସହର ଆଇକନିକ ସ୍କାଏ ଟାୱାର ଆଲୋକମାଳାରେ ଝଲସି ଉଠିଛି। ସ୍କାଏ ଟାୱାର ବନିଛି ନବ ବର୍ଷ ସେଲିବ୍ରେସନର ପ୍ରମୁଖ ସ୍ଥାନ। ଶହଶହ ଲୋକ ଉପସ୍ଥିତ ରହି ସେଠାରେ ନବ ବର୍ଷକୁ ସ୍ୱାଗତ କରିଛନ୍ତି।
୫ ମିନିଟରେ ସେଠାରେ ୩୫୦୦ ଆତସବାଜୀ ହୋଇଛି। ୨୪୦ ମିଟର ବା ୭୮୭ ଫୁଟ ଉଚ୍ଚ ସ୍କାଏ ଟାୱାର ଆତସବାଜୀରେ ପୂରା ରଙ୍ଗିନ ହୋଇ ଉଠିଛି। ଭାରତୀୟ ସମୟ ଅପରାହ୍ନ ୪.୩୦ ହେବା କ୍ଷଣୀ ନ୍ୟୁଜିଲ୍ୟାଣ୍ଡରେ ରାତି ୧୨ଟା ହୋଇଥିଲା। ଏହାପରେ ଲୋକମାନେ ୨୦୨୬କୁ ସ୍ୱାଗତ କରିଥିଲେ।
ତେବେ ବର୍ଷା ଓ କାଳବୈଶାଖୀ ଯୋଗୁ ନ୍ୟୁଜିଲ୍ୟାଣ୍ଡ(Newzealand)ର ଉତ୍ତର ଦ୍ୱୀପପୁଞ୍ଜରେ ନବ ବର୍ଷ ପାଇଁ କୌଣସି ଆତସବାଜୀ କିମ୍ବା ରଙ୍ଗିନ ଆଲୋକ ମାଳା ଦେଖିବାକୁ ମିଳି ନାହିଁ।
ନ୍ୟୁଜିଲ୍ୟାଣ୍ଡ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ପ୍ରଥମେ ୨୦୨୬କୁ ସ୍ୱାଗତ କରିଛି। ତାଲିକାର ୧ନଂ ସ୍ଥାନରେ ରହିଛି କିରିମାତି ଦ୍ୱୀପପୁଞ୍ଜର କିରିବାଟି। ଭାରତୀୟ ସମୟ ଦିନ ୩.୩୦ରେ କିରିବାଟି ୨୦୨୬କୁ ସ୍ୱାଗତ କରିଛି।
ତୃତୀୟରେ ଅଷ୍ଟ୍ରେଲିଆ(ଭାରତୀୟ ସମୟ ୬.୩୦), ୪ର୍ଥରେ ଜାପାନ, ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ(ଭାରତୀୟ ସମୟ ସନ୍ଧ୍ୟା ୮.୩୦), ୫ମରେ ଚାଇନା, ହଂକଂ ଓ ତାଇୱାନ(ଭାରତୀୟ ସମୟ ରାତି ୯.୩୦), ୬ଷ୍ଠରେ ଥାଇଲ୍ୟାଣ୍ଡ(ଭାରତୀୟ ସମୟ ୧୦.୩୦), ୭ମରେ ଭାରତ ଓ ଶ୍ରୀଲଙ୍କା(ରାତି ୧୨ଟା), ୮ମରେ ଜର୍ମାନୀ, ଫ୍ରାନ୍ସ, ସ୍ପେନ, ଇଟାଲୀ ଓ ସ୍ୱିଜରଲ୍ୟାଣ୍ଡ (ଭାରତୀୟ ସମୟ ଜାନୁଆରୀ ୧ ଭୋର ୪.୩୦), ବ୍ରିଟେନ, ୯ମରେ ପର୍ତ୍ତୁଗାଲ ଓ ଘାନା(ଭାରତୀୟ ସମୟ ଜାନୁଆରୀ ୧ ଭୋର ୫.୩୦), ୧୦ମ ବ୍ରାଜିଲ ଓ ଆର୍ଜେଣ୍ଟିନା(ଭାରତୀୟ ସମୟ ଜାନୁଆରୀ ୧ ତାରିଖ ସକାଳ ୮.୩୦) ଓ ୧୧ତମ ଦେଶ ଭାବେ ଆମେରିକା (ପୂର୍ବ ଉପକୂଳ) ଭାରତୀୟ ସମୟ ଜାନୁଆରୀ ୧ ତାରିଖ ଦିନ ୧୦.୩୦ରେ ନବ ବର୍ଷକୁ ସ୍ୱାଗତ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
