Advertisment

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିସ୍‌ ହିପ୍‌କିନ୍ସ

୯ ମାସରୁ କମ୍‌ ସମୟ ପର୍ଯ୍ୟନ୍ତ ହିପ୍‌କିନ୍ସ ଦେଶର ପ୍ରଧାନମନ୍ତ୍ରୀ କ୍ଷମତାରେ ରହିବେ। ଅକ୍ଟୋବର ମାସରେ ଆଗାମୀ ସାଧାରଣ ନିର୍ବାଚନ ହେବ।

ଅଦ୍ୟତନ ହୋଇଛି
Chris Hipkins

Chris Hipkins

Advertisment

ନ୍ୟୁଜିଲାଣ୍ଡକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ। ଶପଥ ନେଲେ ଲେବର୍‌ ପାର୍ଟିର ନେତା କ୍ରିସ୍‌ ହିପକିନ୍ସ। ଆଜି ଏକ ଔପଚାରିକ ସମାରୋହରେ କ୍ରିସ୍‌ ହିପକିନ୍ସ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ୍‌ ସିଣ୍ଡି କା‌ଇରୋ ତାଙ୍କ ବନ୍ଧୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଆ‌ୟୋଜନ କରିଥିଲେ।

Advertisment

ଏ ହେଉଛି ମୋ ଜୀବନରେ ସବୁଠୁ ବଡ଼ ସୁଯୋଗ ଓ ଦାୟିତ୍ୱ। ଆଗକୁ ସମ୍ମୁଖୀନ ହେବାକୁ ଥିବା ଚାଲେଞ୍ଜ ପ୍ରତି ମୁଁ ପ୍ରସ୍ତୁତି କରୁଛି ବୋଲି ଶପଥ ଗ୍ରହଣ ସମାରୋହରେ ହିପକିନ୍ସ କହିଛନ୍ତି। ଦେଶର ଅର୍ଥନୀତିକୁ ‘ମୁଦ୍ରାସ୍ଫୀତିର ମହାମାରୀ’ ବୋଲି କହି ୪୪ ବର୍ଷିୟ ହିପ୍‌କିନ୍ସ ଅର୍ଥନୀତି ଉପରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହାଛଡ଼ା ଦେଶର ଉପ-ପ୍ରଧାନମନ୍ତ୍ରୀ ଭାବେ କାର୍ମେଲ୍‌ ସିପୁଲୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଉପ-ପ୍ରଧାନମନ୍ତ୍ରୀ ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଶାନ୍ତ ମହାସାଗରୀୟ ଦ୍ବୀପର ଐତିହ୍ୟ ଧାରଣ କରିଥିବା ପ୍ରଥମ ମହିଳା। ତାଙ୍କ ପ୍ରତି ବିଶ୍ୱାସ ରଖିଥିବାରୁ ସେ ହିପ୍‌କିନ୍ସଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Advertisment

୯ ମାସରୁ କମ୍‌ ସମୟ ପର୍ଯ୍ୟନ୍ତ ହିପ୍‌କିନ୍ସ ଦେଶର ପ୍ରଧାନମନ୍ତ୍ରୀ କ୍ଷମତାରେ ରହିବେ। ଅକ୍ଟୋବର ମାସରେ ଆଗାମୀ ସାଧାରଣ ନିର୍ବାଚନ ହେବ। ‘ଓପିନିୟନ୍‌ ପୋଲ୍‌’ରୁ ଜଣାପଡୁଛି ଯେ, ବିରୋଧୀ କଞ୍ଜର୍‌ଭେଟିଭ୍‌ ପାର୍ଟିଠାରୁ ଲେବର୍‌ ପାର୍ଟି ପଛୁଆ ରହୁଛି।

'ଚିପି' ଭାବରେ ଜଣାଶୁଣା ହିପକିନ୍ସ, ଆର୍ଡର୍ଣ୍ଣଙ୍କ ନେତୃତ୍ୱରେ ଶିକ୍ଷା ଓ ପୁଲିସ ସମ୍ବନ୍ଧୀୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ହିପ୍‌କିନ୍ସ କୋଭିଡ-୧୯ ବୈଶ୍ୱିକ ମହାମାରୀ ସମୟରେ ଏହି ସଙ୍କଟକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଉଲ୍ଲେଖଯୋଗ୍ୟ, କାର୍ଯ୍ୟକାଳ ଅବ୍ୟବହିତ ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଏହାପରେ ହିପ୍‌କିନ୍ସଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା।

ସଂସଦ ପ୍ରାଙ୍ଗଣରେ ଭାବବିହ୍ୱଳ ହୋଇ ସଂସଦର ସମସ୍ତ ସଦସ୍ୟଙ୍କୁ ଆଲିଙ୍ଗନ କରି ଜେସିଣ୍ଡା ଆର୍ଡର୍ଣ୍ଣ ବିଦାୟ ନେଇଥିଲେ। ତା’ପରେ ସେ ନ୍ୟୁଜିଲାଣ୍ଡରେ ରାଜା ଚାର୍ଲସ୍‌ଙ୍କ ପ୍ରତିନିଧି ଗଭର୍ଣ୍ଣନର୍‌ ଜେନେରାଲ୍‌ ସିଣ୍ଡି କାଇରୋଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଗଭର୍ଣ୍ଣର୍‌ ହାଉସ୍‌କୁ ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe