Advertisment

ଜାପାନର ନିହୋନ୍ ହିଡାନକିଓ ସଂଗଠନକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ।

ଅଦ୍ୟତନ ହୋଇଛି
Nobel Prize

Nobel Prize

Advertisment

ଶାନ୍ତି ପାଇଁ ବିଶ୍ୱର ସମ୍ମାନସ୍ପଦ ପୁରସ୍କାର ନୋବେଲ ଘୋଷଣା ହୋଇଛି। ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ ଆସେମ୍ବଲିରେ ଘୋଷଣା କରାଯାଇଛି। 

Advertisment

ସୂଚନାନୁସାରେ, ନରୱେ ନୋବେଲ କମିଟି ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୬ ଜଣ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ ଜାପାନର ନିହୋନ୍ ହିଡାନକିଓ ସଂଗଠନ ଉପରେ ମୋହର ବାଜିଛି। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ଇରାନର ସାମ୍ବାଦିକ ତଥା ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।

ତେବେ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି ଆକ୍ରମଣରେ ଜାପାନର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ କୋଟି କୋଟି ଟଙ୍କାର ଧନ-ସମ୍ପତ୍ତି ନଷ୍ଟ ହୋଇଥିଲା।

Advertisment

କିନ୍ତୁ ଜାପାନ ଆମେରିକା ଉପରେ ପ୍ରତିଶୋଧ ନ ନେଇ କିପରି ପରମାଣୁ ଅସ୍ତ୍ରର ବ୍ୟବହାରକୁ ରୋକାଯିବ ସେ ଉପରେ କାର୍ଯ୍ୟ କରିଥିଲା। ଏଥିରେ ନିହୋନ୍ ହିଡାନକିଓ ସଂଗଠନ ମୁଖ୍ୟ ଭୂମିକା ନିଭାଇଥିଲା। 

ବିଶ୍ୱକୁ ଆଣବିକ ଅସ୍ତ୍ରଶସ୍ତ୍ରରୁ ମୁକ୍ତ କରିବା ପାଇଁ ସଂଗଠନ ଉଦ୍ୟମ ଜାରି ରଖିଥିଲା। ଏପରି ମହନୀୟ ଚିନ୍ତାଧାରା ଏବଂ ଉଦ୍ୟମ ପାଇଁ ଆଜି ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଘୋଷିତ କରାଯାଇଛି।

Japan Nobel Peace Prize Nobel Prize Second World War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe