Advertisment

ନୋବେଲ୍ ପ୍ରାଇଜ୍ ୨୦୨୩: ମେଡିସିନରେ କାରିକୋ ଓ ୱିଜମ୍ୟାନଙ୍କୁ ନୋବେଲ୍

କୋଭିଡ ବିରୁଦ୍ଧରେ ପ୍ରଭାବଶାଳୀ mRNA ଟିକା ବିକାଶକୁ ସକ୍ଷମ କରିଥିବା ନ୍ୟୁକ୍ଲିଓସାଇଡ୍ ବେସ୍ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଆବିଷ୍କାର ପାଇଁ ନୋବେଲରେ ସମ୍ମାନିତ କରାଯିବ।

ଅଦ୍ୟତନ ହୋଇଛି
Katalin Karikó and Drew Weissman

Katalin Karikó and Drew Weissman

Advertisment

ଚଳିତ ବର୍ଷ ପାଇଁ ନୋବେଲ୍ ପ୍ରାଇଜ୍ ଘୋଷଣା। ମେଡିସିନ(ଭେଷଜ) କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ଦୁଇ ବୈଜ୍ଞାନିକଙ୍କୁ ମିଳିବ ବିଶ୍ୱର ଏହି ସର୍ବଶ୍ରେଷ୍ଠ ସମ୍ମାନ ନୋବେଲ ପୁରସ୍କାର। ଭେଷଜ କ୍ଷେତ୍ର ପାଇଁ କାଟାଲିନ କାରିକୋ(Katalin Karikó) ଏବଂ ଡ୍ରିଉ ୱିଜମ୍ୟାନ(Drew Weissman)ଙ୍କ ନାମ ଘୋଷଣା କରାଯାଇଛି। 

Advertisment

କୋଭିଡ ବିରୁଦ୍ଧରେ ପ୍ରଭାବଶାଳୀ mRNA ଟିକା ବିକାଶକୁ ସକ୍ଷମ କରିଥିବା ନ୍ୟୁକ୍ଲିଓସାଇଡ୍ ବେସ୍ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଆବିଷ୍କାର ପାଇଁ ନୋବେଲରେ ସମ୍ମାନିତ କରାଯିବ। ପୁରଷ୍କାର ଘୋଷଣା ସମୟରେ ନୋବେଲ ଆସେମ୍ବଲି ଏକ ବିବୃତିରେ କହିଛି ଯେ, ଭେଷଜ ଚିକିତ୍ସା କ୍ଷେତ୍ରରେ ଏହି ଦୁଇ ବୈଜ୍ଞାନିକଙ୍କ ଉଦ୍ଧାବନ, ଆଧୁନିକ ଯୁଗରେ ମାନବ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ବିପଦ ମହାମାରୀ ସମୟରେ ଆସିଥିବା ପ୍ରତିବନ୍ଧକକୁ ସମାଧାନ କରିବାରେ ସଫଳ ହୋଇଛି।

Advertisment

ଏମାନଙ୍କ ନୂତନ ଉଦ୍ଭାବନ ପ୍ରତିରକ୍ଷା ପ୍ରଣାଳୀ ସହ mRNA କିପରି କାର୍ଯ୍ୟ କରେ ତାହା ଆମର ବୁଝାମଣାକୁ ବଦଳାଇ ଦେଇଛି ବୋଲି ଆସେମ୍ବଲି ବିବୃତିରେ କହିଛି। 

ଗତବର୍ଷ  ମେଡିସିନ୍‌ କ୍ଷେତ୍ରରେ ସ୍ୱାନ୍ତେ ପାବୋ(Svante Paabo)ଙ୍କୁ ନୋବେଲ୍ ମିଳିଥିଲା। ମାନବ ବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ଏହି ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା। 

ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ଏହି ପୁରସ୍କାର ଘୋଷଣା କରାଯାଏ। ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି। ଡିସେମ୍ବର ୧୦, ଆଲଫ୍ରେଡ ନୋବେଲଙ୍କ ଜନ୍ମ ତାରିଖ ଅବସରରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

Nobel Prize In Medicine Nobel Prize 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe