Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନିକ୍କି ହାଲି

ମିଳିତ ଜାତିସଂଘରେ ଆମେରିକା ପାଇଁ ରାଷ୍ଟ୍ରଦୂତ ଭାବେ କାମ କରି ସାରିଥିବା ନିକ୍କି ଦକ୍ଷିଣ କାରୋଲିନାର ଗଭର୍ଣ୍ଣର ପଦରେ ମଧ୍ୟ ରହିଥିଲେ।

author-image
Hemant Lenka
undefined

Nikki Haley

ମିଳିତ ଜାତିସଂଘରେ ରାଷ୍ଟ୍ରଦୂତ ଭାବେ କାମ କରି ସାରିଥିବା ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ। ରିପବ୍ଲିକାନ ପାର୍ଟିର ନେତା ନିକ୍କି ନିଜେ ଆଜି ଏକଥା ଘୋଷଣା କରିଛନ୍ତି। ପୂର୍ବରୁ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ତେଣୁ ନିକ୍କି ହାଲି ତାଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛନ୍ତି। 

Advertisment

ମିଳିତ ଜାତିସଂଘରେ ଆମେରିକା ପାଇଁ ରାଷ୍ଟ୍ରଦୂତ ଭାବେ କାମ କରି ସାରିଥିବା ନିକ୍କି ଦକ୍ଷିଣ କାରୋଲିନାର ଗଭର୍ଣ୍ଣର ପଦରେ ମଧ୍ୟ ରହିଥିଲେ। ୫୧ ବର୍ଷୀୟ ନିକ୍କି କହିଛନ୍ତି, “ମୁଁ ନିକ୍କି ହାଲି ଓ ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି। ବର୍ତ୍ତମାନ ନୂଆ ପିଢ଼ିର ସମୟ। ବର୍ତ୍ତମାନ ନୂଆ ନେତୃତ୍ୱ ନେବାର ସମୟ। ବୀତ୍ତିୟ ଦାୟିତ୍ୱ, ସୀମା ସୁରକ୍ଷା, ଆମ ଦେଶକୁ ସଶକ୍ତ କରିବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ।”

୭୬ ବର୍ଷୀୟ ଟ୍ରମ୍ପଙ୍କ ଠାରୁ ବୟସରେ ଯଥେଷ୍ଟ ସାନ ନିକ୍କି ଫେବୃଆରୀ ୧୫ ଆହୁରି କିଛି ବଡ଼ ଘୋଷଣା କରିବାର ସଙ୍କେତ ଦେଇଛନ୍ତି। ସେ ନିଜକୁ ଗେମଚେଞ୍ଜର ବୋଲି କହିବା ସହ ଦଳ ଓ ଦେଶକୁ ଉପଯୁକ୍ତ ଦିଗ ଦେଇପାରିବେ ବୋଲି ଦାବି କରିଛି। ସେ କହିଛନ୍ତି, “ଭାରତୀୟ ଶରଣାର୍ଥୀଙ୍କ ଝିଅ ହୋଇଥିବାରୁ ମୁଁ ଗର୍ବିତ। କଳା ନୁହେଁ କି ଧଳା ନୁହେଁ। ମୁଁ ସଂପୂର୍ଣ୍ଣ ଭିନ୍ନ। କିନ୍ତୁ ମୋ ମା’ ମୋତେ ସବୁବେଳେ କହିଛନ୍ତି ଯେ ତୁମର କାମ ଭିନ୍ନ ହେବା କଥା ନୁହେଁ, ଏହା ସମାନ ହେବା ଦରକାର।”

Advertisment

ନିକ୍କିଙ୍କ ବାପା ମା’ ଅମୃତସରର ମୂଳ ବାସିନ୍ଦା। ସମୟକ୍ରମେ ସେମାନେ ଆମେରିକା ଚାଲିଯିବା ସହ ସେଠାକାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନିକ୍କି ପ୍ରାର୍ଥୀ ହେବାକୁ ଯାଉଛନ୍ତି। ୨୦୨୪ ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ। 

USA USA Election President Election