Advertisment

Nobel Prize 2025: ଏଥର ୩ ଜଣଙ୍କୁ ମେଡିସିନରେ ନୋବେଲ ପୁରସ୍କାର

ମଣିଷ ଶରୀରର ରୋଗପ୍ରତିରୋଧକ ବ୍ୟବସ୍ଥା କେମିତି ଶରୀରର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ଉପରେ ହେଉଥିବା ରୋଗର ଆକ୍ରମଣକୁ ରୋକିବାରେ କାର୍ଯ୍ୟକରେ, ତା’ର କାରଣ ଜାଣିବାକୁ ଏହି ବୈଜ୍ଞାନିକମାନେ ସକ୍ଷମ ହୋଇଥିଲେ।

author-image
Hemant Lenka
Nobel

୩ ନୋବେଲ ବିଜେତା

ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ନୋବେଲ ସିଜିନ। ପ୍ରଥମ ଦିନରେ ମେଡିସିନ ବା ଚିକିତ୍ସା କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ୩ ଜଣଙ୍କୁ ମେଡିସିନରେ ମିଳିବ ନୋବେଲ ପୁରସ୍କାର।

Advertisment

ମ୍ୟାରୀ କେ ବ୍ରୁଙ୍କୋୱ, ଫ୍ରେଡ ରାମସଡେଲ୍ଲ ଓ ଶିମୋନ ସାକାଗୁଚିଙ୍କୁ ମେଡିସିନରେ ନୋବେଲ ପୁରସ୍କାନ ମିଳିବ। ମଣିଷ ଶରୀରର ରୋଗପ୍ରତିରୋଧକ ବ୍ୟବସ୍ଥା କେମିତି ଶରୀରର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ଉପରେ ହେଉଥିବା ରୋଗର ଆକ୍ରମଣକୁ ରୋକିବାରେ କାର୍ଯ୍ୟକରେ, ତା’ର କାରଣ ଜାଣିବାକୁ ଏହି ବୈଜ୍ଞାନିକମାନେ ସକ୍ଷମ ହୋଇଥିଲେ। ଏହି ଆବିଷ୍କାର ଚିକିତ୍ସା କ୍ଷେତ୍ରରେ ନୂଆ ବିପ୍ଳବ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଖାସ୍‌ ଏହି କାରଣ ପାଇଁ ନୋବେଲ କମିଟି ପକ୍ଷରୁ ୩ ଜଣଙ୍କୁ ମିଳିତ ଭାବେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। 

୧୯୬୧ରେ ଜନ୍ମ ଗ୍ରହଣ କରିଥିବା ମ୍ୟାରୀ ଆମେରିକାର ପ୍ରିନ୍ସେଟନ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଏବେ ସେ ବରିଷ୍ଠ କାର୍ଯ୍ୟକ୍ରମ ମ୍ୟାନେଜର ଭାବେ ସିଟ୍ଟଲେର ଇନଷ୍ଟିଚ୍ୟୁଟ ଫର ସିଷ୍ଟମ୍ସ ବାୟୋଲୋଜିରେ କାର୍ଯ୍ୟ କରୁଛନ୍ତି। 

Advertisment

ଫ୍ରେଡ ୧୯୬୦ରେ ଜନ୍ମ ଗ୍ରହଣ କରିବା ବେଳେ ଲସ ଆଞ୍ଜେଲସରେ ଥିବା କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ୧୯୭ରେ ପିଏଚ୍‌ଡି ହାସଲ କରିଥିଲେ। ସାନ ଫ୍ରାନ୍ସିସକୋ ସ୍ଥିତ Sonoma Biotherapeuticsରେ ଏବେ ସେ ସାଇଣ୍ଟିଫିକ ପରାମର୍ଶଦାତା। 

ସାକାଗୁଚି ହେଉଛନ୍ତି ଜାପାନର ନାଗରିକ। ସେ ୧୯୫୧ରେ ଜନ୍ମ ଗ୍ରହଣ କରିଥିବା ସାକାଗୁଚି ୧୯୭୬ରେ ଏମଡି ଓ ୧୯୮୩ରେ ପିଏଚଡି ହାସଲ କରିଥିଲେ।

ଶରୀରରେ ଥିବା ସ୍ୱତନ୍ତ୍ର ରୋଗପ୍ରତିରୋଧକ ସେଲ୍ସ ଗୁଡ଼ିକ, ଯାହା ଟି ସେଲ୍ସ ଭାବେ ପରିଚିତ କେମିତି ଅଭିଭାବକ ଭାବେ କାମ କରନ୍ତି, ତା’ର ଖୁଲାସା ଏହି ବୈଜ୍ଞାନିକମାନେ କରିଥିଲେ। ଟି ସେଲ୍ସ ଗୁଡ଼ିକ ଶରୀରରେ ଗାର୍ଡିଆନ ଭାବେ କାମ କରି ରୋଗ ପ୍ରତିରୋଧକ ଶକ୍ତି ଜନିତ ରୋଗରୁ ଶରୀରକୁ ରକ୍ଷା କରନ୍ତି। ପ୍ରତିଦିନ ରୋଗ ପ୍ରତିରୋଧକ ବ୍ୟବସ୍ଥା ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ହଜାର ହଜାର ମାଇକ୍ରୋବବ୍ସ ବିରୋଧରେ ଲଢ଼େଇ କରେ।

କିନ୍ତୁ କିଛି ପାଥୋଜେନ୍ସ ମାନବ ସେଲର ଅନୁକରଣ କରି ଚିହ୍ନଟ ବ୍ୟବସ୍ଥାରୁ ଖସି ଯିବାକୁ ଚେଷ୍ଟା କରନ୍ତି। ଏହି ସମୟରେ ରୋଗ ପ୍ରତିରୋଧକ ବ୍ୟବସ୍ଥା ପାଇଁ ବାହ୍ୟ ବିପଦ ଓ ଶରୀରର ନିଜସ୍ୱ ଟିସ୍ୟୁ ମଧ୍ୟରେ ଥିବା ପାର୍ଥକ୍ୟକୁ ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ। ଏସବୁ ଜଟିଳ ଜିନିଷ ସମ୍ପର୍କରେ ୩ ବୈଜ୍ଞାନିକ ପୂରା ବିଶ୍ୱକୁ ଜଣାଇଥିଲେ। ଏଥିପାଇଁ ସେମାନଙ୍କୁ ନୋବେଲ ସମ୍ମାନରେ ସମ୍ମାନୀତ କରିବାକୁ ନିଷ୍ପତ୍ତି ହୋଇଛି। 

୨୦୨୪ରେ ୨ ଜଣଙ୍କୁ ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଓ ଗ୍ୟାରୀ ରୁବକୁନଙ୍କୁ ନୋବେଲ(Nobel) ପୁରସ୍କାର ମିଳିଥିଲା।  ଦିଆଯିବ। ଉଭୟଙ୍କୁ ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 

ପ୍ରତିବର୍ଷ ପାଞ୍ଚଟି କ୍ଷେତ୍ର (ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି)ରେ ଉତ୍କୃଷ୍ଠତା ପାଇଁ ଏହି ପୁରସ୍କାର ଦିଆଯାଏ। ସ୍ୱିଡେନର ରସାୟନବିତ୍, ବୈଜ୍ଞାନିକ, ବ୍ୟବସାୟୀ ଏବଂ ସର୍ବୋପରି ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଉଛି।

ଡିସେମ୍ବର ୧୦, ଆଲଫ୍ରେଡ ନୋବେଲଙ୍କ ଜନ୍ମ ତାରିଖ ଅବସରରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

ଆଜି ମେଡିସିନ ପାଇଁ ନୋବେଲ ମିଳିଥିବା ବେଳେ ଆସନ୍ତାକାଲି ଫିଜିକ୍ସ, ବୁଧବାର କେମିଷ୍ଟ୍ରୀ, ଗୁରୁବାର ସାହିତ୍ୟ, ଶୁକ୍ରବାର ଅର୍ଥନୀତି ଓ ପରବର୍ତ୍ତୀ ସପ୍ତାହରେ ସମ୍ଭବତଃ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଥିବା ବ୍ୟକ୍ତି ବା ସଂଗଠନର ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି। 

Nobel