Advertisment

ନ୍ୟୁଜିଲାଣ୍ଡରେ ତାଣ୍ଡବ ରଚୁଛି ‘ଗାବ୍ରିଏଲ’, ଜାତୀୟ ଜରୁରୀ ପରିସ୍ଥିତି ଲାଗୁ

ଦେଶର ୬ଟି ଅଞ୍ଚଳରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବା ନେଇ ଆଜି ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ଏକ ପ୍ରେସ ରିଲିଜରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୬ଟି ଅଞ୍ଚଳ ମଧ୍ୟରେ ଦେଶର ନର୍ଥଲ୍ୟାଣ୍ଡ, ଆକ୍‌ଲ୍ୟାଣ୍ଡ, ତାଇରାବିଟି, ବାଇକୋଟା, ହାକ୍ସ, ବେ ଅଫ୍‌ ଫ୍ଲେଟି ସାମିଲ ଅଛି।

author-image
Niharika Rout
ଅଦ୍ୟତନ ହୋଇଛି
Gabriel

Gabriel

ନ୍ୟୁଜିଲାଣ୍ଡରେ ଭୀଷଣ ମାତ୍ରାରେ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସମଗ୍ର ଦେଶକୁ ସାମୁଦ୍ରିକ ଝଡ଼ ‘ଗାବ୍ରିଏଲ’ ବିପଦ ମାଡ଼ି ବସିଛି। ଏହାକୁ ଆଖି ଆଗରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ଧନଜୀବନ ହାନୀ ଆଶଙ୍କାରେ ସମଗ୍ର ଦେଶରେ ଏମରଜେନ୍ସି ଲାଗୁ କରିଛନ୍ତି ନ୍ୟାଜିଲାଣ୍ଡ ସରକାର। ଏଥିସହ ଦେଶକୁ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି। 

Advertisment

ଦେଶର ୬ଟି ଅଞ୍ଚଳରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବା ନେଇ ଆଜି ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ଏକ ପ୍ରେସ ରିଲିଜରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୬ଟି ଅଞ୍ଚଳ ମଧ୍ୟରେ ଦେଶର ନର୍ଥଲ୍ୟାଣ୍ଡ, ଆକ୍‌ଲ୍ୟାଣ୍ଡ, ତାଇରାବିଟି, ବାଇକୋଟା, ହାକ୍ସ, ବେ ଅଫ୍‌ ଫ୍ଲେଟି ସାମିଲ ଅଛି।

ସାମୁଦ୍ରିକ ଝଡ଼ ପ୍ରଭାବରେ ଦେଶର ବହୁ ଅଞ୍ଚଳରେ କ୍ଷିପ୍ର ବେଗରେ ବନ୍ୟା ହେବା ସହ ପ୍ରବଳ ବର୍ଷା ବି ହେଉଛି। ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ନ୍ୟୁଜିଲାଣ୍ଡରେ ୪୦ ହଜାରରୁ ଅଧିକ ଘରେ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇ ଯାଇଛି। ଏହାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ଶହ ବିମାନ ଉଡ଼ାଣକୁ ବାତିଲ କରି ଦିଆଯାଇଛି। ଏହାଯୋଗୁ ଦେଶରେ ବହୁ କ୍ଷୟକ୍ଷତି ହୋଇଛି ଏବଂ ବ୍ୟାପକ ବନ୍ୟା ପରେ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପରେ ଭୂସ୍ଖଳନ ଘଟିଛି। 

Advertisment

ସାମୁଦ୍ରିକ ଝଡ଼ ପ୍ରଭାବରେ ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ୬.୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପରେ ସେପରି କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।

ନ୍ୟୁଜିଲ୍ୟାଣ୍ଡ ଇତିହାସରେ ଏହା ତୃତୀୟ ଘଟଣା। ତୃତୀୟ ଥର ପାଇଁ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡର ଜରୁରୀକାଳୀନ ମନ୍ତ୍ରୀ ଏମରଜେନ୍ସି ଲାଗୁ ବିଜ୍ଞପ୍ତି ଉପରେ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବି ଆଲୋଚନା କରିଥିଲେ। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ନିମନ୍ତେ ଉଭୟ ଶାସକ ଓ ବିରୋଧୀ ଏକମତ ହେବା ପରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।

ନ୍ୟୁଜିଲ୍ୟାଣ୍ଡର ଜରୁରୀକାଳୀନ ପରିଚାଳନା ମନ୍ତ୍ରୀ କିରାନ୍ ମ୍ୟାକଅନଲ୍ଟି କହିଛନ୍ତି, "ଏହା ଏକ ଅପ୍ରତ୍ୟାଶିତ ଘଟଣା । ଉତ୍ତର ଦ୍ୱୀପପୁଞ୍ଜର ଅନେକାଂଶରେ ‘ଗାବ୍ରିଏଲ’ର  ପ୍ରଭାବ ପଡ଼ୁଛି। ଆମ ଦେଶ ପ୍ରକୃତ ବାତ୍ୟା ପରିସ୍ଥିତି ଦେଇ ଗତି କରୁଛି । ଯେଉଁଥିରେ ବ୍ୟାପକ ବନ୍ୟା ଆସିବା ସହ ରାସ୍ତାଘାଟ ଧୋଇ ହୋଇ ଯାଉଛି ଓ ଭୂସ୍ଖଳନ ଘଟିଛି।

ଏଥିସହ ସହେ କହିଛନ୍ତି ଯେ ଆଜି ଆମେ ଅଧିକ ବର୍ଷା ଏବଂ ପ୍ରବଳ ପବନର ଆଶଙ୍କା କରୁଛୁ। ଜରୁରୀ ଘୋଷଣାର ଆବଶ୍ୟକତାକୁ ଆକଳନ କରିବା ପାଇଁ ରବିବାରଠାରୁ ଆମେ ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ସହ ଯୋଗାଯୋଗରେ ଥିଲୁ। ପରିଶେଷରେ ମଙ୍ଗଳବାର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହା ଆମର ବ୍ୟବସ୍ଥାର ମାନଦଣ୍ଡ ପୂରଣ କରିଛି ଏବଂ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ଏହାର ମୁକାବିଲା ପାଇଁ ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। 

Cyclone Update Gabriel National-state-of-emergency