Advertisment

ବଢ଼ିଲା ବାଇଡେନ୍‌ଙ୍କ ଚିନ୍ତା, ଟ୍ରମ୍ପଙ୍କୁ ସମର୍ଥନ ଜଣାଇଲେ ନିକ୍କି ହେଲି

ବୁଧବାର ନିକ୍କି ହେଲି ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ମତଦାନ କରିବାକୁ ଘୋଷଣା କରିଥିଲେ।

Nikki Haley-Donald Trump

Nikki Haley-Donald Trump

Advertisment

ବଢ଼ିଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଚିନ୍ତା। ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଜଣାଇଲେ ନିକ୍କି ହେଲି। ଆମେରିକାରେ ନଭେମ୍ବର ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟି ତରଫରୁ ଦାବିଦାର ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱି ଏବେ ତାଙ୍କ ସମର୍ଥନରେ ବାହାରିଛନ୍ତି।

Advertisment

ବୁଧବାର ନିକ୍କି ହେଲି ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ମତଦାନ କରିବାକୁ ଘୋଷଣା କରିଥିଲେ। ତାଙ୍କର ଏହି ସମର୍ଥନ ପରେ ଟ୍ରମ୍ପଙ୍କ ଜିତିବା ସମ୍ଭାବନା ଢ଼େର ବଢ଼ି ଯାଇଛି। ସେପଟେ ନିକ୍କିଙ୍କ ଏହି ଘୋଷଣା ପରେ ଜୋ ବାଇଡେନଙ୍କ ନିଦ ହଜି ଯାଇଛି।

ବର୍ତ୍ତମାନ ସୁଦ୍ଧା ନିକ୍କି ହେଲି ଓ ଟ୍ରମ୍ପଙ୍କ ମଧ୍ୟରେ ଲାଗି ରହିଥିବା ଆକ୍ରୋସର ଫାଇଦା ଉଠାଇବା ପାଇଁ ହେଲିଙ୍କ ସମର୍ଥକଙ୍କ ଉପରେ ଡେରା ପକାଇଥିଲେ ବାଇଡେନ୍‌। ହେଲିଙ୍କ ସମର୍ଥକମାନେ ତାଙ୍କୁ ଭୋଟ୍‌ ଦେବେ ବୋଲି ବାଇଡେନ୍‌ ଆଶା ରଖିଥିଲେ। କିନ୍ତୁ ନିକ୍କି ହେଲି ଟ୍ରମ୍ପଙ୍କୁ ସମର୍ଥନ ଜଣାଇବା ପରେ ତାଙ୍କର ଏହି ଆଶା ଏବେ ଧୂଳିସାତ ହୋଇଯାଇଛି। ତାଙ୍କ ଚିନ୍ତା ବଢ଼ି ଯାଇଛି।

Advertisment

ୱାଶିଂଟନ୍‌ର ହଡସନ୍‌ ଇନଷ୍ଟିଚ୍ୟୁଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ହେଲି କହିଛନ୍ତି ଯେ ମୁଁ ଟ୍ରମ୍ପଙ୍କୁ ଭୋଟ୍ ଦେବି। ମୋର ନିଲମ୍ବନ ଭାଷଣରେ ମୁଁ ଯାହା ପୂର୍ବରୁ କହିଥିଲି ସେଥିରେ ମୁଁ କାଏମ୍‌ ଅଛି।

କହିରଖୁ ଯେ, ନିକ୍କି ହେଲି ମଧ୍ୟ ରିପବ୍ଲିକାନ୍‌ ପାର୍ଟି ତରଫରୁ ଆମେରିକାର ରାଷ୍ଟ୍ରପତି ରେସ୍‌ରେ ସାମିଲ ଥିଲେ। କିନ୍ତୁ ପ୍ରାଏମେରୀ ନିର୍ବାଚନରେ ତାଙ୍କୁ ସଫଳତା ମିଳିନଥିଲା। ନିର୍ବାଚନ ଅଭିଯାନ ସମୟରେ ହେଲି ମାସ ମାସ ଧରି ନିଜର ପ୍ରତିଦ୍ୱନ୍ଦ୍ୱି ଥିବା ଟ୍ରମ୍ପଙ୍କୁ କଡା ସମାଲୋଚନା କରିଥିଲେ। କିନ୍ତୁ ଏବେ ସେ ତାଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି।

Joe Biden Donald Trump Nikki Haley US Presidential Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe