Advertisment

କଣ ସତରେ ସାନ ପୁଅକୁ ଯୁଦ୍ଧ କ୍ଷେତ୍ର ପଠାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ?

ଅଭନୀର୍ ନେତାନ୍ୟାହୁ ଇସ୍ରାଏଲ ତେଲ୍ ଅଭିବର ଆମ୍ମୁନିସନ୍ ହିଲରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ରେ ଯୋଗ ଦେବାକୁ ଯିବା ସମୟର ଫଟୋ।

author-image
Debibandita Barick
ଅଦ୍ୟତନ ହୋଇଛି
Israel PM And His Son

Israel PM And His Son

ହମାସ ଆକ୍ରମଣ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କ ସାନ ପୁଅକୁ ଯୁଦ୍ଧ କ୍ଷେତ୍ରକୁ ପଠାଇବାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ରାଷ୍ଟ୍ର ସ୍ୱାର୍ଥ ପାଇଁ ବେଞ୍ଜାମିନ୍ ତାଙ୍କ ପୁଅଙ୍କୁ ଯୁଦ୍ଧ ପାଇଁ ରଣକ୍ଷେତ୍ରକୁ ଅତି ଉତ୍ସାହର ସହ ପଠାଉଥିବା ଚିତ୍ର ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ମାତ୍ର ଏହି ସୂଚନା ସମ୍ପୂର୍ଣ୍ଣ ରୂପେ ଭୁଲ୍ ତଥ୍ୟ ଉପରେ ଆଧାରିତ। କାରଣ, ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଫଟୋ 2014ର ବୋଲି ସ୍ପଷ୍ଟ ହୋଇଛି। ବେଞ୍ଜାମିନଙ୍କ ସାନପୁଅ ଅଭନୀର୍ ନେତାନ୍ୟାହୁ ଇସ୍ରାଏଲ ତେଲ୍ ଅଭିବର ଆମ୍ମୁନିସନ୍ ହିଲରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ରେ ଯୋଗ ଦେବାକୁ ଯିବା ସମୟର ଫଟୋ।

Old Postପୁରୁଣା ପୋଷ୍ଟ

ଏହି ସମୟରେ ନେତାନ୍ୟାହୁ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, "ଆମେ ମଧ୍ୟ ଅନ୍ୟ ମାଆ-ବାପାଙ୍କ ପରି, ଯେଉଁମାନେ ସେମାନଙ୍କ ପିଲା ସେନାରେ ଭର୍ତ୍ତି ହେଉଥିବାର ଦେଖନ୍ତି। ସମସ୍ତେ ଜାଣନ୍ତି, ଆମ ଘର ହେଉଛି ଇସ୍ରାଏଲ। ମୁଁ ଅଭନୀରକୁ ନିଜର ଆଉ ଦେଶର ଯତ୍ନ ନେବାକୁ କହିଛି। 

Advertisment

ଏହି ଫଟୋ ଡିସେମ୍ବର 1, 2014ରେ ପୋଷ୍ଟ ହୋଇଥିଲା। ବର୍ତ୍ତମାନ ଏହି ଫଟୋକୁ ନେଇ ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ସମୟର ବୋଲି କୁହାଯାଉଥିଲା। ମାତ୍ର ତାହା ସମ୍ପୂର୍ଣ୍ଣ ତଥ୍ୟ ଅଭିତ୍ତିକ। 

Israel Benjamin Netanyahu Hamas Israel-Palestine Conflict Palestine Avner Netanyahu