Advertisment

ଭାରତରେ ଚାଇନାର ପ୍ରଚାର ଓ ଶିଳ୍ପପତି ସିଙ୍ଘମଙ୍କ ଲିଙ୍କକୁ ନେଇ ଚର୍ଚ୍ଚା

ସିଙ୍ଘମ ଚାଇନିଜ ସରକାରଙ୍କ ମିଶି କାମ କରୁଛନ୍ତି ଓ ବେଜିଂର ନୀତି ଓ ପ୍ରଚାର ପାଇଁ ପୂରା ବିଶ୍ୱକୁ ପାଣ୍ଠି ଯୋଗାଣ କରୁଛନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି।

author-image
Hemant Lenka
China

China

ଚାଇନାର ଓକିଲାତି କରିବା ଓ ଏହାର ନୀତିକୁ ପ୍ରଚାର କରିବା ପାଇଁ କେମିତି ପାଣ୍ଠି ଯୋଗାଣ କରାଯାଉଛି, ତା’ର ଗୋଟିଏ ରିପୋର୍ଟ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଛି। ବିଶ୍ୱର ବିଭିନ୍ନ ସ୍ଥାନ ସମେତ ଭାରତରେ ଏହି କାମ ଚାଲିଛି। ଏହା ପଛରେ ଆମେରିକାନ ଶିଳ୍ପପତି ନେଭାଇଲ ରୟ ସିଙ୍ଘମଙ୍କ ହାତ ରହିଛି। ନିଜକୁ ସମାଜବାଦ ବିଚାରଧାରାର ଲୋକ କହୁଥିବା ସିଙ୍ଘମ ଚାଇନାର ପ୍ରଚାର ପାଇଁ ପାଣ୍ଠି ଯୋଗାଣ କରୁଥିଲେ।

Advertisment

ଖବର କାଗଜ କରିଥିବା ରିପୋର୍ଟରେ ସିଙ୍ଘମ ପ୍ରଥମେ ମାସାକହୁସେଟ୍ଟସରୁ ନିଜକୁ ଥିଙ୍କଟ୍ୟାଙ୍କ କହି କାମ ଆରମ୍ଭ କରିଥିଲେ। ଏହାପରେ ତାଙ୍କ ସଂସ୍ଥା କେମିତି ଦକ୍ଷିଣ ଆଫ୍ରିକାର ଗୋଟିଏ ରାଜନୀତିକ ଦଳ ପାଇଁ ମାନହାଟ୍ଟନରେ କାର୍ଯ୍ୟକ୍ରମର ଡିଲ ପାଇଲା ଓ ଭାରତ ଏବଂ ବ୍ରାଜିଲରେ କେମିତି ନ୍ୟୁଜ ଅର୍ଗାନାଇଜେସନ ତିଆରି କଲା, ତା’ର ବିସ୍ତୃତ ତଥ୍ୟ ରହିଛି।

ସିଙ୍ଘମ ଚାଇନିଜ ସରକାରଙ୍କ ମିଶି କାମ କରୁଛନ୍ତି ଓ ବେଜିଂର ନୀତି ଓ ପ୍ରଚାର ପାଇଁ ପୂରା ବିଶ୍ୱକୁ ପାଣ୍ଠି ଯୋଗାଣ କରୁଛନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି। ପ୍ରଥମେ ଟ୍ୱିଟର୍‌ରେ ସିଙ୍ଘମ ସମସ୍ତଙ୍କ ସାମ୍ନାକୁ ଆସିଥିଲେ। ନିଜକୁ ଫାଶୀବାଦୀ ବିରୋଧୀ ବୋଲି କହୁଥିବା ଲୋକଙ୍କ ଦ୍ୱାରା ସେ ଆବିଷ୍କୃତ ହୋଇଥିଲେ। ନ୍ୟୁଜ ଲାଇନ୍ସ ଓ ଦକ୍ଷିଣ ଆଫ୍ରିକାର ଇନଭେଷ୍ଟିଗେଟିଭ ଆଟଲେଟ ଆମାଭୁଙ୍ଗାନେରେ ପ୍ରକାଶିତ ରିପୋର୍ଟକୁ ସେମାନେ ଅନୁସରଣ କରିଥିଲେ।

Advertisment

ନ୍ୟୁୟର୍କ ଟାଇମ୍ସରେ କୁହାଯାଇଛି ଯେ ସିଙ୍ଘମଙ୍କ ସହ ଲିଙ୍କରେ ଭାରତରେ ଗୋଟିଏ ନ୍ୟୁଜ ସଂଗଠନ ଖୋଲିଛି। ଭାରତ ସରକାର ଏହାର ଲିଙ୍କ ଚାଇନିଜ ସରକାରଙ୍କ ସହ ଥିବା ଜାଣିବା ପରେ ରେଡ୍‌ ମଧ୍ୟ କରିଥିଲେ। ସିଙ୍ଘମ ନ୍ୟୁଜ ୱେବସାଇଟ ନ୍ୟୁଜ କ୍ଲିକକୁ ପାଣ୍ଠି ଯୋଗାଣ କରିଥିଲେ।

ଏହି ସଂସ୍ଥା ଏମିତି ଗୋଟିଏ ଭିଡିଓ ପ୍ରସ୍ତୁତ କରିଥିଲା, ଯେଉଁଥିରେ ଚାଇନିଜ ସରାକରଙ୍କ ପ୍ରଶଂସା କରାଯାଇଥିଲା। ଚାଇନିଜ ଇତିହାସକୁ ଏଥିରେ ନିୟମିତ ପ୍ରଦର୍ଶନ କରାଯାଇଥିଲା। ୱାର୍କିଂ କ୍ଲାସକୁ ଚାଇନାର ନୀତି ଆଦର୍ଶ ଦେଖାଇ ସେ ଦିଗରେ ଅନୁପ୍ରାଣିତ କରିଥିଲା ବୋଲି ନ୍ୟୁୟର୍କ ଟାଇମ୍ସ କହିଛି।

ଭାରତ ସରକାର ରେଡ୍‌ କରିବା ପରେ ସିଙ୍ଘମ ଓ ନ୍ୟୁଜକ୍ଲିକ ମଧ୍ୟରେ ଥିବା ଲିଙ୍କର ତଦନ୍ତ ଆରମ୍ଭ କରିଥିଲେ। ଚାଇନିଜ ସରକାରଙ୍କ ପ୍ରଚାର ପାଇଁ ସିଙ୍ଘମଙ୍କ ସହ ଜଡ଼ିତ ଗ୍ରୁପ ଗୁଡ଼ିକ କୋଟି କୋଟି ଟଙ୍କା ପାଇଁଛନ୍ତି।

ନୋ କୋଲ୍ଡ ୱାର, ପପଡ ଅପ ଇନ ରିସେଣ୍ଟ ଇୟର୍ସ, ଆମେରିକା ଆଣ୍ଟି ୱାର ଗ୍ରୁପ କୋଡ ପିଙ୍କ ଅଧିକାରୁ ଅଧିକ ଟଙ୍କା ପାଇଛନ୍ତି। ଏହି ସଂସ୍ଥା ଗୁଡ଼ିକ ଏନଜିଓ ସହାୟତାରେ ୨୭୫ ମିଲିୟନ ଡଲାର ପ୍ରଦାନ କରାଯାଇଛି। ଏହି କାମରେ ତାଙ୍କ ପତ୍ନୀ ମଧ୍ୟ ସାମିଲ ଅଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। 

ତେବେ ସିଙ୍ଘମ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଚାଇନିଜ ସରକାରଙ୍କ ପାଇଁ କାମ କରୁ ନଥିବା ସଫେଇ ଦେଇଛନ୍ତି।

China America India