କରିମ ଓ ଓସାମା
ବାଂଲାଦେଶର ଛାତ୍ର ତଥା ଭାରତ ବିରୋଧୀ ନେତା ଉସମାନ ହାଦିଙ୍କ ହତ୍ୟା ଅଭିଯୁକ୍ତ ଜାରି କରିଛନ୍ତି ଗୋଟିଏ ଭିଡିଓ। ଏହି ଭିଡିଓରେ ସେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୁକ୍ତକୁ ଖଣ୍ଡନ କରିଛନ୍ତି। ବିଦେଶରେ ରହି ସେ ଅଭିଯୋଗକୁ ଖଣ୍ଡନ କରିବା ସହ ଗୋଟିଏ ରାଜନୀତିକ ସଂଗଠନ ଉପରେ ଦୋଷାରୋପ କରିଛନ୍ତି। ଏହି ଭିଡିଓ ରିଲିଜ ହେବାର କିଛି ଘଣ୍ଟା ପୂର୍ବରୁ ବାଂଲାଦେଶର ଜଣେ ସାମ୍ବାଦିକ ହତ୍ୟା ଅଭିଯୁକ୍ତ ଜଣଙ୍କ ଦୁବାଇରେ ଥିବା ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।
ଏହାପରେ ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଜାରି କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଫୈଜଲ କରିମ ମସୁଦ। ତାଙ୍କୁ ଛାତ୍ର ନେତା ଶରିଫ ଉସମାନ ହାଦିଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରିଛି ବାଂଲାଦେଶ ପୁଲିସ୍। ହେଲେ କରିମ ଭିଡିଓ ଜାରି କରି ଏବେ ସେ ଦୁବାଇରେ ଅଛନ୍ତି ଓ ହତ୍ୟାରେ ତାଙ୍କର କୌଣସି ଭୂମିକା ନଥିବା କହିଛନ୍ତି। କରିମ ଘଟଣା ପାଇଁ ଜମାତ ଶିବିରକୁ ଦାୟୀ କରିଛନ୍ତି ଓ ଉସମାନଙ୍କ ସହ ତାଙ୍କର କେବଳ ବ୍ୟବସାୟିକ ସମ୍ପର୍କ ଥିଲା ବୋଲି ଭିଡିଓରେ ଅବଗତ କରାଇଛନ୍ତି।
ଭିଡିଓ ବାର୍ତ୍ତାରେ କରିମ କହିଛନ୍ତି, “ମୁଁ ହାଦିଙ୍କୁ ଆଦୌ ହତ୍ୟା କରିନାହିଁ। ମୋ ପରିବାର ଓ ମୋତେ ଏଥିରେ ଫସା ଯାଉଛି। ନିଜର ସୁରକ୍ଷା ପାଇଁ ମୁଁ ଦୁବାଇ ଚାଲି ଆସିଛି। ହାଦି ହେଉଛନ୍ତି ଜମାତର ଲୋକ। ଜମାତୀମାନେ ସମ୍ଭବତଃ ଏହା ପଛରେ ରହିଛନ୍ତି।” ସେ ଆହୁରି ଦାବି କରିଛନ୍ତି ଯେ ଗୋଟିଏ ଆଇଟି କମ୍ପାନୀର ମାଲିକ ଭାବେ ବ୍ୟବସାୟିକ କାରଣରୁ ସେ ହାଦିଙ୍କୁ ଭେଟିଥିଲେ ଓ ସରକାରୀ ଠିକା ପାଇବା ଆଶାରେ ରାଜନୀତିକ ଚାନ୍ଦା ଦେଇଥିଲେ।
ବାଂଲାଦେଶ(Bangladesh) ପୁଲିସ୍ ଦାବି କରିଥିଲା ଯେ ଡିସେମ୍ବର ୧୨ରେ ହାଦିଙ୍କ ଉପରେ ଆକ୍ରମଣ କରିବା ପରେ କରିମ ଓ ଅନ୍ୟତମ ଅଭଯୁକ୍ତ ଆଲାମଗିର ଶେକ ଦେଶରୁ ଫେରାର ହୋଇଯାଇଥିଲେ। ହାଲୌଘାଟ ସୀମା ଦେଇ ସେମାନେ ଭାରତ ଯିବା ପରେ ସେଠାରୁ ଅନ୍ୟତ୍ର ଚାଲି ଯାଇଛନ୍ତି। ତେବେ ଭାରତର ସୁରକ୍ଷା ଅଧିକାରୀମାନେ ବାରମ୍ବାର ବାଂଲାଦେଶ ପୁଲିସ୍ର ଏପରି ଦାବିକୁ ଖଣ୍ଡନ କରିଥିଲେ।
ଡିସେମ୍ବର ୧୨ରେ ଢାକାର ପଲଟନ ଅଞ୍ଚଳରେ ହାଦିଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ପଠା ଯାଇଥିଲା। କିନ୍ତୁ ଡିସେମ୍ବର ୧୮ରେ ତାଙ୍କର ମୃତ୍ୟୁ ହେବାକୁ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/31/karim-2025-12-31-12-06-54.jpg)