Advertisment

ଭାରତୀୟଙ୍କୁ ଆଉ ଚାକିରି ନ ଦେବାକୁ ଗୁଗଲ ଓ ମାଇକ୍ରୋସଫ୍ଟକୁ କହିଲେ ଟ୍ରମ୍ପ

ଭାରତ ଭଳି ବିଦେଶ ରାଷ୍ଟ୍ରର ଲୋକଙ୍କୁ ନିଯୁକ୍ତି ଦେବା କମ୍ପାନୀଗୁଡ଼ିକ ବନ୍ଦ କରନ୍ତୁ ବୋଲି ଟ୍ରମ୍ପ କହିଛନ୍ତି। ଏହାପୂର୍ବରୁ ଟ୍ରମ୍ପ ଆପଲ ଭଳି ମୋବାଇଲ କମ୍ପାନୀକୁ ଭାରତରେ ଫ୍ୟାକ୍ଟ୍ରୀ ଖୋଲିବାକୁ ବାରଣ କରିଥିଲେ।

Trump

Trump

Advertisment

ପୁଣି ଭାରତ ଓ ଭାରତୀୟଙ୍କ ବିରୋଧରେ ମତ ରଖିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ଼ବଡ଼ ଟେକ କମ୍ପାନୀଗୁଡ଼ିକୁ କଡ଼ା ବାର୍ତ୍ତା ଦେଇଛନ୍ତି। ଭାରତ ଭଳି ବିଦେଶ ରାଷ୍ଟ୍ରର ଲୋକଙ୍କୁ ନିଯୁକ୍ତି ଦେବା କମ୍ପାନୀଗୁଡ଼ିକ ବନ୍ଦ କରନ୍ତୁ ବୋଲି ଟ୍ରମ୍ପ କହିଛନ୍ତି। ଏହାପୂର୍ବରୁ ଟ୍ରମ୍ପ ଆପଲ ଭଳି ମୋବାଇଲ କମ୍ପାନୀକୁ ଭାରତରେ ଫ୍ୟାକ୍ଟ୍ରୀ ଖୋଲିବାକୁ ବାରଣ କରିଥିଲେ। 

Advertisment

ବୁଧବାର ୱାଶିଂଟନରେ ଆୟୋଜିତ ଗୋଟିଏ AI ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ନିଜ ଘରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଫୋକସ କରନ୍ତୁ। ସେମାନେ ଚାଇନାରେ ଫ୍ୟାକ୍ଟ୍ରୀ ତିଆରି କରିବା ଓ ଭାରତୀୟ ଟେକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ବନ୍ଦ କରନ୍ତୁ।

ଟେକ ଶିଳ୍ପର ତଥାକଥିତ ‘ବିଶ୍ୱ ଦୃଷ୍ଟି ମନୋଭାବ ବା ଗ୍ଲୋବାଲିଷ୍ଟ ମାଇଣ୍ଡସେଟ୍‌’କୁ ସମାଲୋଚନା କରି ଟ୍ରମ୍ପ କହିଛନ୍ତି ଯେ ଏପରି ଆଭିମୁଖ୍ୟ ଯୋଗୁ ଅନେକ ଆମେରିକୀୟଙ୍କ ଭାବନା ଅଣଦେଖା ହୋଇଚାଲିଛି। କିଛି ବଡ଼ବଡ଼ ଟେକ କମ୍ପାନୀ ଆମେରିକୀୟ ସ୍ୱାଧୀନତାକୁ ବ୍ୟବହାର କରି ଲାଭବାନ ହେଉଛନ୍ତି। କିନ୍ତୁ ସେମାନେ ଦେଶ ବାହାରେ ଅଧିକ ନିବେଶ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନରେ ସେସବୁ ଦିନ ଶେଷ ହୋଇ ଯାଇଛି ବୋଲି ସେ କହିଛନ୍ତି।

Advertisment

ଟ୍ରମ୍ପ କହିଛନ୍ତି, “ଆମର ଅଧିକାଂଶ ଟେକ କମ୍ପାନୀ ଆମେରିକୀୟ ସ୍ୱାଧୀନତାର ଲାଭ ଉଠାଇଛନ୍ତି। ହେଲେ ସେମାନେ ଚାଇନାରେ ନିଜର ଫ୍ୟାକ୍ଟ୍ରୀ ତିଆରି କରୁଛନ୍ତି। ଭାରତରେ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି ଓ ଆୟର୍ଲ୍ୟାଣ୍ଡରେ ନିଜର ଲଭାଂଶକୁ ଲୁଚାଉଛନ୍ତି। ଆପଣମାନେ ସମସ୍ତା ଏକଥା ଜାଣିଛନ୍ତି।

ସେମାନେ ନିଜ ଦେଶର ଲୋକଙ୍କ ଭାବନା ସହ ଖେଳୁଛନ୍ତି। ହେଲେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମୟରେ ସେସବୁ ଚଳିବ ନାହିଁ। ସେସବୁ ଦିନ ଶେଷ ହୋଇଛି। ଆମେରିକା ଟେକ୍ନୋଲୋଜି କମ୍ପାନୀ ଆମେରିକା ପାଇଁ ହିଁ କାମ କରୁ ବୋଲି ଆମେ ଚାହୁଁଛୁ। କମ୍ପାନୀଗୁଡ଼ିକ ଆମେରିକା ପ୍ରଥମେ ନୀତିକୁ ଆପଣାନ୍ତୁ। ଆପଣମାନେ ଏହା କରିବେ। ଏହା ହିଁ ଆମେ ଚାହୁଁଛୁ।”

ସମାନ ସମ୍ମିଳନୀରେ ଟ୍ରମ୍ପ କୃତ୍ରିମ ବୁଦ୍ଧିମତା ବା ଏଆଇକୁ ନେଇ ୩ଟି ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି। ଆମେରିକାରେ ଏଆଇର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଗୋଟିଏ ଜାତୀୟ ରଣନୀତି ଓ ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା ପ୍ରସଙ୍ଗକୁ ଧିମା କରିଥିବା ବିଷୟବସ୍ତୁ ହ୍ରାସ କରିବା କଥା ଗୋଟିଏ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ଆମେରିକାକୁ ଏଆଇ କ୍ଷେତ୍ରରେ ପୂରା ବିଶ୍ୱରେ ଏକ ନମ୍ବର କରିବା ପାଇଁ ଟ୍ରମ୍ପ ଚାହୁଁଛନ୍ତି। ଏଥିପାଇଁ ପୂରା ଯୋଜନାର ଶୀର୍ଷକ ୱିନିଂ ଦ ରେସ୍‌ ରଖାଯାଇଛି।

Donald Trump Microsoft Google
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe