ଇସ୍ରାଏଲର ବେର୍ଶେବାରେ ବଡ଼ ଧରଣର ଗୁଳିବିନିମୟ। ଏକ ବସଷ୍ଟାଣ୍ଡରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟି ଥିବାବେଳେ 9 ଜଣ ଆହତ ହୋଇଛନ୍ତି।
ତେବେ ଗୁଳିବିନିମୟ ପଛରେ କାହାର ହାତ ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ଆକ୍ରମଣକାରୀକୁ ନିପାତା କରାଯାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି।
Also Read
ଇସ୍ରାଏଲ ପୁଲିସ କହିଛି ଯେ, ବେର୍ଶେବା କେନ୍ଦ୍ରୀୟ ବସଷ୍ଟାଣ୍ଡ ନିକଟରେ ଗୁଳିବିନିମୟ ହୋଇଥିଲା। ଲୋକମାନେ ଛିଡ଼ା ହୋଇଥିବା ସମୟରେ ଆଖିବୁଜା ଗୁଳିମାଡ଼ କରିଥିଲେ ଜଣେ ଦୁର୍ବୃତ୍ତ। ପୁଲିସ ସେହିଠାରେ ହିଁ ଆତଙ୍କାଦୀର ଏନକାଉଣ୍ଟର କରିଦେଇଛି। ମାତ୍ର ଏଥିରେ ଜଣେ ଲୋକଙ୍କର ଜୀବନ ଚାଲି ଯାଇଥିବା ଇସ୍ରାଏଲ ପୁଲିସ କହିଛି।
ତେବେ ବିଭିନ୍ନ ପଟରୁ ଶତ୍ରୁ ଦେଶକୁ ସାମ୍ନା କରୁଥିବା ଇସ୍ରାଏଲ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି। ଏଥିସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ଏଲ୍ଓସିରେ ତୋପ ପରୀକ୍ଷା କଲା ପାକିସ୍ତାନ
ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା (LoC) ନିକଟରେ କେତେକ ତୋପ ପରୀକ୍ଷା କରିଛି ପାକିସ୍ତାନ। ଏଲ୍ଓସିରେ ପାକିସ୍ତାନର ସାମରିକ ପରୀକ୍ଷଣକୁ ସମର୍ଥନ କରି ଉନ୍ନତମାନର ବଙ୍କର ନିର୍ମାଣ କରିବା ସହ ଅତ୍ୟାଧୁନିକ ଯୋଗାଯୋଗ ସିଷ୍ଟମ୍ ଯୋଗାଇ ଦେଇଛି ଚାଇନା।
Guest Column
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ ରଣଭୂମି ରାଜ୍ୟ
ଲଗାତାର ଭାବେ କିଛି ରାଜ୍ୟ ରିପବ୍ଲିକାନ ଦଳ ସପକ୍ଷରେ ଭୋଟ ଦେଇଆସୁଥିବାରୁ ସେହି ରାଜ୍ୟଗୁଡ଼ିକୁ ‘ରେଡ ଷ୍ଟେଟ୍’ (ଲାଲ ରାଜ୍ୟ) କୁହାଯାଇଥାଏ। ସେହିପରି ବାରମ୍ୱାର ଡେମୋକ୍ରାଟ ଦଳ ସପକ୍ଷରେ ଥିବା ରାଜ୍ୟଗୁଡ଼ିକ ‘ବ୍ଲୁ ଷ୍ଟେଟ୍’ (ନୀଳ ରାଜ୍ୟ) ଭାବେ ବିଦିତ। ତେବେ ଏମିତି କିଛି ‘ସ୍ୱିଙ୍ଗ ଷ୍ଟେଟ୍’ ବା ଝୁଲନ୍ତ ରାଜ୍ୟ ଅଛନ୍ତି ଯେଉଁଠାରେ ଉଭୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ଏତେ କମ ହୋଇଥାଏ ଯେ ସେହି ରାଜ୍ୟ କେଉଁ ଦଳ ସପକ୍ଷରେ ମତ ଦେବ, ତାହା ଶେଷ ପର୍ଯ୍ୟନ୍ତ ଜଣାପଡ଼ି ନଥାଏ।
Guest Column
ଆମେରିକାରେ ଇସଲାମୋଫୋବିଆ ଓ ଯୁଦ୍ଧଖୋର ମନୋବୃତ୍ତି
‘କମଳା ହାରିସ ଅସୁନ୍ଦର’, ‘କମଳା ହାରିସ ଏକ ବେଶ୍ୟା’, ‘କମଳା ହାରିସ ଜଣେ ରାକ୍ଷସୀ’ - ଗୋଟିଏ ଦେଶର ଜଣେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧୀ ଦଳର ଅନ୍ୟ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଓ ତାଙ୍କ ପ୍ରତିନିଧି ଏଭଳି ନିମ୍ନ ସ୍ତରରେ ମନ୍ତବ୍ୟ ଦେବା ପ୍ରମାଣିତ କରୁଛି ଯେ ଆମେରିକାର ନିର୍ବାଚନ ମଧ୍ୟରେ ଯାହା ଚାଲିଛି ତାହା ଗଣତନ୍ତ୍ର ନୁହେଁ।
International
ଗୁଗଲ ଉପରେ ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାର ଜୋରିମାନା, ବିଶ୍ୱ ଜିଡିପି ଠାରୁ ଅଧିକ
ଜୋରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ସରଳ ଭାଷାରେ କହିଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ ଅଧିକ ପରିମାଣର ଜୋରିମାନା ରୁଷର ଗୋଟିଏ କୋର୍ଟ ଗୁଗଲ ଉପରେ ଲାଗୁ କରିଛନ୍ତି।
International
ବିମାନରୁ ଓହ୍ଲାଉ ଓହ୍ଲାଉ ପଡ଼ିଗଲେ ପାକିସ୍ତାନ ରାଷ୍ଟ୍ରପତି, ଭାଙ୍ଗିଗଲା ଗୋଡ଼
ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦ୍ଦାରୀଙ୍କ ସହ ଘଟିଛି ଅଘଟଣ। ବିମାନରୁ ଓହ୍ଲାଉଥିବା ବେଳେ ଅସାବଧାନତାବଶଃତ ଖସି ପଡ଼ିବାରୁ ଜର୍ଦ୍ଦାରୀଙ୍କ ଗୋଡ଼ ଭାଙ୍ଗି ଯାଇଛି।