/odisha-reporter/media/post_attachments/uploadimage/library/16_9/16_9_0/Canada_1695137727.jpg)
Canada
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ମୃତ୍ୟୁ ପଛରେ ଭାରତର ଏଜେଣ୍ଟ ରହିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ଭାରତ ଏହାକୁ କଡ଼ା ବିରୋଧ କରିବା ସହ କାନାଡା କୂଟନୀତିଜ୍ଞକୁ ବହିଷ୍କାର କରିଛି।
ଭାରତ କଡ଼ା ଆଭିମୁଖ୍ୟ ଦେଖାଇବା ପରେ ଏବେ ସ୍ୱର ବଦଳାଇଛନ୍ତି ଟ୍ରୁଡୋ। ସେ କହିଛନ୍ତି ଯେ କାନାଡା ଭାରତକୁ ଉସକାଇବାକୁ ଚେଷ୍ଟା କରୁ ନାହିଁ। ବରଂ ପୂରା ଘଟଣାରେ ଭାରତ ଠିକ ମାମଲାର ବିଚାର କରୁ ଭାରତର ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବା ଉଚିତ। ଆମେ କେବଳ ସେଇଆ କରିଛୁ। ଆମେ ଉସକାଇବା କିମ୍ବା ବିବାଦକୁ ବଢ଼ାଇବାକୁ ଚାହୁଁନାହୁଁ ବୋଲି ସେ କହିଛନ୍ତି।
ସୋମବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହାଉସ ଅଫ କମନ୍ସକୁ ସମ୍ବୋଧିତ କରି କହିଥିଲେ ଯେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନାଜିରର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଆମ ସରକାର ଖୁବ ଗୁରୁତର ସହ ଏହାର ଯାଞ୍ଚ କରୁଛନ୍ତି। ଏହାପରେ କାନାଡା ପକ୍ଷରୁ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କାର ମଧ୍ୟ କରାଯାଇଥିଲା।
ଅନ୍ୟପକ୍ଷରେ କାନାଡାର ଏପରି ଅଭିଯୋଗକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଖଣ୍ଡନ କରିଥିଲା। କାନାଡା ପ୍ରଧାନମନ୍ତ୍ରୀ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଭାରତ କଡ଼ା ଭାଷାରେ ବିରୋଧ କରିଥିଲା। କାନାଡାର କୌଣସି ହିଂସା ପଛରେ ଭାରତ ସରକାରଙ୍କ ହାତ ନାହିଁ ।
ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାପରେ ଯେସାକୁ ତେସା ନୀତିରେ ଭାରତ ସରକାର ମଧ୍ୟ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ। ଏଥିସହ ତାଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
