Advertisment

ଡ୍ୟାମରେ ବିସ୍ଫୋରଣ: ରୁଷ ଦଖଲରେ ଥିବା ୟୁକ୍ରେନ ସହରରେ ଭୟଙ୍କର ବନ୍ୟା

ସହରର ସବୁଆଡ଼େ ଖାଲି ପାଣି ହିଁ ପାଣି। ଏଠାରେ ଥିବା ଗୋଟିଏ ବଡ଼ ଡ୍ୟାମ ବିସ୍ଫୋରଣ ଯୋଗୁ ଭୁଶୁଡ଼ି ପଡ଼ିଛି। ଫଳରେ ଏଠାରେ ଥିବା ପାଣି ସହର ଭିତରେ ପଶି ପ୍ରଳୟ କରିଛି। ତେବେ ଡ୍ୟାମକୁ କିଏ ବିସ୍ଫୋରଣ କଲା, ସେକଥା ଜଣାପଡ଼ିନି।

Dam

Dam

Advertisment

ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦେଢ଼ ବର୍ଷ ହେଲା ଜାରି ରହିଥିବା ଭୀଷଣ ଯୁଦ୍ଧର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରି ରୁଷ ଏକାଧିକ ସହରକୁ ନିଜ ଦଖଲକୁ ନେଇଛି। ଏବେ ରୁଷ ଦଖଲରେ ଥିବା ନୋଭା କାଖୋଭକା ସହରରେ ଭୟଙ୍କର ବନ୍ୟା ଦେଖାଯାଇଛି।

Advertisment

ସହରର ସବୁଆଡ଼େ ଖାଲି ପାଣି ହିଁ ପାଣି। ଏଠାରେ ଥିବା ଗୋଟିଏ ବଡ଼ ଡ୍ୟାମ ବିସ୍ଫୋରଣ ଯୋଗୁ ଭୁଶୁଡ଼ି ପଡ଼ିଛି। ଫଳରେ ଏଠାରେ ଥିବା ପାଣି ସହର ଭିତରେ ପଶି ପ୍ରଳୟ କରିଛି। ତେବେ ଡ୍ୟାମକୁ କିଏ ବିସ୍ଫୋରଣ କଲା, ସେକଥା ଜଣାପଡ଼ିନି।

ଉଭୟ ରୁଷ ଓ ୟୁକ୍ରେନ ଏଥିପାଇଁ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। କିନ୍ତୁ ସହରରେ ଥିବା ଲୋକମାନେ ନାହିଁ ନଥିବା ଅସୁବିଧାରର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ଲୋକଙ୍କ ଘରେ ପାଣି ପଶି ଯାଇଛି। ସହରରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିବା ରୁଷର ଅଧିକାରୀ ଭ୍ଲାଦିମିର ଲେଓନଟୟେଭ କହିଛନ୍ତି।

Advertisment

କୋଖୋଭକା ହାଇଡ୍ରୋପାୱାର ପ୍ଲାଣ୍ଟରେ ଥିବା ଡ୍ୟାମଟି ଗୁଳି ଓ ରକେଟ ମାଡ଼ରେ ସଂପୂର୍ଣ୍ଣ ଛିନ୍ନଛତ୍ର ହୋଇଯାଇଛି। ଏହା ଉପରେ ରୁଷ ଆକ୍ରମଣ କରିଥିବା ୟୁକ୍ରେନ କହୁଥିବା ବେଳେ ରୁଷ ଏଥିପାଇଁ କିଭକୁ ଦାୟୀ କରିଛି।

ତେବେ ଡ୍ୟାମ ଭୁଶୁଡ଼ି ପଡ଼ିବାରୁ ସହର ଭିତରେ ପାଣି ପଶି ଯାଇଛି। ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ଜଳସ୍ତର ଆସନ୍ତା ୫ ଘଣ୍ଟା ମଧ୍ୟରେ ଅତ୍ୟନ୍ତ ଭୟଙ୍କର ଅବସ୍ଥାରେ ପହଞ୍ଚିବ। ଏହାପରେ ସବୁ କିଛି ଛାରଖାର ହୋଇଯିବ ବୋଲି କିଭ୍‌ କହିଛି।

Russia-Ukraine War Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe