Advertisment

ଓସାମା ବିନ ଲାଡେନର ପୁଅ ହମଜା ଜୀବିତ, ଆଫାଗନିସ୍ତାନରେ ସକ୍ରିୟ

ହମଜା ତା’ର ଭାଇ ଅବଦୁଲ୍ଲା ବିନ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ କାଏଦାର ନେଟୱର୍କ ବିସ୍ତାର କରିବାରେ ଲାଗିଛି।

Hamza

Hamza

Advertisment

ଆତଙ୍କବାଦୀ ସଂଗଠନ ଅଲ କାଏଦାର ମୁଖ୍ୟ ଓସାମା ବିନ ଲାଡେନର ପୁଅ ହମଜା ବିନ ଲାଡେନ ଜୀବିତ ରହିଛି। ସେ ଏବେ ଗୁପ୍ତ ଭାବେ ବାପା ଭଳି ଅଲ କାଏଦର ନେତୃତ୍ୱ ନେଉଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ହମଜା ତା’ର ଭାଇ ଅବଦୁଲ୍ଲା ବିନ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ କାଏଦାର ନେଟୱର୍କ ବିସ୍ତାର କରିବାରେ ଲାଗିଛି।

Advertisment

ତାଲିବାନ ବିରୋଧୀ ମିଲିଟାରୀ ସଂଗଠନ ନ୍ୟାଶନାଲ ମୋବିଲାଇଜେସନ ଫ୍ରଣ୍ଟ (ଏନଏମଏଫ) ମଧ୍ୟ ବିସ୍ତୃତ ଭାବେ ହମଜା ଓ ତା’ର ସହଯୋଗୀଙ୍କ ଅପରେସନ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛି। ଏହି ଆଉଟ ଲେଟ କହିଛି ଯେ ଆତଙ୍କର କ୍ରାଉନ ପ୍ରିନ୍ସ ଭାବେ ପରିଚୟ ହାସଲ କରିଥିବା ବ୍ୟକ୍ତି ଜଣକ ନର୍ଦ୍ଦନ ଆଫଗାନିସ୍ତାନରେ ରହିଛି। ତା’ ଚାରିପାଖରେ ସବୁବେଳେ ୪୫୦ ଜଣ ସ୍ନାଇପର ରହୁଛନ୍ତି।

କାବୁଲରୁ ନିର୍ବାଚିତ ସରକାର ୨୦୨୧ରେ ହଟିବା ପରେ ଆଫଗାନିସ୍ତାନ ଧୀରେଧୀରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ଗୁଡ଼ିକର ତାଲିମ ପେଣ୍ଠ ପାଲଟି ଯାଇଛି। ହମଜା ବିନ ଲାଡେନ ନିଜର ସହଯୋଗୀମାନଙ୍କ ସହ ପଞ୍ଜଶିରରେ ଥିବା ଦାରା ଅବଦୁଲ୍ଲା ଖେଲ ଜିଲ୍ଲାକୁ ଚାଲି ଯାଇଛି।

Advertisment

ସେଠାରେ ତାକୁ ୪୫୦ ଆରବ ଓ ପାକିସ୍ତାନୀ ସୁରକ୍ଷା ଦେଉଛନ୍ତି। ତା’ କମାଣ୍ଡରେ ଏବେ ଅଲ କାଏଦା ପୁଣି ସଂଗଠିତ ହେଉଛି ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି।

୨୦୧୯ରେ ଆମେରିକା କରିଥିବା ଏୟାର ଷ୍ଟ୍ରାଇକରେ ହମଜା ପ୍ରାଣ ହରାଇଥିବା ଦାବିକୁ ଏନଏମଏଫ ରିପୋର୍ଟ ଖଣ୍ଡନ କରିଛି। ଏଥିରେ କୁହାଯାଇଛି ଯେ ଲାଡେନ ନିହତ ହେବା ପରେ ଅୟମାନ ଅଲ ଜୱାହିରି ଅଲକାଏଦା କଥା ବୁଝିବା ଆରମ୍ଭ କରିଥିଲା। ତା’ ପାଖରେ ହମଜା ରହିଥିଲା। ଜୱାହିରି ସହ ସେ ମିଳିତ ଭାବେ କାମ କରୁଥିଲା। ତେଣୁ ମୃତ୍ୟୁ ଖବରରେ କୌଣସି ସତ୍ୟତା ନଥିବା ରିପୋର୍ଟରେ କୁହାଯାଇଛି।

ଆମେରିକା ଓ ଅନ୍ୟ ଦେଶଗୁଡ଼ିକ ଉପରେ ହମଲା କରିବା ପାଇଁ ହମଜାର ଅଡିଓ ଓ ଭିଡିଓ ଭାଇରାଲ ହେବାରେ ପରେ ତା’ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ହେଲେ ମୃତ୍ୟୁର ତାରିଖ ଓ ସ୍ଥାନ ବିଷୟରେ କିଛି ବି କୁହାଯାଇ ନଥିଲା। ପେଣ୍ଟାଗନ ମଧ୍ୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନଥିଲା।

ହମଜାକୁ ଆମେରିକା ବିଶ୍ୱସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ଓ ସେ ଇରାନରେ ଗୃହବନ୍ଦୀ ହୋଇ ରହିଥିବା କୁହାଯାଉଥିଲା। ହେଲେ ସେ ଏବେ ଆଫଗାନିସ୍ତାନରେ ସକ୍ରିୟ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

କୁହାଯାଏ ଯେ ହମଜାର ଜନ୍ମ ସାଉଦି ଆରବର ଜେନାହରେ ହୋଇଥିଲା। ଏହାପରେ ସେ ଇରାନରେ ତା’ଜ ମା’ ସହ ରହିଥିଲା। ହମଜାର ବାପା ଓସାମା ବିନ ଲାଡେନକୁ ଆମେରିକାର ସ୍ପେଶାଲ ଫୋର୍ସ ସ୍ୱତନ୍ତ୍ର ଅପରେସନ ମାଧ୍ୟରେ ହତ୍ୟା କରିଥିଲେ। ସେ ପାକିସ୍ତାନର ଆବୋଟ୍ଟାବାଦରେ ଲୁଚି ଥିବା ବେଳେ ତା’କୁ ୨୦୧୧ରେ ହତ୍ୟା କରାଯାଇଥିଲା। ସେ ପୂରା ବିଶ୍ୱକୁ ଦୋହଲାଇ ଦେଇଥିବା ଆମେରିକା ୯/୧୧ ହମଲାର ମାଷ୍ଟରମାଣ୍ଡ। ଏହି ହମଲାରେ ୩ ହଜାର ଲୋକ ପ୍ରାଣ ହରାଇଥିଲେ।

Pakistan Afganistan Osama Bin Laden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe