Advertisment

ସାହିତ୍ୟରେ ହାନ୍ କାଙ୍ଗଙ୍କୁ ନୋବେଲ

ଦକ୍ଷିଣ କୋରିଆର ହାନ୍ କାଙ୍ଗଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର।

ଅଦ୍ୟତନ ହୋଇଛି
Han Kang

Han Kang

Advertisment

ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ହାନ୍ କାଙ୍ଗ୍ ଚଳିତ ବର୍ଷୟର ନୋବେଲ ବିଜେତା ହୋଇଛନ୍ତି। ହାନ କାଙ୍ଗ ଦକ୍ଷିଣ କୋରିଆର ନାଗରିକ। ତାଙ୍କୁ ଚଳିତ ବର୍ଷର ସମ୍ମାନସ୍ପଦ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ।

Advertisment

ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ଏହି ଘୋଷଣା କରି ନୋବେଲ ଆସେମ୍ବଲି କହିଛି ଯେ, ହାନ୍ କାଙ୍ଗଙ୍କୁ ତାଙ୍କ ଗହନ କାବ୍ୟାତ୍ମକ ଗଦ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଉଛି। ତାଙ୍କ ଗଦ୍ୟ ମାନବ ଜୀବନର ଐତିହାସିକ ଆଘାତ ଏବଂ ଜଟିଳତାକୁ ଉଜାଗର କରିଥାଏ। 

ନୋବେଲ୍ ପ୍ରାଇଜର ନିୟମ ଅନୁସାରେ, ଅକ୍ଟୋବର ୭ରୁ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମେଡିସିନ, ଫିଜିକ୍ସ ଏବଂ କେମିଷ୍ଟ୍ରୀ ପାଇଁ ବିଜେତାଙ୍କ ନାମ ଘୋଷଣା ସରିଛି। ଆଜି ସାହିତ୍ୟ ପାଇଁ ହାନ୍ କାଙ୍ଗଙ୍କୁ ବିବେଚିତ କରାଯାଇଛି। 

Advertisment

ପ୍ରତିବର୍ଷ ପାଞ୍ଚଟି କ୍ଷେତ୍ର (ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି)ରେ ଉତ୍କୃଷ୍ଟତା ପାଇଁ ଏହି ପୁରସ୍କାର ଦିଆଯାଏ। ସ୍ୱିଡେନର ରସାୟନବିତ୍, ବୈଜ୍ଞାନିକ, ବ୍ୟବସାୟୀ ଏବଂ ସର୍ବୋପରି ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଉଛି।

ଡିସେମ୍ବର ୧୦, ଆଲଫ୍ରେଡ ନୋବେଲଙ୍କ ଜନ୍ମ ତାରିଖ ଅବସରରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

Nobel In Literature Nobel Prize Nobel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe