Advertisment

ଚାଇନା ଲ୍ୟାବରେ କରୋନା ଭାଇରାସ ସୃଷ୍ଟି ହୋଇଥିବାର ପ୍ରମାଣ ନାହିଁ!

ଚାଇନା ସରକାରଙ୍କ ଦ୍ୱାରା ପରିଚାଳିତ ଉହାନ ରିସର୍ଚ୍ଚ ଲ୍ୟାବରେ ହିଁ କରୋନା ଭାଇରସକୁ ସୃଷ୍ଟି ହୋଇଥିଲା ଓ ଏହା ପୂରା ବିଶ୍ୱରେ ଆତଙ୍କ ଖେଳାଇଥିବା କୁହାଯାଇଥିଲା। ଏହାର ତଦନ୍ତ କରାଯାଇଥିଲେ ହେଁ ଏବେ ଆମେରିକା ଗୁଇନ୍ଦା ସଂସ୍ଥା ଉହାନ ରିସର୍ଚ୍ଚ ଲ୍ୟାବକୁ କ୍ଲିନଚିଟ ଦେଇଛି।

Wuhan

Wuhan

Advertisment

ସାରା ବିଶ୍ୱକୁ ଚିନ୍ତାରେ ପକାଇବା ସହ କୋଟି କୋଟି ଲୋକଙ୍କ ଜୀବନ ନେଇଥିବା କୋଭିଡ-୧୯ ଭାଇରସ ବା କରୋନା ଭାଇରସ ଚାଇନିଜ ଲ୍ୟାବରୁ ସୃଷ୍ଟି ହୋଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ବହୁ ତଦନ୍ତ ପରେ ମଧ୍ୟ ଲ୍ୟାବରୁ ଭାଇରସ ସୃଷ୍ଟି ହୋଇଥିବା ପ୍ରମାଣ ମିଳି ନଥିବା ଆମେରିକା ଗୁଇନ୍ଦା ବିଭାଗର ମୁଖ୍ୟ କହିଛନ୍ତି।

Advertisment

ଚାଇନା ସରକାରଙ୍କ ଦ୍ୱାରା ପରିଚାଳିତ ଉହାନ ରିସର୍ଚ୍ଚ ଲ୍ୟାବରେ ହିଁ କରୋନା ଭାଇରସକୁ ସୃଷ୍ଟି ହୋଇଥିଲା ଓ ଏହା ପୂରା ବିଶ୍ୱରେ ଆତଙ୍କ ଖେଳାଇଥିବା କୁହାଯାଇଥିଲା। ଏହାର ତଦନ୍ତ କରାଯାଇଥିଲେ ହେଁ ଏବେ ଆମେରିକା ଗୁଇନ୍ଦା ସଂସ୍ଥା ଉହାନ ରିସର୍ଚ୍ଚ ଲ୍ୟାବକୁ କ୍ଲିନଚିଟ ଦେଇଛି।

ଅଫିସ ଅଫ ଡିରେକ୍ଟର ଅଫ ନ୍ୟାଶନାଲ ଇଣ୍ଟଲଜେନ୍ନ୍ସ(ODNI) ଗୋଟିଏ ରିପୋର୍ଟରେ କହିଛି ଯେ ଉହାନ ଲ୍ୟାବ୍‌ର ୩ ଜଣ ବୈଜ୍ଞାନିକ ରିସର୍ଚ୍ଚ କରିବା ବେଳେ ପ୍ରଥମେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଦାବିର କୌଣସି ପ୍ରମାଣ ମିଳିନି। ସେମାନେ ନିଜେ ଭାଇରସ ତିଆରି କରୁଥିବା ବେଳେ ସଂକ୍ରମିତ ହୋଇଥିବା କୁହାଯାଇଥିଲା। ଏହାର ତଦନ୍ତ ଆମେରିକା ଇଣ୍ଟଲଜେନ୍ସ କମ୍ୟୁନିଟି(ଆଇସି) କରିଥିଲା।

Advertisment

ଏହି ସମୟରେ ଉହାନ ଲ୍ୟାବର କିଛି ବୈଜ୍ଞାନିକ କୋଭିଡ ୧୯ ସହ ସାମଞ୍ଜସ୍ୟ ରଖିଥିବା କରୋନା ଭାଇରସର ଜେନେଟିକ ଇଞ୍ଜିନିୟରିଂ କରୁଥିଲେ। କିନ୍ତୁ ସେମାନେ ଏପରି କାମ ନିର୍ଦ୍ଦିଷ୍ଟ ଭାବେ କୋଭିଡ -୧୯ ବା ସାର୍ସ କୋଭ-୨ କିମ୍ବା ଏହା ସହ ଜଡ଼ିତ ସଂକ୍ରମିତ କରିବା ଭଳି ଭାଇରସ ଉପରେ କରୁଥିବାର ପ୍ରମାଣ ଆମେରିକା ପାଖରେ ନାହିଁ। ମହାମାରୀ ଭଳି ସ୍ଥିତି ସୃଷ୍ଟି କରିବାକୁ ସେମାନେ ଲକ୍ଷ୍ୟ ରଖିଥିଲେ ବୋଲି ପ୍ରମାଣ ମିଳିନି ବୋଲି ରିପୋର୍ଟରେ କୁହାଯାଇଛି।

୨୦୧୯ ଶେଷ ଭାଗରେ ପୂରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଜାଣିବା ଓ ଏହା ସହ ଜଡ଼ିତ ତଥ୍ୟକୁ ସାର୍ବଜନୀନ କରିବାକୁ ଆମେରିକାର ସାଂସଦମାନେ ୩ ମାସ ତଳେ ଦାବି କରିଥିଲେ। ସେବେଠାରୁ ଆମେରିକା ଗୁଇନ୍ଦା ସଂସ୍ଥା ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା।

କିଛି ସାଂସଦ ଅଭିଯୋଗ କରିଥିଲେ ଯେ ଭାଇରସ ଉହାନରେ ଚାଲିଥିବା ରିସର୍ଚ୍ଚ ବେଳେ ସୃଷ୍ଟି ହୋଇଥିଲା ଓ ବେଜିଂ ଜାଣିଶୁଣି ଏହା ସହ ଜଡ଼ିତ ପ୍ରମାଣକୁ ଲୁଚାଇ ଦେଇଥିଲା। ତେବେ ODNI ମାର୍ଚ୍ଚରେ ଜାରି କରିଥିବା ତା’ ରିପୋର୍ଟରେ କହିଥିଲା ଯେ ସଂସ୍ଥା ସହ ଜଡ଼ିତ ଏନଏସ୍‌, ସିଆଇଏ ଓ ଏଫବିଆଇ ଭଳି ଏଜେନ୍ସି ତଦନ୍ତରୁ ଜାଣିବାକୁ ପାଇଛନ୍ତି ଯେ କୋଭିଡ-୧୯ ଆଦୌ ଜେନେଟିକାଲୀ ଇଞ୍ଜିନିୟରିଂରୁ ଆସିନି। ଏହା ଲ୍ୟାବରେ ମଧ୍ୟ ସୃଷ୍ଟି ହୋଇନାହିଁ।

କିନ୍ତୁ ODNI ମାର୍ଚ୍ଚରେ ଜାରି କରିଥିବା ରିପୋର୍ଟରେ କୋଭିଡ-୧୯ର ପରୀକ୍ଷା ଉହାନ ଲ୍ୟାବରେ କରାଯାଇଥିବା ସମ୍ଭାବନାକୁ ଖାରଜ କରି ନଥିଲା। ତେଣୁ ପରୀକ୍ଷା ବେଳେ କୌଣସି କାରଣରୁ ଏହା ଲିକ୍‌ ହୋଇଥାଏ ପାରେ ବୋଲି କହିଥିଲା। କିନ୍ତୁ ଏବେ କରୋନା ଭାଇରସ ଚାଇନା ଲ୍ୟାବରେ ସୃଷ୍ଟି କରାଯାଇଥିବା ଅଭିଯୋଗର ପ୍ରମାଣ ନଥିବା ସଂସ୍ଥା କହିଛି।

USA China Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe