Advertisment

‘Ju Ae’ ନାଁ କେହି ରଖିପାରିବେ ନାହିଁ

ଦେଶର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଝିଅ ଜୁ ଆଏ(Ju Ae )ଙ୍କ ନାଁ ଅନୁସାରେ ଦେଶର କୌଣସି ଝିଅ କିମ୍ବା ମହିଳାଙ୍କ ନାମ ରହିପାରିବ ନାହିଁ।

Kim Jong Un

Kim Jong Un

Advertisment

ଉତ୍ତର କୋରିଆରେ ଲାଗୁ ହୋଇଛି ନୂଆ ନିୟମ। ଦେଶର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଝିଅ ଜୁ ଆଏ(Ju Ae )ଙ୍କ ନାଁ ଅନୁସାରେ ଦେଶର କୌଣସି ଝିଅ କିମ୍ବା ମହିଳାଙ୍କ ନାମ ରହିପାରିବ ନାହିଁ। ସେହିପରି ପୂର୍ବରୁ ଯେଉଁମାନେ ନିଜ ନାଁ ଜୁ ଆଏ ରଖିଛନ୍ତି, ସେମାନଙ୍କୁ ଏହା ବଦଳାଇବା ପାଇଁ ଉତ୍ତର କୋରିଆ ପ୍ରଶାସନ କହିଛି। ଜୁଆଏ ବଦଳରେ ସେମାନେ ନିଜର ନାଁ ଆଉ କିଛିକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜଙ୍ଗ ଉନଙ୍କ ଝିଅଙ୍କ ନାଁ ଜୁ ଆଏ ହୋଇଥିବା ବେଳେ ତାଙ୍କ ବୟସ ୯ରୁ ୧୦ ବର୍ଷ ହେବ। ସେ ନିକଟରେ ସର୍ବସମ୍ମୁଖକୁ ଆସିଥିବା ବେଳେ ଏବେ ସରକାର ତାଙ୍କ ନାଁକୁ ଦୃଷ୍ଟିରେ ରଖି ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି।

ଫକ୍ସ ନ୍ୟୁଜ ସ୍ଥାନୀୟ ସରକାରୀ ସୂତ୍ରରୁ ଖବର ସଂଗ୍ରହ କରି କହିଛି ଯେ ଦେଶର ସରକାର ଜୁ ଆଏ ନାଁ ଥିବା ଲୋକଙ୍କ ପାଇଁ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଜୁ ଆଏ ନାମଧାରୀଙ୍କୁ ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ନାଁ ବଦଳାଇକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଜେଓଙ୍ଗଜୁ ସହରେ ଥିବା ସୁରକ୍ଷା ମନ୍ତ୍ରଣାଳୟ ଜୁ ଆଏ ନାଁରେ ପଞ୍ଜୀକରଣ କରିଥିବା ଝିଅ ଓ ମହିଳାମାନଙ୍କୁ ସମନ କରିଥିଲା। ସେମାନେ ସୁରକ୍ଷା ମନ୍ତ୍ରଣାଳୟରେ ପହଞ୍ଚିବା ପରେ ସମସ୍ତଙ୍କୁ ନାଁ ବଦଳାଇବାକୁ କୁହାଯାଇଥିଲା ବୋଲି ଫକ୍ସ ନ୍ୟୁଜ ରିପୋର୍ଟ ପ୍ରକାଶ କରିଛି।

Advertisment

ଫକ୍ସ ନ୍ୟୁଜକୁ ଏ ସମ୍ପର୍କରେ ସୂଚନା ଦେଇଥିବା ସୂତ୍ରରେ କୁହାଯାଇଛି ଯେ ଜଣେ ୧୨ ବର୍ଷୀୟ ଝିଅର ନାଁ ଜୁ ଆଏ ରହିଥିଲା। ଏକଥା ଜଣାପଡ଼ିବା ପରେ ତାଙ୍କୁ ଓ ତାଙ୍କ ବାପା ମା’ଙ୍କୁ ସୁରକ୍ଷା ମନ୍ତ୍ରଣାଳୟକୁ ଡକା ଯାଇଥିଲା। ଏହାପରେ ଝିଅଟି ଜନ୍ମ ପ୍ରମାଣ ପତ୍ରକୁ ଜୁ ଆଏ ନାଁକୁ ହଟାଇବାକୁ କୁହାଯାଇଥିଲା।

ମନ୍ତ୍ରଣାଳୟ ପକ୍ଷରୁ ଜୁ ଆଏ ନାମଧାରୀମାନଙ୍କୁ ସପ୍ତାକ ମଧ୍ୟରେ ନାଁ ବଦଳାଇବାକୁ କୁହାଯାଇଛି। ବର୍ତ୍ତମାନ ଉକ୍ତ ନାଁ ଶୀର୍ଷସ୍ତରରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ତେଣୁ ଏହାକୁ କେହି ବି ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। 

North Korea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe