Advertisment

୧୭ ଜଣ ରୋଗୀଙ୍କୁ ହତ୍ୟା କରିଥିବା ନର୍ସକୁ ୭୦୦ ବର୍ଷ ଜେଲ୍

ଆମେରିକାର ଜଣେ ନର୍ସ ରୋଗୀମାନଙ୍କୁ ହାଇ ଡୋଜ୍ ଇନସୁଲିନ ଦେଇ ହତ୍ୟା କରିବା ମାମଲାରେ ରାୟ ଶୁଣାଇଛନ୍ତି ଅଦାଲତ।

Heather Pressdee(Nurse)

Heather Pressdee(Nurse)

Advertisment

ଆମେରିକାର ଜଣେ ନର୍ସ ରୋଗୀମାନଙ୍କୁ ହାଇ ଡୋଜ୍ ଇନସୁଲିନ ଦେଇ ହତ୍ୟା କରିବା ମାମଲାରେ ରାୟ ଶୁଣାଇଛନ୍ତି ଅଦାଲତ। କୋର୍ଟ ଆଜି ଏ ଉପରେ ଶୁଣାଣି କରି ନର୍ସଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୩୮୦-୭୬୦ ବର୍ଷ ଜେଲ୍ ସଜା ଶୁଣାଇଛନ୍ତି। 

Advertisment

ନର୍ସ ଜଣକ ହେଉଛନ୍ତି, ପେନସିଲଭାନିଆର ୪୧ ବର୍ଷୀୟ ହେଥର ପ୍ରେସଡି। ସେ ୧୭ ଜଣ ରୋଗୀଙ୍କୁ ହାଇ ଡୋଜ୍ ଇନସୁଲିନ ଦେଇ ହତ୍ୟା କରିଥିବା ଗତବର୍ଷ ନଭେମ୍ବରରେ ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ସେ ସମାନ ଭାବେ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। 

ଅଭିଯୋଗରେ ଉଲ୍ଲେଖ କରାଯାଇ ଥିଲା ଯେ, ହେଥର ରୋଗୀଙ୍କ ମଧୁମେହ ସ୍ଥିତିକୁ ଖାତିର ନକରି ୨୦୨୦ ମସିହାରୁ ସେମାନଙ୍କୁ ଅତ୍ୟଧିକ ଇନସୁଲିନ୍ ଡୋଜ୍ ଦେଇ ଆସୁଥିଲେ। ଏହି ରୋଗୀଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ମୃତକଙ୍କ ବୟସ ୪୩ରୁ ୧୦୪ ମଧ୍ୟରେ ଥିଲା।   

Advertisment

ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରି ପଚରାଉଚରା କରିଥିଲା। ଜେରା ସମୟରେ ଦୋଷ ସ୍ୱୀକାର କରିଥିଲେ ହେଥର। ପୁଲିସ ତାଙ୍କ ବିରୁଦ୍ଧରେ ତିନିଟି ହତ୍ୟା ମାମଲା ସହ ୧୭ ଟି ହତ୍ୟା ଉଦ୍ୟମ ଏବଂ ଯତ୍ନ ନେଉଥିବା ୧୯ ଜଣଙ୍କୁ ଅବହେଳା କରିଥିବା ଅଭିଯୋଗ କରିଥିଲେ। 

ଶେଷରେ ଆମେରିକା କୋର୍ଟ ୬ ମାସ ପରେ ହେଥରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତିନି ହତ୍ୟା ମାମଲା ଏବଂ ୧୯ଟି ହତ୍ୟା ଉଦ୍ୟମରେ ଦୋଷୀ ସାବ୍ୟସ୍ତ କରିବା ସହ ୭୦୦ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। 

US Murder Case US Nurse Sentenced Nurse Killed Patients
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe