Advertisment

ଅନ୍ଧକାରମୟ ହେଲା ପୂରା ଗାଜା, ଏୟାରପୋର୍ଟ ଉପରେ ହମାସର ଘନଘନ ରକେଟ ମାଡ଼

ଗାଜାରେ ଇସ୍ରାଏଲ ହମଲା କରିବା ଦିନକୁ ପାଲେଷ୍ଟାଇନରେ ଶରଣାର୍ଥୀଙ୍କ ପାଇଁ କାମ କରୁଥିବା ମିଳିତ ଜାତିସଂଘର ୯ ଜଣ ଅଧିକାରୀଙ୍କ ମୃତ୍ୟୁ ହୋଇ ସାରିଲାଣି।

author-image
Hemant Lenka
Gaza

Gaza

ଗାଜା ଦଖଲ କରିବା ମୁଡରେ ଥିବା ଇସ୍ରାଏଲ ନିଜର ହମଲାକୁ ଜୋରଦାର କରିଛି। ପ୍ରଥମେ ଗାଜାର ଆଖପାଖ ଅଞ୍ଚଳକୁ ନିଜ ଦଖଲକୁ ନେଇଥିବା ଇସ୍ରାଏଲ ଏବେ ଆଉ ପାଦ ଆଗେଇଛି। ଖୁବଶୀଘ୍ର ଇସ୍ରାଏଲ କବଜାକୁ ଗାଜା ଚାଲି ଆସିବ। ଗାଜା ଦଖଲ କରିବାକୁ ଇସ୍ରାଏଲ ଯାଉଥିବାରୁ ସେଠାରେ ଘନଘନ ଆକ୍ରମଣ କରିଥିଲା। ଗାଜାକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ କରି ଦେଇଥିଲା।

Advertisment

ଏବେ ସଂପୂର୍ଣ୍ଣ ଗାଜା ଷ୍ଟ୍ରିପ ଅନ୍ଧକାରମୟ ହୋଇ ଯାଇଛି। କାରଣ ଇସ୍ରାଏଲ ଆକ୍ରମଣ ପରଠାରୁ ପାଲେଷ୍ଟାଇନ ଏନକ୍ଲେଭରେ ଥିବା ଏକ ମାତ୍ର ବିଜୁଳି ଷ୍ଟେସନ କାମ କରୁଥିଲା। ଏବେ ସେଠାରେ ତେଲ ଶେଷ ହୋଇ ଯାଇଛି। ଉକ୍ତ ପାୱାର ଷ୍ଟେସନ ମଧ୍ୟ କାର୍ଯ୍ୟକ୍ଷମ ହେଉନି। ତେଣୁ ଆଜି ଠାରୁ ପୂରା ଗାଜା ଅନ୍ଧାର ଭିତରକୁ ଚାଲି ଯାଇଛି।

ଦୁଇ ଦିନ ତଳେ ଇସ୍ରାଏଲ ପକ୍ଷରୁ ଗାଜାକୁ ସଂପୂର୍ଣ୍ଣ ଅନ୍ଧକାର କରଯିବ ବୋଲି ଚେତାବନୀ ଦିଆଯାଇଥିଲା। ସେହିପରି ଇସ୍ରାଏଲ ଖାଦ୍ୟ ଓ ତେଳ ଯୋଗାଣ ଗାଜାକୁ ବନ୍ଦ କରି ଦେଇଥିଲା। ଏବେ ସତକୁ ସତ ଗାଜା ଅନ୍ଧାର ଭିତରେ ରହିଛି।

Advertisment

ଅନ୍ୟପକ୍ଷରେ ତେଲଅଭିଭରେ ଥିବା ଇସ୍ରାଏଲାର ବେନ ଗୁରିଅନ ଏୟାରପୋର୍ଟ ଉପରେ ହମାସ ଆତଙ୍କବାଦୀମାନେ ରକେଟ ମାଡ଼ ଜାରି ରଖିଛନ୍ତି। ଏଥିପାଇଁ ଏୟାରପୋର୍ଟ ଓ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ଏୟାରପୋର୍ଟରେ ସମସ୍ତ ସେବାକୁ ବାତିଲ କରି ଦିଆଯାଇଛି।

ଶନିବାର ଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଆଜି ୫ମ ଦିନରେ ପହଞ୍ଚିଛନ୍ତି। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩ ହଜାର ଲୋକଙ୍କ ଜୀବନ ଗଲାଣି। ମୃତାହତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାଦନ୍ୟାହୁଙ୍କ ସହ କଥା ହୋଇଛନ୍ତି।

ଆମେରିକା ସବୁବେଳେ ଇସ୍ରାଏଲ ସହ ରହିଛି ବୋଲି ସେ ନେତାନ୍ୟାହୁଙ୍କୁ କହିଛନ୍ତି। କିନ୍ତୁ ଗାଜାରେ ଇସ୍ରାଏଲ ଆକ୍ରମଣରେ ଯେମିତି ସାଧାରଣ ଲୋକଙ୍କ କୌଣସି କ୍ଷତି ନହେବ, ତା’ର ଧ୍ୟାନ ଦେବାକୁ ମଧ୍ୟ ବାଇଡେନ ପରାମର୍ଶ ଦେଇଛନ୍ତି। ଗାଜା ଉପରେ ଇସ୍ରାଏଲ ହମଲା କରୁଥିବାରୁ ସେଠାରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ଦିଗରେ ମଧ୍ୟ ଆମେରିକା କାମ କରୁଛି।

ଗାଜାରେ ଇସ୍ରାଏଲ ହମଲା କରିବା ଦିନକୁ ପାଲେଷ୍ଟାଇନରେ ଶରଣାର୍ଥୀଙ୍କ ପାଇଁ କାମ କରୁଥିବା ମିଳିତ ଜାତିସଂଘର ୯ ଜଣ ଅଧିକାରୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଗାଜାରେ ଥିବା ମିଳିତ ଜାତିସଂଘର ମୁଖ୍ୟାଳୟ ମଧ୍ୟ ଇସ୍ରାଏଲ ଆକ୍ରମଣରେ ଧ୍ୱଂସ ହୋଇଯାଇଛି।

ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଆଜି ବ୍ରିଟେନ ବିଦେଶ ମନ୍ତ୍ରୀ ଜେମ୍ସ କ୍ଲେଭର୍ଲୀ ଜେରୁଜେଲମରେ ପହଞ୍ଚିଛନ୍ତି। ବ୍ରିଟେନ ଏହି ଯୁଦ୍ଧରେ ଇସ୍ରାଏଲାର ସମର୍ଥନ କରିଛି।

Israel Israel Rocket Attacks Israel-Palestine Conflict