Advertisment

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ଏଯାଏଁ ଗଲାଣି ୧୧୦୦ ଜୀବନ, ମ୍ୟୁଜିକ ଫେଷ୍ଟରେ ୨୬୦ ମୃତ

ଇସ୍ରାଏଲର ୪୪ରୁ ଅଧିକ ସୈନିକଙ୍କ ସମେତ ୭୦୦ରୁ ଅଧିକ ଲୋକ ମୃତ। କେବଳ ଗୋଟିଏ ମ୍ୟୁଜିକ ଫେଷ୍ଟରୁ ମିଳିଛି ୨୬୦ ମୃତଦେହ।

ଅଦ୍ୟତନ ହୋଇଛି
missile explodes in Gaza City

missile explodes in Gaza City

Advertisment

ତୀବ୍ର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ। ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀ ହମାସର ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଯୁଦ୍ଧ ଘୋଷଣା ମୃତ୍ୟୁର ବିଭୀଷିକା ରଚିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଯାବତ୍ ଉଭୟ ପାର୍ଶ୍ୱର ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି। 

Advertisment

ଏଥିରେ ଇସ୍ରାଏଲର ୪୪ରୁ ଅଧିକ ସୈନିକ ଥିବାବେଳେ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ରବିବାର ଇସ୍ରାଏଲର ନିରନ୍ତର ଏୟାର ଷ୍ଟ୍ରାଇକ୍ ପରେ ଗାଜାରେ ଅତି କମରେ ୪୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଶତାଧିକ ସାଧାରଣ ଜନତାଙ୍କୁ ବନ୍ଦୀ କରିନେଇଛନ୍ତି।

Advertisment

ଇସ୍ରାଏଲର ଉଦ୍ଧାରକାରୀ ସଂସ୍ଥା ଜାକା ରିପୋର୍ଟ କରିଛି ଯେ, ହାମାସ ଆକ୍ରମଣ ପରେ ଏକ ମ୍ୟୁଜିକ୍ ଫେଷ୍ଟରୁ ପ୍ରାୟ ୨୬୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁରୁଣା ବିବାଦକୁ ନେଇ ପାଲେଷ୍ଟାଇନର ହମାସ ସଂଗଠନ ଶନିବାର ସକାଳେ ଅଚାନକ ଇସ୍ରାଏଲ ଉପରେ ରକେଟ୍ ମାଡ କରିଥିଲା। ବିଭିନ୍ନ ସ୍ଥାନରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ରକେଟ୍ ମାଡ କରିଥିଲା ହମାସ ସଂଗଠନ। ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ।

ଯୁଦ୍ଧ ଘୋଷଣା ପରେ ମୃତ୍ୟୁସଂଖ୍ୟା ବଢିବା ସହ ଉଭୟ ପକ୍ଷ ରକ୍ତମୁଖା ହୋଇ ଉଠିଛନ୍ତି। ହମାସ ନିଜ ଜିଦରେ ଅଟଳ ଥିବାବେଳେ, ନେତାନ୍ୟାହୁ ଆତଙ୍କବାଦୀ ସଂଗଠନ ହମାସକୁ ଧ୍ୱଂସ କରିଦେବାକୁ ଶପଥ ନେଇଛନ୍ତି। ଏଥିସହ ସେ ହମାସର ଆକ୍ରମଣକୁ ଏକ ଦୀର୍ଘ ତଥା ଆହ୍ୱାନପୂର୍ଣ୍ଣ ଯୁଦ୍ଧର ଆରମ୍ଭ ବୋଲି ଘୋଷଣା କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe