Advertisment

ଆମେରିକା ୯/୧୧ ଆତଙ୍କୀ ହମଲା, ପରିଚୟ ଅପେକ୍ଷାରେ ହଜାରେରୁ ଅଧିକ ମୃତ

ଆମେରିକାରେ ୯/୧୧ ଆତଙ୍କୀ ହମଲାକୁ ଦୀର୍ଘ ୨୨ ବର୍ଷ ବିତି ଯାଇଥିଲେ ବି ୧୦୦୦ରୁ ଅଧିକ ପୀଡିତ ପରିଚୟ ଅପେକ୍ଷାରେ ଅଛନ୍ତି।

ଅଦ୍ୟତନ ହୋଇଛି
9/11 US Attack

9/11 US Attack

Advertisment

ଆମେରିକାର ବାଣିଜ୍ୟିକ ସହର ନ୍ୟୁୟର୍କରେ ଆତଙ୍କୀ ହମଲାକୁ ପୂରିଛି ୨୨ ବର୍ଷ। ୨୦୦୧ର ଏହି କଳାଦିନକୁ ମନେ ପକାଇଛନ୍ତି ଆମେରିକାବାସୀ। ଆତଙ୍କିଙ୍କ ଏହି ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗତକାଲି ଏକ ସ୍ମୃତିସଭାର ଆୟୋଜନ ହୋଇଥିଲା। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୀର୍ଘ ୨୨ ବର୍ଷ ପରେ ବି ୧୦୦୦ରୁ ଅଧିକ ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ।  

Advertisment

୯/୧୧ ଆକ୍ରମଣରେ ୨,୯୭୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ୧,୧୦୪ ପୀଡ଼ିତ ଏବେ ବି ପରିଚୟ ଅପେକ୍ଷାରେ ଅଛନ୍ତି। ଏହି ଦୁର୍ଘଟଣାକୁ ୨୨ ବର୍ଷ ପୂରି ସାରିଥିଲେ ବି ସେମାନଙ୍କ ପରିଚୟ ମିଳିପାରି ନାହିଁ। ନିକଟରେ ଦୁଇ ମୃତକ ଜଣେ ପୁରୁଷ ଓ ମହିଳାଙ୍କ ପରିଚୟ ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା।

ସେମାନଙ୍କ ପରିବାର ବର୍ଗଙ୍କ ଅନୁରୋଧ କ୍ରମେ ନାମ ଗୋପନ ରଖାଯାଇଥିବା ନ୍ୟୁୟର୍କ ମେୟରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଏମାନେ ୧୬୪୮ତମ ଏବଂ ୧୬୪୯ତମ ଶିକାର ବୋଲି କୁହାଯାଇଛି। ୨୦୦୧ ହମଲା ପରଠାରୁ ପ୍ରଥମ କରି ଏହାନଙ୍କ ପରିଚୟ ମିଳିଛି। ଉଦ୍ଧାର ହୋଇଥିବା ମୃତଦେହର DNA ପରୀକ୍ଷା ମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ମେୟର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

Advertisment

ଗ୍ରେଟର ନ୍ୟୁୟର୍କର ଅଗ୍ନିଶମ କର୍ମଚାରୀ ସଂଘ ସୋମବାର ଏକ ଫେସବୁକ୍ ପୋଷ୍ଟରେ କହିଛି ଯେ, ୨୦୦୧ର ଆତଙ୍କୀ ହମଲାରେ ୩୪୩ ନ୍ୟୁୟର୍କ ସିଟି ଅଗ୍ନିଶମ କର୍ମଚାରୀ ପ୍ରାଣ ହରାଇଥିଲେ। ପରବର୍ତ୍ତୀ ସମୟରେ ବିରଳ କର୍କଟ ପ୍ରକାର ରୋଗରେ ପୀଡ଼ିତ ହୋଇ କିମ୍ବା ଧୂଳି କଣା ସଂସ୍ପର୍ଶରେ ଆସି ୩୪୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ପୀଡିତଙ୍କ ପରିଚୟ କେବେ ମିଳୁଛି ତା ଉପରେ ନଜର।  

America News Terrorist Attack In America 9/11 US Attacks US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe