Advertisment

ସୀମାରେ ସ୍ଥିତି ହେବ ସ୍ୱାଭାବିକ! ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଅଜିତ ଡୋଭାଲ୍‌

ବୈଠକରେ ଦୁଇ ଦେଶ ମଧ୍ୟରେ କିଭଳି ପୁନଃ ସମ୍ପର୍କ ଗଢ଼ି ଉଠିବ ଏବଂ ବିବାଦ କିଭଳି ସମାଧାନ ହେବ ସେ ନେଇ ଆଲୋଚନା ହୋଇଛି।

Wang Yi and Ajit Doval Meet

Wang Yi and Ajit Doval Meet

Advertisment

ପୂର୍ବ ଲଦାଖରେ ଚୀନ ପଟୁ ଭାରତ ସହ ସାମରିକ ବିବାଦ ରହିଛି। ଦୀର୍ଘ ୪ ବର୍ଷ ଧରି ଏହି ବିବାଦ ସହ ବିପଦ ମଧ୍ୟ ରହିଛି। ଏହାରି ଭିତରେ କିନ୍ତୁ ଚୀନ ଓ ଭାରତ ମଧ୍ୟରେ ବୈଠକ ହୋଇଛି।

Advertisment

ବୈଠକରେ ଦୁଇ ଦେଶ ମଧ୍ୟରେ କିଭଳି ପୁନଃ ସମ୍ପର୍କ ଗଢ଼ି ଉଠିବ ଏବଂ ବିବାଦ କିଭଳି ସମାଧାନ ହେବ ସେ ନେଇ ଆଲୋଚନା ହୋଇଛି। ଏଲ୍ଏସିରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ସହିତ ସୀମା ବିବାଦ ଉପରେ ଆଲୋଚନା କରିଛନ୍ତି, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି।

ଆଗକୁ ୨୩ତମ ପର୍ଯ୍ୟାୟ ସ୍ୱତନ୍ତ୍ର ପ୍ରତିନିଧି ଆଲୋଚନା ହେବ। ଦୁଇ ଦେଶର ପ୍ରତିନିଧି ଏହି ବୈଠକରେ ଯୋଗଦେବେ। ଏହି ବୈଠକ ପୂର୍ବରୁ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଡୋଭାଲ ମଙ୍ଗଳବାର ବେଜିଂରେ ପହଞ୍ଚିଛନ୍ତି। ଶେଷ ବୈଠକ ୨୦୧୯ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।

Advertisment

ସ୍ୱତନ୍ତ୍ର ପ୍ରତିନିଧି (ଏସଆର) ଆଲୋଚନା ସମ୍ପର୍କରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ କହିଛନ୍ତି ଯେ ଚୀନ୍ ଆନ୍ତରିକତାର ସହ ମତଭେଦ ଦୂର କରିବାକୁ ପ୍ରସ୍ତୁତ। ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ କାର୍ଯ୍ୟକାରୀ କରିବା, ପରସ୍ପରର ମୂଳ ସ୍ୱାର୍ଥ ଏବଂ ପ୍ରମୁଖ ଚିନ୍ତାକୁ ସମ୍ମାନ ଦେବା, ଆଲୋଚନା ମାଧ୍ୟମରେ ପାରସ୍ପରିକ ବିଶ୍ୱାସକୁ ସୁଦୃଢ଼ କରିବାକୁ ଆନ୍ତରିକତା ଦେଖାଇବା। ସଦ୍ଭାବନା ସହିତ ମତଭେଦକୁ ଠିକ୍ ଭାବରେ ଦୂର କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଯଥାଶୀଘ୍ର ପୁନଃ ସ୍ଥାପିତ କରିବା ଦିଗରେ ଆଲୋଚନା ହୋଇଛି। ଚୀନ୍ ଭାରତ ସହିତ କାମ କରିବାକୁ ଇଚ୍ଛୁକ ବୋଲି ଚୀନର ଏହି ମନ୍ତ୍ରୀ କହିଛନ୍ତି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋମବାର କହିଥିଲା ଯେ ଦୁଇ ଏସଆର ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପରିଚାଳନା ଉପରେ ଆଲୋଚନା କରିବେ। ସୀମା ବିବାଦର ନିରପେକ୍ଷ, ଯୁକ୍ତିଯୁକ୍ତ ଏବଂ ପାରସ୍ପରିକ ଗ୍ରହଣୀୟ ସମାଧାନ ଖୋଜିବେ। ଏସଆର ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ କାରଣ ସମ୍ପର୍କ ପୁନରୁଦ୍ଧାର ପାଇଁ ଏହା ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷ ପରେ ପ୍ରଥମ ଆଲୋଚନା।

ଭାରତ-ଚୀନ୍ ସୀମାର ବ୍ୟାପକ ସମାଧାନ ପାଇଁ ୨୦୦୩ରେ ଗଠିତ ସ୍ୱତନ୍ତ୍ର ପ୍ରତିନିଧି କମିଟି ଗତ କିଛି ବର୍ଷ ମଧ୍ୟରେ ଏଯାବତ ୨୨ ଥର ବୈଠକ କରିଛନ୍ତି। ଯଦିଓ ସୀମା ବିବାଦର ସମାଧାନ କରିବାରେ ଏହା ସଫଳ ହୋଇନଥିଲା, ତଥାପି ଦୁଇ ଦେଶ ମଧ୍ୟରେ ବାରମ୍ବାର ଲାଗି ରହିଥିବା ଉତ୍ତେଜନାର ସମାଧାନ ପାଇଁ ଉଭୟ ପକ୍ଷର ଅଧିକାରୀମାନେ ଏହାକୁ ଏକ ଅତ୍ୟନ୍ତ ଆଶାଜନକ ଭାବେ ବିବେଚନା କରିଛନ୍ତି।

ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ସାମରିକ ବିବାଦ ୨୦୨୦ ମେ' ମାସରେ ଆରମ୍ଭ ହୋଇଥିଲା। ଏହା ପରେ ସେହି ବର୍ଷ ଜୁନ୍ ମାସରେ ଗଲୱାନ ଉପତ୍ୟକାରେ ଭୟଙ୍କର ସଂଘର୍ଷ ହୋଇଥିଲା। ଯାହାଫଳରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସମ୍ପର୍କରେ ଗମ୍ଭୀର ତିକ୍ତତା ଦେଖାଦେଇଥିଲା। ବାଣିଜ୍ୟ ବ୍ୟତୀତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପ୍ରାୟତଃ ଠପ୍ ରହିଥିଲା।

Chinese Foreign Minister Ajit Doval India China Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe