Advertisment

ଥମୁନି ନିଆଁ, OSCAR ଯାଏ ପହଞ୍ଚିଲା

ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨ (ଭାରତରେ ମାର୍ଚ୍ଚ ୩) ତାରିଖରେ ଲସ୍‌ ଏଞ୍ଜଲିସ୍‌ ସ୍ଥିତ ଡଲବି ଥିଏଟରରେ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ଏବେ ସ୍ଥଗତି ରଖିବାକୁ ଘୋଷଣା କରାଯାଇଛି।

Los Angeles Wildfire

Los Angeles Wildfire

Advertisment

ଜଳୁଛି ଜଙ୍ଗଲ। ନିଆଁ ଆଁରେ ପୋଡି ପାଉଶଁ ହୋଇଗଲାଣି ଘର ଦ୍ୱାର। ଦିନକୁ ଦିନ ଏହା କମିବା ବଦଳରେ ଆହୁରି ବିକରାଳ ରୂପ ଧରି ଆଗକୁ ବଢ଼ି ଚାଲିଛି। ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଲାଗିଥିବା ଏହି ଭୟଙ୍କର ନିଆଁ ଏବେ ଓସ୍କାର ୨୦୨୫ ଯାଏଁ ପହଞ୍ଚିଗଲାଣି।

Advertisment

ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨ (ଭାରତରେ ମାର୍ଚ୍ଚ ୩) ତାରିଖରେ ଲସ୍‌ ଏଞ୍ଜଲିସ୍‌ ସ୍ଥିତ ଡଲବି ଥିଏଟରରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହାର ନମିନେସନରେ ବିଳମ୍ବ ହେବା ନେଇ ଘୋଷଣା କରାଯାଇଛି।

ଲସ୍‌ ଏଞ୍ଜଲିସରେ ଜାରି ରହିଥିବା ନିଆଁର ତାଣ୍ଡ ଯୋଗୁ ଓସ୍କାର ୨୦୨୫ ସମ୍ବନ୍ଧୀୟ ପ୍ରୋଗ୍ରାମ ଏବଂ କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ଏକାଡେମୀ ଅଫ୍ ମୋସନ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସେସ୍ ଘୋଷଣା କରିଛି। ପ୍ରାୟ ଏକ ସପ୍ତାହ ଧରି ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁ ଏହା ଅନେକ ଏକାଡେମୀ ସଦସ୍ୟଙ୍କୁ ସିଧାସଳଖ ପ୍ରଭାବିତ କରିଛି। ଏଥିରେ ଚାରିଜଣ ରାଜ୍ୟପାଳ ଏବଂ ଜଣେ ପୂର୍ବତନ ସିଇଓ ଅଛନ୍ତି, ଯେଉଁମାନେ ନିଆଁ ଲାଗି ନିଜ ଘର ହରାଇଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ନିଆଁରେ ପୋଡି ୨୬ ଜଣଙ୍କ ମୃତ୍ୟୁ ହୋଇସାରିଲଣି। ସେହିପରି ଅନେକ ନିଖୋଜ ଅଛନ୍ତି। ନିଆଁ ଏପରି ବଢ଼ିଛି ଯେ ଏହା କାଲିଫର୍ଣ୍ଣିଆରେ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଛି। ପ୍ରବଳ ପବନ ଜାରି ରହିଥିବାରୁ ଏହା ଏବେ ଆହୁରି ବ୍ୟାପିବାକୁ ଯାଉଛି ଯାହା ଚିନ୍ତାର ବିଷୟ। ତେଣୁ ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ସେହିପରି ନିଆଁ ଲାଗି ୧୦ ହଜାରରୁ ଅଧିକ ଘର ଜଳି ପୋଡି ନଷ୍ଟ ହୋଇଗଲାଣି। ଏଥିରେ ଅନେକ ହଲିଉଡ ସେଲେବ୍ରିଟିଙ୍କ ଘର ମଧ୍ୟ ସାମିଲ ଅଛି। ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷ କୋଟି ଟଙ୍କାର ସିମ୍ପତ୍ତି ନଷ୍ଟ ହୋଇସାରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍ ପରିସ୍ଥିତିକୁ ଯୁଦ୍ଧ ଭଳି ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି। କାନାଡା, ଇରାନ୍‌ ଏବଂ ମେକ୍ସିକୋ ମଧ୍ୟ ରିଲିଫ୍ ପ୍ରୟାସରେ ସହଯୋଗ କରିବା ଆରମ୍ଭ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ପେଲିସାଡେସର ଆଉ ୧୦୦୦ ଏକର ଜମିକୁ ବ୍ୟାପିଯାଇଛି ଏବଂ ଅନେକ ଘର ନଷ୍ଟ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ଏହା ମଧ୍ୟ କଷ୍ଟସାଧ୍ୟ ହେବାରେ ଲାଗିଛି। ଖରାପ ପାଗ ଯୋଗୁଁ ନିଆଁ ଆହୁରି ବ୍ୟାପିପାରେ ବୋଲି ଜାତୀୟ ପାଣିପାଗ ବିଭାଗ ସତର୍କ କରାଇଦେଇଛି।

ସାନ୍ତା ଆନା ପର୍ବତରୁ ପବନ ଲସ୍ ଏଞ୍ଜେଲିସ୍ ଏବଂ ୱେଟୁରା କାଉଣ୍ଟିରେ ତୀବ୍ର ହୋଇ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଗତି କରିବ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତିରେ ନିଆଁ କେବଳ ବ୍ୟାପିବ ନାହିଁ, ବରଂ ଆହୁରି ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

Los Angeles Wildfire Oscar 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe