Advertisment

ଦୁର୍ଗା ପୂଜା ଛୁଟି ଓ ମୂର୍ତ୍ତି ବିସର୍ଜନ ବନ୍ଦ ପାଇଁ ଉଠିଲା ଦାବି

କିଛି ମୌଳବାଦୀ ଇସଲାମିକ ସଂଗଠନ ଦୁର୍ଗା ପୂଜାକୁ ଖୋଲାଖୋଲି ଭାବେ ପାଳନ କରିବାକୁ ବିରୋଧ କରିଛନ୍ତି। ସେହିପରି ଦୁର୍ଗା ପୂଜା ପାଇଁ ଦେଶରେ ଘୋଷଣା ହେଉଥିବା ଛୁଟି ବିରୋଧରେ ସେମାନେ ମତ ରଖିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
No Durga Puja holidays

No Durga Puja holidays

ବାଂଲାଦେଶରେ ଶେଖ ହସିନା ସରକାରର ପତନ ପରେ ସେଠାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ଚିନ୍ତା ବଢ଼ି ଚାଲିଛି। ଆଗକୁ ବାଂଲାଦେଶ ହିନ୍ଦୁଙ୍କର ସବୁଠାରୁ ବଡ଼ ପର୍ବ ଦୁର୍ଗା ପୂଜା ଆସୁଛି। ହେଲେ ଏହାକୁ ନେଇ ବିବାଦ ଦେଖାଯାଇଛି।

Advertisment

କିଛି ମୌଳବାଦୀ ଇସଲାମିକ ସଂଗଠନ ଦୁର୍ଗା ପୂଜାକୁ ଖୋଲାଖୋଲି ଭାବେ ପାଳନ କରିବାକୁ ବିରୋଧ କରିଛନ୍ତି। ସେହିପରି ଦୁର୍ଗା ପୂଜା ପାଇଁ ଦେଶରେ ଘୋଷଣା ହେଉଥିବା ଛୁଟି ବିରୋଧରେ ସେମାନେ ମତ ରଖିଛନ୍ତି।

ନିକଟରେ ବିଦ୍ରୋହୀ ଗ୍ରୁପଗୁଡ଼ିକ ପକ୍ଷରୁ ଢାକାର ସେକ୍ଟେର ୧୩ରେ ଗୋଟିଏ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଠାରେ ଥିବା ଗୋଟିଏ ପଡ଼ିଆରେ ହିନ୍ଦୁ ସଂପ୍ରଦାୟର ଲୋକମାନେ ଦୀର୍ଘ ବର୍ଷ ଧରି ଦୁର୍ଗା ପୂଜା ଉତ୍ସବ ପାଳନ କରି ଆସୁଛନ୍ତି। କିନ୍ତୁ ଏହାର ବ୍ୟବହାର ବିରୋଧରେ ସେମାନେ ମତ ରଖିଛନ୍ତି।

Advertisment

ଇନସାଫ କୀମକରି ଛାତ୍ର ଜନତା ପକ୍ଷରୁ ହୋଇଥିବା ବିକ୍ଷୋଭରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି। ରାସ୍ତା ବନ୍ଦ କରି କୌଣସି ସ୍ଥାନରେ ପୂଜା ହୋଇପାରିବ ନାହିଁ। ମୂର୍ତ୍ତି ବିସର୍ଜନ କରି ପାଣିକୁ ପ୍ରଦୂଷଣ କରାଯାଇ ପାରିବ ନାହିଁ। ମୂର୍ତ୍ତିର ପୂଜା ହୋଇ ପାରିବ ନାହିଁ ବୋଲି ସେମାନେ ପ୍ଲାକାର୍ଡରେ ଉଲ୍ଲେଖ କରିଥିଲେ।

ସଂଗଠନ ପକ୍ଷରୁ ୧୬ ଦଫା ଦାବି ମଧ୍ୟ ଉପସ୍ଥାପନ କରାଯାଇଛି। ପୂଜା ପାଠ ଓ ମୂର୍ତ୍ତି ବିସର୍ଜନ ସର୍ବସାଧାରଣରେ ପ୍ରଦର୍ଶନ କରାଯାଇ ପାରିବ ନାହିଁ। ପରିବେଶର ସୁରକ୍ଷା ପାଇଁ ସେମାନେ ଏପରି ଦାବି କରିଛନ୍ତି। ଧାର୍ମିକ କାର୍ଯ୍ୟକ୍ରମ ପାଇଁ ରାସ୍ତା ବନ୍ଦ ଓ ପର୍ବ ପାଳନ ପାଇଁ ସରକାର ରିଲିଫ ପାଣ୍ଠି ପ୍ରଦାନ ନ କରିବାକୁ ମଧ୍ୟ କହିଛନ୍ତି।

ସଂଗଠନ ଯୁକ୍ତି କରିଛି ଯେ ଯେହେତୁ ବାଂଲାଦେଶର ମୋଟ ଜନସଂଖ୍ୟାର ୨% ହେଉଛନ୍ତି ହିନ୍ଦୁ, ତେଣୁ ଦୁର୍ଗା ପୂଜା ପାଇଁ ଦେଶରେ ଛୁଟି ଘୋଷଣା କରା ନଯାଉ। ଧାର୍ମିକ ଭାବନାର ଦ୍ୱାହି ଦେଇ ସେମାନେ କୌଣସି ମୁସଲିମ ହିନ୍ଦୁ ଉତ୍ସବକୁ ସମର୍ଥନ କରିପାରିବେ ନାହିଁ ବୋଲି କହିଛି।

ବାଂଲାଦେଶର ଅନେକ ସ୍ୱତନ୍ତ୍ର ସ୍ଥାନରେ ନିର୍ମାଣ ହୋଇଥିବା ମନ୍ଦିରଗୁଡ଼ିକୁ ହଟାଇବା ପାଇଁ ସଂଗଠନ କହିଛି। ଆଉ ଏକ ଦାବିରେ ସାଂଘାତିକ କଥା କୁହାଯାଇଛି, “ଭାରତ ଯେହେତୁ ବାଂଲାଦେଶର ଜାତୀୟ ଶତ୍ରୁ, ତେଣୁ ବାଂଲାଦେଶର ହିନ୍ଦୁ ଲୋକମାନେ ମଧ୍ୟ ଭାରତ ବିରୋଧୀ ଚିନ୍ତାଧାରା ରଖିବା ପାଇଁ ରାଜି ହେବା ଦରକାର। ଏହି କାରଣ ପାଇଁ ଭାରତ ବିରୋଧୀ ବ୍ୟାନର ଓ ଭାରତ ବିରୋଧୀ ସ୍ଲୋଗାନ ମନ୍ଦିର ଗୁଡ଼ିକରେ ଲଗାଯାଉ।”

ଏପରି ବିକ୍ଷୋଭ ଓ ଦାବି ଯୋଗୁ ବାଂଲାଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତ ହେଉଥିବା ହିନ୍ଦୁଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

Bangladesh Hindu Temple Hindu Hindu Religion Row