Advertisment

ପ୍ରେମିକା ସହ ମିଶିଲାନି ମନ, ୯୨ ବର୍ଷରେ ଭାଙ୍ଗିଗଲା ହୃଦୟ

ରୁପର୍ଟ ମୁଦ୍ରୋକ କିଛି ସପ୍ତାହ ପୂର୍ବରୁ ନ୍ୟୁୟର୍କ ସହରରେ ସ୍ମିଥଙ୍କୁ ଏକ ଡାଇମଣ୍ଡ ରିଙ୍ଗ ସହ ବିବାହ ପ୍ରସ୍ତାବ ଦେଇଥିଲେ । ମାତ୍ର ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି।

Rupert Murdoch With Girl Friend Smith

Rupert Murdoch With Girl Friend Smith

Advertisment

୯୨ ବର୍ଷରେ ଭାଙ୍ଗିଗଲା ହୃଦୟ । ବସି ପାରିଲାନି ନୂଆ ସଂସାର । ପଞ୍ଚମ ବିବାହ କରିବାକୁ ବେଶ୍‌ ଉତ୍ସାହିତ ଥିବା ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକଙ୍କ ନିର୍ବନ୍ଧ  ଶେଷରେ ଭାଙ୍ଗି ଯାଇଛି। ନିଜ ୬୬ ବର୍ଷୀୟା ପ୍ରେମିକା ଏନ୍ ଲେସ୍‌ଲୀ ସ୍ମିଥଙ୍କୁ  ବିବାହ କରି ଶେଷ ଥର ପାଇଁ ଘର ସଂସାର କରିବାକୁ ମନ ବଳାଇଥିବା ରୁପର୍ଟ ମୁଦ୍ରୋକଙ୍କ ଆଶା ଆଶାରେ ହିଁ ରହି ଯାଇଛି।

Advertisment

ରୁପର୍ଟ ମୁଦ୍ରୋକ କିଛି ଦିନ ପୂର୍ବେ ତଳେ ନିଜ ପଞ୍ଚମ ବିବାହ ବିଷୟରେ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ନିଜ ମାଲିକାନାରେ ଥିବା ନ୍ୟୁୟର୍କ ପୋଷ୍ଟକୁ ସାକ୍ଷାତକାର ଦେଇ ରୁପର୍ଟ ମୁଦ୍ରୋକ କହିଥିଲେ ଯେ, ଏନ୍ ଲେସ୍‌ଲୀ ସ୍ମିଥଙ୍କୁ ବିବାହ କରି ଜୀବନର ବାକି ସମୟ  ବେଶ୍‌ ହସଖୁସିରେ କାଟିବି। ମାତ୍ର ଉଭୟଙ୍କ ବିବାହ ହଠାତ୍ ଭାଙ୍ଗି ଯାଇଥିବା ହୋଇଯାଇଥିବା ରୁପର୍ଟ ମୁଦ୍ରୋକଙ୍କ ନିକଟତମ ସୂତ୍ରରୁ ପ୍ରକାଶ।  ଏହାର ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ବି ସ୍ମିଥଙ୍କ ପୁରୁଣା ଚିନ୍ତାଧାରା ସହ ରୁପର୍ଟ ମୁଦ୍ରୋକ ନିଜକୁ ଖାପ୍‌ ଖୁଆଇ ନ ପାରିବାରୁ ବିବାହ ଭାଙ୍ଗି ଦେଇଥିବା ଜଣାଯାଇଛି। 

 ଏହି ହାଇ ପ୍ରୋଫାଇଲ ବ୍ରେକ୍‌ଅପ୍‌ ନେଇ କେହି ପାଟି ଫିଟାଉ ନ ଥିବା ବେଳେ ନ୍ୟୁୟର୍କ ପୋଷ୍ଟରେ ବାହାରିଥିବା ରିପୋର୍ଟ ଅନୁଯାୟୀ, ସ୍ମିଥଙ୍କ ସହ ରୁପର୍ଟ ମୁଦ୍ରୋକଙ୍କ ବୁଝାମଣା ଠିକ୍‌ ରହି ପାରିଲାନି। ସ୍ମିଥଙ୍କ ମାନସିକତାକୁ ସେ ସହଜେ ଗ୍ରହଣ କରି ନ ପାରିବାରୁ ବିବାହକୁ ନା କହିଛନ୍ତି। 

Advertisment

ଗତ ବର୍ଷ ରୁପର୍ଟ ମୁଦ୍ରୋକଙ୍କର ନିଜ ଚତୁର୍ଥ ପତ୍ନୀଙ୍କଠାରୁ ଛାଡ଼ପତ୍ର ହୋଇଥିଲା। ଏହାପରେ କାଲିଫର୍ନିଆରେ ଆୟୋଜିତ ଏକ ଇଭେଣ୍ଟରେ ତାଙ୍କର ସ୍ମିଥଙ୍କ ସହ ସାକ୍ଷାତ ହୋଇଥିବା ବେଳେ ଉଭୟ ପରସ୍ପର ପ୍ରେମରେ ପଡ଼ି ଯାଇଥିଲେ।  ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ସ୍ପଟ କରାଯାଉଥିବା ବେଳେ ଉଭୟ ଡେଟ୍‌ରେ ବି ଯାଉଥିବା ହଟ୍‌ ଗସିପ ପାଲଟିଥିଲା ।

ରୁପର୍ଟ ମୁଦ୍ରୋକ କିଛି ସପ୍ତାହ ପୂର୍ବରୁ ନ୍ୟୁୟର୍କ ସହରରେ ସ୍ମିଥଙ୍କୁ ଏକ ଡାଇମଣ୍ଡ ରିଙ୍ଗ ସହ ବିବାହ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ସେ କହିଥିଲେ, ପ୍ରେମରେ ପଡ଼ିବାକୁ ନେଇ ମୁଁ ଖୁବ୍‌ ନର୍ଭସ ହୋଇ ଯାଇଛି, କିନ୍ତୁ ଜାଣିଥିଲି ଏହା ଶେଷ ଥର ହେବ । ଏଥିପାଇଁ ଖୁବ୍‌ ଖୁସି ବି ଅଛି। ଏହା ହେବା ମଧ୍ୟ ଉଚିତ୍ ।

 ରୁପର୍ଟ ମୁଦ୍ରୋକଙ୍କ ବିବାହ ପ୍ରସ୍ତାବ ପରେ ସ୍ମିଥ୍‌ଙ୍କ ଖୁସି ବନ୍ଧବାଡ଼ ମାନୁ ନ ଥିବା ବେଳେ ସେ କହିଥିଲେ,ଏହା ମୋର ପ୍ରଥମ ପ୍ରେମ ନୁହେଁ । ମୋର ବୟସ ୭୦ ପାଖାପାଖି, ଅର୍ଥାତ୍ ମୁଁ ମୋ ଜୀବନର ଶେଷ ଭାଗରେ ଅଛି । ମୁଁ ଠିକ୍ ସମୟକୁ ଅପେକ୍ଷା କରିଥିଲି । ମୋ’ ପରିବାର ମୋ’ ପାଇଁ ଖୁସି ଅଛନ୍ତି।

ରୁପର୍ଟଙ୍କ ପୂର୍ବରୁ ୪ ଥର ବିବାହ କରିଥିବା ବେଳେ ତାଙ୍କର ୬ଜଣ ସନ୍ତାନ ଅଛନ୍ତି। ସେହିପରି ସ୍ମିଥ୍‌ ମଧ୍ୟ ୨ ଥର ବିବାହ କରି ସାରିଛନ୍ତି। ସ୍ମିଥଙ୍କ ପ୍ରଥମ ସ୍ୱାମୀ ଜଣେ ଧନୀ ବିଜନେସମ୍ୟାନ ଥିଲେ। ସ୍ମିଥ ତାଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଛାଡ଼ପତ୍ର ଦେଇଥିଲେ। ଏହାପରେ ଜଣେ ପପୁଲାର ସିଙ୍ଗର ତଥା ରେଡିଓ ହୋଷ୍ଟଙ୍କୁ ବିବାହ କରିଥିଲେ। ୨୦୦୮ ମସିହାରେ ଦ୍ୱିତୀୟ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ମିଥ୍‌ ଏକୁଟିଅ ହୋଇ ଯାଇଥିଲେ। 

 ଜୀବନରେ ଶେଷ ଥର ନୂଆ ଘର ବସାଇବା ପାଇଁ ବେଶ୍‌ ଉତ୍ସୁକ ଥିବା ରୁପର୍ଟ ମୁଦ୍ରୋକ ୬୫୦୦ ସ୍କୋୟାର ଫୁଟରେ ଥିବା ଏକ ଆଲିସାନ ବଙ୍ଗଲାକୁ ୩୦ ମିଲିୟନ ଡଲାରରେ କିଣିବା ପାଇଁ ଡିଲ୍‌ ଫାଇନାଲ କରିଥିଲେ। ଉକ୍ତ ଘରେ ସେ ସ୍ମିଥଙ୍କ ସହ ନିଜ ବୈବାହିକ ଜୀବନକୁ ଉପଭୋଗ କରିବା ସହ ଶାନ୍ତିରେ ଦିନ କାଟିଥାନ୍ତେ ବୋଲି ସ୍ଥିର କରିଥିଲେ । ମାତ୍ର ସବୁ କିଛି ଓଲଟା ହୋଇଗଲା। 

Marriage Rupert Murdoch Media Tycoon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe