Advertisment

ଚାଇନା ସହ ଡିଲ୍‌ କଲା ମାଳଦ୍ୱୀପ: ଭାରତୀୟ ସୈନ୍ୟ ସମ୍ପର୍କରେ ରାଷ୍ଟ୍ରପତି ଦେଲେ ଏମିତି ବୟାନ

ଚାଇନା ସହ ମାଳଦ୍ୱୀପ ପ୍ରତିରକ୍ଷା ଡିଲ୍‌ କରିବା ପରେ ମହମ୍ମଦ ମୁଇଜ୍ଜୁ ଏପରି ବୟାନ ଦେଇଛନ୍ତି।

author-image
Hemant Lenka
Muizzu

Muizzu

ଭାରତୀୟ ସେନା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ଆସନ୍ତା ମେ’ ୧୦ ତାରିଖ ପରଠାରୁ ଭାରତୀୟ ପ୍ରତିରକ୍ଷା ବିଭାଗ ସହ ଜଡ଼ିତ କୌଣସି କର୍ମଚାରୀ ବା ଯବାନ ମାଳଦ୍ୱୀପରେ ରହିବେ ନାହିଁ ବୋଲି ସେ କହିଛନ୍ତି। ଚାଇନା ସହ ମାଳଦ୍ୱୀପ ପ୍ରତିରକ୍ଷା ଡିଲ୍‌ କରିବା ପରେ ମହମ୍ମଦ ମୁଇଜ୍ଜୁ ଏପରି ବୟାନ ଦେଇଛନ୍ତି।

Advertisment

ସେ କହିଛନ୍ତି, “ଆଗାମୀ ମେ’ ୧୦ରୁ ଦେଶରେ କୌଣସି ପ୍ରକାରର ଭାରତୀୟ ଟ୍ରୁପ୍ସ ରହିବେ ନାହିଁ। ସେନା ପୋଷାକ ହେଉ କିମ୍ବା ସାଦା ପୋଷାକରେ, କେହି ବି ଏଠାରେ ରହିପାରିବେ ନାହିଁ। ଭାରତୀୟ ପ୍ରତିରକ୍ଷା ସହ ଜଡ଼ିତ କର୍ମଚାରୀ କୌଣସି ବି ପୋଷାକରେ ଦେଶରେ ରହିବେ ନାହିଁ। ମୁଁ ଏକଥା ବେଶ ବିଶ୍ୱାସ ଓ ଦୃଢ଼ତାର ସହ ସମସ୍ତଙ୍କୁ କହୁଛି।”

ଚାଇନା ଠାରୁ ମାଗଣାର ମିଲିଟାରୀ ସହାୟତା ପାଇବାକୁ ମାଳଦ୍ୱୀପ ଡିଲ୍‌ କରିଛି। ଏହି ଡିଲ୍‌ ଫାଇନାଲ ହେବା ପରେ ମହମ୍ମଦ ମୁଇଜ୍ଜୁ ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରିଛନ୍ତି।

Advertisment

ଫେବୃଆରୀ ୨୮ରେ ଭାରତର ଗୋଟିଏ ସିଭିଲିଆନ ଟିମ ମାଳଦ୍ୱୀପରେ ପହଞ୍ଚିଥିଲା। ମାଳଦ୍ୱୀପରେ ଥିବା ୩ଟି ବେସାମରିକ ବିମାନ ଚଳାଚଳ ପ୍ଲାଟଫର୍ମସରୁ ଗୋଟିଏର ଦାୟିତ୍ୱ ନେବା ପାଇଁ ଟିମ ଯାଇଛି। ମାଳଦ୍ୱୀପରୁ ମିଲିଟାରୀ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବା ପାଇଁ ଭାରତ ସରକାର ବୁଝାମଣା କରିଛନ୍ତି। ଏହାର ଡେଡଲାଇନ ମାର୍ଚ୍ଚ ୧୦ରେ ଶେଷ ହେବ।

ମାନବିକ ସହାୟତା ଓ ଚିକିତ୍ସା ନିମନ୍ତେ ଭାରତ ପକ୍ଷରୁ ୮୦ ଜଣ ସୈନ୍ୟଙ୍କୁ ମାଳଦ୍ୱୀପରେ ନିୟୋଜିତ କରାଯାଇଛି। ନିକଟରେ ​ମାଳଦ୍ୱୀପ ସହ ଲାକ୍ଷାଦ୍ୱୀପକୁ ତୁଳନା କରାଯିବାରୁ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଥିଲା।

ଉଭୟ ଦେଶ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଡିଲ ହୋଇଥିଲା। ଏକଥା ଫେବୃଆରୀ ୫ରେ ମାଳଦ୍ୱୀପ ସଂସଦକୁ ସମ୍ବୋଧନ କରିବା ବେଳେ ମହମ୍ମଦ ମୁଇଜ୍ଜୁ ଏକଥା କହିଥିଲେ।

ଏବେ ସେ ପୁଣିଥରେ ଭାରତୀୟ ସୈନ ମେ’ ୧୦ ପରେ ଆଉ ମାଳଦ୍ୱୀପରେ ରହିପାରିବେ ନାହିଁ ବୋଲି କହିଛନ୍ତି।

Maldives Mohamed Muizzu