Advertisment

ସମୁଦ୍ର ଉପରେ କ୍ରାଶ୍‌ ହେଲା ହେଲିକପ୍ଟର, ଭିତରେ ଥିଲେ ୬ ଯାତ୍ରୀ

ଆକାଶରେ ଉଡ଼ୁଥିବା ଏକ ହେଲିକପ୍ଟର ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ନିଖୋଜ ହୋଇ ଯାଇଥିଲା। ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌ ସହ ତାହାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।

author-image
Niharika Rout
Helicopter Crash

Helicopter Crash

ସମୁଦ୍ର ଉପରେ କ୍ରାଶ୍‌ ହେଲା ହେଲିକପ୍ଟର । ମାତ୍ର ସୌଭାଗ୍ୟବଶତଃ ସେଥିରେ ଥିବା ୬ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଏପରି ଏକ ଘଟଣା ନରୱେରେ ଗତକାଲି ଘଟିଛି।

Advertisment

ନରୱେର ବର୍ଜେନ ଆକାଶରେ ଉଡ଼ୁଥିବା ଏକ ହେଲିକପ୍ଟର ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ନିଖୋଜ ହୋଇ ଯାଇଥିଲା। ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌ ସହ ତାହାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।

କିଛି ସମୟ ପରେ ସ୍ଥାନୀୟ ଲୋକେ ସମୁଦ୍ରରେ ହେଲିକପ୍ଟରଟି ଖସି ପଡ଼ି ସେଥିରେ ନିଆଁ ଲାଗି ଯାଇଥିବା ଦେଖିବାକୁ ପାଇଥିଲେ। ଏଥିସହ କିଛି ଲୋକ ସମୁଦ୍ରରେ  ବୁଡ଼ି ଯାଉଥିବା ବେଳେ ସେମାନଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ।

Advertisment

ତୁରନ୍ତ ଉଦ୍ଧାରକାରୀ ଦଳ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତୁରନ୍ତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାତ୍ର ସେମାନଙ୍କ ଅବସ୍ଥା କିପରି ଅଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।

ହେଲିକପ୍ଟରଟି ଏକ ଟ୍ରେନିଂ ମିଶନରେ ସାମିଲ ଥିଲା। ମାତ୍ର ଏହା ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଜଣାପଡ଼ିନି।

Aircraft Crash