Advertisment

ଇସ୍ରାଏଲ୍‌ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ

ଯୁଦ୍ଧ କ୍ଷେତ୍ରଠାରୁ ୧୦୦୦ରୁ ଅଧିକ ମାଇଲ୍‌ ଦୂରରେ ଥିବା ‘ହାଉତି’ମାନେ ଇସ୍ରାଏଲ୍‌ ବିପକ୍ଷରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।

author-image
Madhupriya Mistry
Israel hamas War

Israel hamas War

ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ସେ ଏବେ ରକ୍ତମୁଖା ହୋଇପଡିଛି। ଗାଜା ଷ୍ଟ୍ରିପ୍‌ରେ ଥିବା ହମାସ ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ କରି ଇସ୍ରାଏଲ ଘନ ଘନ ରକେଟ ମାଡ଼ କରୁଛି। କେବଳ ସେତିକି ନୁହେଁ ଗ୍ରାଉଣ୍ଡ ଆଟାକ୍‌ ମଧ୍ୟ ଆରମ୍ଭ କରି ଦେଇଛି ଇସ୍ରାଏଲ। ଏହାର ଭିତରେ ଏବେ ଏହି ଯୁଦ୍ଧକୁ ଡେଇଁଛି ୟେମେନ।

Advertisment

ୟେମେନର ହାଉତି ବିଦ୍ରୋହୀମାନେ ଇସ୍ରାଏଲ ବିରୋଧରେ ମଙ୍ଗଳବାର ଯୁଦ୍ଧ ଘୋଷଣା କରିଛନ୍ତି। ଯୁଦ୍ଧକ୍ଷେତ୍ରଠାରୁ ୧୦୦୦ରୁ ଅଧିକ ମାଇଲ୍‌ ଦୂରରେ ଥିବା ‘ହାଉତି’ମାନେ ଇସ୍ରାଏଲ୍‌ ବିପକ୍ଷରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ କରିଛନ୍ତି। ଫଳରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହାଉତି ସରକାରରେ ପ୍ରଧାନମନ୍ତ୍ରୀ ଥିବା ଅବଦେଲ ଅଜିଜ ବିନ୍‌ ହବତୁର କହିଛନ୍ତି, ଆମେ ଆମ ଲୋକଙ୍କୁ ଗାଜାରେ ମରିବାକୁ ଛାଡି ପାରିବୁ ନାହିଁ। ଯଦି ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ନ ଥମେ ତେବେ ଇସ୍ରାଏଲ ଉପରେ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରାଯିବ ବୋଲି ହାଉତି ବିଦ୍ରୋହୀମାନେ ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ, ଇରାନ୍‌ ସହାୟତାପ୍ରାପ୍ତ ‘ଏକ୍ସିସ୍‌ ଅଫ୍‌ ରେଜିଷ୍ଟାନ୍ସ’ର ‘ହାଉତି’ ମାନେ ଅକ୍ଟୋବର ୭ ତାରିଖରୁ ପାଲେଷ୍ଟାଇନ୍‌କୁ ସମର୍ଥନ କରିଆସୁଛନ୍ତି। ‘ହାଉତି’ ସେନା ମୁଖପାତ୍ର ୟାହା ସାରୀ ନିଜ ବୟାନରେ କହିଛନ୍ତି, ତାଙ୍କ ସଙ୍ଗଠନ ଇସ୍ରାଏଲ୍‌ ଆଡ଼କୁ ବହୁସଂଖ୍ୟକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ପାଲେଷ୍ଟିନୀୟଙ୍କୁ ବଜୟୀ କରାଇବାରେ ସାହାଯ୍ୟ କରିବା ଲାଗି ଏଭଳି ଆକ୍ରମଣ ବାରମ୍ବାର କରାଯିବ ବୋଲି ସେ କହିଛନ୍ତି।

Advertisment

ସାରୀ ଆହୁରି କହିଛନ୍ତି, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ହେଉଛି ଇସ୍ରାଏଲ୍‌ ଉପରେ ‘ହାଉତି’ ମାନଙ୍କର ତୃତୀୟ ଆକ୍ରମଣ। ଅକ୍ଟୋବର ୨୮ ତାରିଖରେ ହୋଇଥିବା ଡ୍ରୋନ୍‌ ଆକ୍ରମଣ ଯାହା ଇଜିପ୍ଟରେ ବିସ୍ଫୋରଣର କାରଣ ‌ହୋଇଥିଲା, ତାହା ମଧ୍ୟ ‘ହାଉତି’ମାନେ ହିଁ କରିଥିଲେ। ସେହିପରି, ଅକ୍ଟୋବର ୧୯ ତାରିଖରେ ଆମେରିକୀୟ ସେନା ବାଧା ଦେଇ ନଷ୍ଟ କରି ଦେଇଥିବା ୩ଟି ‘କ୍ରୁଜ୍‌ କ୍ଷେପଣାସ୍ତ୍ର’ ମଧ୍ୟ ‘ହାଉତି’ମାନେ ନିକ୍ଷେପ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ୟେମେନରେ ହାଉତି ବିଦ୍ରୋହୀଙ୍କ ଏକ ସରକାର ଅଛି। ଏମାନେ ୨୦୧୪ରେ ରାଜଧାନୀ ସାନାକୁ କାବୁ କରି ନେଇଥିଲା। ଏହି ସରକାର ଇରାନ ଦ୍ୱାରା ସମର୍ଥିତ ଏବଂ ହାଉତିମାନେ ସମୟ ସମୟରେ ଇସ୍ରାଏଲ ଉପରେ ରକେଟ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଥାନ୍ତି।

Israel Israel-Palestine Conflict