Advertisment

କରତାରପୁର ଗୁରୁଦ୍ୱାରାରେ ମଦ-ମାଂସ ପାର୍ଟି, ରାଗିଲା ଶିଖ ସମ୍ପ୍ରଦାୟ

ତିନି ଘଣ୍ଟା ଧରି ଚାଲିଥିବା ଏହି ପାର୍ଟିରେ ପ୍ରାୟ ୮୦ ଜଣ ଲୋକ ସାମିଲ ହେଇଥିଲେ। ନାଚଗୀତର ଧୂମ ଆସର ଜମିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Non-veg party in kartarpur sahib gurdwara

Non-veg party in kartarpur sahib gurdwara

ଶିଖ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ। ଗୁରୁଦ୍ୱାରା ଭିତରେ ଜମିଲା ମଦ ଆଉ ମାଂସର ଆସର। ଜମିଲା ନାଚ ଗୀତର ଆସର ଆଉ ନନ୍‌ଭେଜ୍‌ ପାର୍ଟି। ପାକିସ୍ତାନର ଶିଖମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନ କରତାରପୁର ଦରବାର ସାହିବ ଗୁରୁଦ୍ୱାରାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ଶିଖ ସମ୍ପ୍ରଦାୟମାନେ ରାଗି ଯାଇଛନ୍ତି। ପାକିସ୍ତାନ ସରକାର ଏହା ଉପରେ କାଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Advertisment

ଶନିବାର ଦିନ ଶିଖମାନଙ୍କ ପବିତ୍ର ସ୍ଥାନ କରତାରପୁର ଗୁରୁଦ୍ୱାରାରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ପାକିସ୍ତାନର ବହୁ ବଡ଼ ଅଧିକାରୀମାନେ ସାମିଲ ହୋଇଥିଲେ। ଏହି ପାର୍ଟିରେ ବାର୍‌ବିକ୍ୟୁ ଲଗାଯାଇଥିଲା। ଯେଉଁଥିରେ ମାଂସ ପୋଡି ଖିଆଯାଇଛି। କେବଳ ସେତିକି ନୁହେଁ ଏଠି ମଦ ମଧ୍ୟ ପରସା ଯାଇଛି। ଏଥିସହ ନାଚ ଗୀତର ଆସର ମଧ୍ୟ ଜମିଥିବା ବିଜେପି ନେତା ମନଜିନ୍ଦର ସିଂହ ସିରସା ଦାବି କରିଛନ୍ତି।

ଗୁରୁଦ୍ୱାରା ଦରବାର ସାହିବଙ୍କ ଦର୍ଶନ ଦେଓରୀ (ମୁଖ୍ୟ ଫାଟକ) ଠାରୁ ମାତ୍ର ୨୦ ଫୁଟ ଦୂରରେ ଆୟୋଜିତ ଏହି ପାର୍ଟିରେ ନାଚଗୀତର ଧୂମ ଆସର ଜମିଥିଲା। ତିନି ଘଣ୍ଟା ଧରି ଚାଲିଥିବା ଏହି ପାର୍ଟି ରାତି ୮ ଟାରୁ ଆରମ୍ଭ ହୋଇ ରାତି ୧୧ ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ପ୍ରାୟ ୮୦ ଜଣ ଲୋକ ସାମିଲ ହେଇଥିଲେ। କୁହାଯାଉଛି ଯେ ଏହି ପାର୍ଟିକୁ କରତାରପୁର କରିଡର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ (ପିଏମୟୁ) ର ସିଇଓ ସୟଦ ଅବୁ ବକର କୁରେଶି ଆୟୋଜନ କରିଥିଲେ। ଏହି ପାର୍ଟିରେ ନରୋୱାଲ ଜିଲ୍ଲାର ଡେପୁଟି କମିଶନର ମହମ୍ମଦ ଶାହାରୁଖ ଏବଂ ପୋଲିସ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।

Advertisment

ଏହି ପାର୍ଟିର ଅନେକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଶିଖ ସମ୍ପ୍ରଦାୟର ଲୋକମାନେ ରାଗିଯାଇଛନ୍ତି। ଏହା ଶିଖ ସମ୍ପ୍ରଦାଯର ଧାର୍ମିକ ଭାବନକୁ ବହୁତ ଆଘାତ ଦେଇଛି । ଏହି ପାର୍ଟିରେ କରତାରପୁର ଗୁରୁଦ୍ୱାରାର ମୁଖ୍ୟ ଗ୍ରନ୍ଥି ଜ୍ଞାନୀ ଗୋବିନ୍ଦ ସିଂହ ମଧ୍ୟ ଉପସ୍ଥିତ ଥିଲେ। ପାର୍ଟି ବେଳେ ସେ ଆଗ ଧାଡ଼ିରେ ବସି କରତାରପୁର କରିଡରର ସିଇଓ ସୟଦ ଅବୁ ବକର କୁରେଶିଙ୍କ ସହ ନାଚ ଗୀତର ମଜା ନେଇଥିଲେ। ଏହି ଦୃଶ୍ୟ ଦେଖି ଶିଖ ସମ୍ପ୍ରାଦୟମାନେ ଚକିତ ହୋଇପଡିଛନ୍ତି। ଏହାକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି।

Non-Veg Party Kartarpur Sahib Gurdwara Pakistan