Advertisment

ରାଷ୍ଟ୍ରପତି ରେସ୍‌ରୁ ବାହାର ହେଲେ ନିକ୍କି ହାଲି

ଆସନ୍ତା ନଭେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବ।

ଅଦ୍ୟତନ ହୋଇଛି
Nikki Haley

Nikki Haley

Advertisment

ଆମେରିକାରେ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍‌ଙ୍କ ମଧ୍ୟରେ ଦେଖିବାକୁ ମିଳିବ ଜୋରଦାର ଲଢ଼େଇ । କାରଣ ରାଷ୍ଟ୍ରପତି ରେସ୍‌ରୁ ରିପବ୍ଲିକାନ୍‌ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱି ନିକ୍କି ହାଲି ବାହାର ହୋଇଛନ୍ତି। ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ଦୌଡରୁ ବାହାର କରିଛନ୍ତି। ଫଳରେ ବର୍ତ୍ତମାନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି।

Advertisment

ଆସନ୍ତା ନଭେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ନିର୍ବାଚନର ପ୍ରାର୍ଥୀ ହେବା ଡେମୋକ୍ରେଟିକ୍‌ ପାର୍ଟି ଓ ରିପବ୍ଲିକାନ ପାର୍ଟି ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି। ଏହାରି ଭିତରେ ସୁପର ମଙ୍ଗଳବାର ପ୍ରତିଯୋଗିତାରେ ବର୍ମୋଣ୍ଟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରୁ ମିଳିଥିବା ହାର୍‌ ପରେ ନିକ୍କି ହାଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼କୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହି ରେସ୍‌ରୁ ବାହାରିବା ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ଜୋ ବାଇଡେନ୍‌ଙ୍କୁ ସିଧା ସଳଖ ଟକ୍କର ଦେବେ ବୋଲି ସୂଚନା ମିଳିଛି। ସେପଟେ କିନ୍ତୁ ନିକ୍କି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବାରେ ସିଧାସଳଖ ମନା କରିଦେଇଛନ୍ତି।

କହିରଖୁ ଯେ, ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପଦର ନାମାଙ୍କନ ହାସଲ କରିବା ପାଇଁ ଉଭୟ ପ୍ରାର୍ଥୀଙ୍କ ମଧ୍ୟରୁ କୌଣସି ଜଣେଙ୍କୁ ୧୨୧୫ ପ୍ରତିନିଧୀଙ୍କ ସମର୍ଥନ ଲୋଡା। ସୁପର ଟିୟୁଜ୍‌ ଡେ' ପରେ ଟ୍ରମ୍ପଙ୍କ ପାଖରେ ୨୪୪ ପ୍ରତିନିଧି ଥିବା ବେଳେ ହାଲିଙ୍କ ପାଖରେ ମାତ୍ର ୮୬ ପତିନିଧିଙ୍କ ସମର୍ଥନ ଥିଲା।

Advertisment

୨୦୧୭ ରୁ ୨୦୧୮ ପର୍ଯ୍ୟନ୍ତ ଟ୍ରମ୍ପଙ୍କ କ୍ୟାବିନେଟରେ କାର୍ଯ୍ୟ କରୁଥିବା ନିକ୍କି ହାଲି ପ୍ରଥମ ରିପବ୍ଲିକାନ୍ ଭାବରେ ଫେବୃଆରୀ ୨୦୨୩ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିଲେ।

Joe Biden Donald Trump US Presidential Race Nikki Haley
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe