ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’ରେ ଦୁଲୁକିଲା ସିଡନୀ ପାର୍କ

ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’ରେ ଦୁଲୁକିଲା ଅଷ୍ଟ୍ରେଲିଆର ସିଡନୀ ପାର୍କ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଡନୀ ପାର୍କରେ ସ୍ୱାଗତ କରାଯାଇଥିଲା। ଏଥିନିମନ୍ତେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପରିବେଷଣ ହୋଇଥିଲା ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’ ।

ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’ ।

  • Published: Wednesday, 24 May 2023
  • , Updated: 24 May 2023, 11:27 AM IST

ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’ରେ ଦୁଲୁକିଲା ଅଷ୍ଟ୍ରେଲିଆର ସିଡନୀ ପାର୍କ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଡନୀ ପାର୍କରେ ସ୍ୱାଗତ କରାଯାଇଥିଲା। ଏଥିନିମନ୍ତେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପରିବେଷଣ ହୋଇଥିଲା ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’ । ଉକ୍ତ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ଲୋକ ଏହି ଓଡ଼ିଆ ଲୋକଗୀତରେ ଝୁମିଥିଲେ ।

 ‘ଦୁରୁଆ’ ସମ୍ପ୍ରଦାୟର ଲୋକେ ବିବାହ ସମାରୋହ ବେଳେ ଏହି ନୃତ୍ୟ ଜରିଆରେ ସେଲିବ୍ରେସନ କରନ୍ତିା ଢୋଲ, ଝାଞ୍ଜକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଗୀତ ଯେତେ ସ୍ମୃତି ମଧୁର ସେତେ ପ୍ରଭାବଶାଳୀ । କଣ୍ଠଶିଳ୍ପୀ ସୁସ୍ମିତା ଦାସ ଏହି ଗୀତକୁ ଗାଇଛନ୍ତିା ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟଙ୍କ ସହ ଅଷ୍ଟ୍ରେଲିୟ ନାଗରିକ ।

‘ଧିତାଙ୍ଗ ଧିତାଙ୍ଗ’ ଗୀତକୁ ଓଡ଼ିଅ କଣ୍ଠଶିଳ୍ପୀ ସସ୍ମିତା ଦାସ କଣ୍ଠଦାନ କରିଛନ୍ତି। ସିଡନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ଏହା ପରିବେଷିତ ହୋଇଥିବା ବେଳେ ସେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏଥିନିମନ୍ତେ ସେ ଗୀତ ରଚନା କରିଥିବା ସଂଗ୍ରାମ ମହାନ୍ତି ଓ ଏହାର ମ୍ୟୁଜିକ ଦେଇଥିବା ଅଭିଜିତ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳୁଥିବା ବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିଜ୍‌ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ମୋଦି ହିଁ ପ୍ରକୃତ ବସ୍‌ ବୋଲି ଉଲ୍ଲେଖ କରିଛନ୍ତି । ଚଳିତ ବର୍ଷ ଭାରତରେ କ୍ରିକେଟ୍‌ ବିଶ୍ୱକପ୍‌ ଏବଂ ଦୀପାବଳି ଉତ୍ସବ ଦେଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି।

Related story