Advertisment

୨୦୨୫କୁ ବିଶ୍ୱର ପ୍ରଥମ ଦେଶ ଭାବେ ସ୍ୱାଗତ କଲା ନ୍ୟୁଜିଲ୍ୟାଣ୍ତ

ନ୍ୟୁଜିଲ୍ୟାଣ୍ଡ ପରେ ଅଷ୍ଟ୍ରେଲିଆରେ ମଧ୍ୟ ୨୦୨୫ ପ୍ରବେଶ କରିଛି। ସିଡ୍‌ନୀ ବନ୍ଦରରେ ଲାଇଟ ଶୋ’ ଦ୍ୱାରା ଅଷ୍ଟ୍ରେଲିଆବାସୀ ନବବର୍ଷକୁ ସ୍ୱାଗତ କରିଛନ୍ତି।

New Zealand

New Zealand

Advertisment

ନବବର୍ଷ ୨୦୨୫କୁ ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡ ସ୍ୱାଗତ କରିଛି। ଭାରତ ସମୟ ଠାରୁ ବହୁତ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୨୦୨୫ରେ ପ୍ରବେଶ କରି ସାରିଛି। ଭାରତରେ ସନ୍ଧ୍ୟା ପ୍ରାୟ ୫ଟା ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡବାସୀଙ୍କ ଘଣ୍ଟାରେ ୧୨ ବାଜିଥିଲା।

Advertisment

ଏହାପରେ ପୂରା ଦେଶ ୨୦୨୫କୁ ମିଳିତ ଭାବେ ବାଣ ଫୁଟାଇ ସ୍ୱାଗତ କରିଛି। ନ୍ୟୁଜିଲ୍ୟାଣ୍ଡ ପରେ ଅଷ୍ଟ୍ରେଲିଆରେ ମଧ୍ୟ ୨୦୨୫ ପ୍ରବେଶ କରିଛି। ସିଡ୍‌ନୀ ବନ୍ଦରରେ ଲାଇଟ ଶୋ’ ଦ୍ୱାରା ଅଷ୍ଟ୍ରେଲିଆବାସୀ ନବବର୍ଷକୁ ସ୍ୱାଗତ କରିଛନ୍ତି।

୧୨ଟା ବାଜିବା କ୍ଷଣି ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ବଡ଼ ସହର ଅକଲ୍ୟାଣ୍ଡରେ ଥିବା ପ୍ରସିଦ୍ଧ ସ୍କାଏ ଟାୱାରରେ ବାଣ ଫୁଟିବା ଆରମ୍ଭ କରିଥିଲା। ଲୋକମାନେ ରାସ୍ତାରେ ଛିଡ଼ା ହୋଇ ଏହାକୁ ଉପଭୋଗ କରିଥିଲେ। ୱାଟର ଫ୍ରଣ୍ଟ ଆଗରେ ଛିଡ଼ା ହୋଇ ସମସ୍ତେ ନାଚି ଗାଇ ନବବର୍ଷକୁ ସ୍ୱାଗତ କରିଛନ୍ତି।

Advertisment

ଅକଲ୍ୟାଣ୍ଡ ବ୍ୟତୀତ ୱେଲିଙ୍ଗଟନରେ ମଧ୍ୟ ନବବର୍ଷକୁ ବେଶ ଧୂମଧାମରେ ସ୍ୱାଗତ କରାଯାଇଛି। ଲାଇଭ ମ୍ୟୁଜିକ, ଡ୍ୟାନ୍ସ ଓ ଲାଇଟ ଶୋ’ ଦ୍ୱାରା ପୂରା ସହ ଦୁଲକିଛି। ଖ୍ରୀଷ୍ଟଚର୍ଚ୍ଚ ଓ କ୍ୱିନ୍ସଟାଉନରେ ନବବର୍ଷ ପାଇଁ ଏକାଧିକ ପାରମ୍ପରିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କେବଳ ନ୍ୟୁଜିଲ୍ୟାଣ୍ଡ ନୁହେଁ, ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକ ମଧ୍ୟ ନବବର୍ଷ ସେଲିବ୍ରେସନରେ ସାମିଲ ହୋଇଥିଲେ।

Newzealand New Year 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe