Advertisment

ମେକ୍ସିକୋରେ ଭୟଙ୍କର ହିଟୱେଭ, ଗଲାଣି ୧୦୦ରୁ ଅଧିକ ଜୀବନ

ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୫୦ ଡିଗ୍ରୀ ନିକଟରେ ପହଞ୍ଚି ଯାଇଛି। ପୂର୍ବରୁ ମେକ୍ସିକୋରେ କେବେ ହେଲେ ବି ଏମିତି ସ୍ଥିତି ଦେଖିବାକୁ ମିଳି ନଥିଲା ବୋଲି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Mexico

Mexico

Advertisment

ଭାରତରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ମେକ୍ସିକୋରେ କିନ୍ତୁ ସାଂଘାତିକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସାଧାରଣତଃ ଥଣ୍ଡା ଦେଶ ଭାବେ ପରିଚିତ ମେକ୍ସିକୋରେ ଏବେ ଭୟଙ୍କର ହିଟୱେଭ ଦେଖାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ହିଟ୍‌ୱେଭ ଯୋଗୁ ଦେଶରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Advertisment

ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୫୦ ଡିଗ୍ରୀ ନିକଟରେ ପହଞ୍ଚି ଯାଇଛି। ପୂର୍ବରୁ ମେକ୍ସିକୋରେ କେବେ ହେଲେ ବି ଏମିତି ସ୍ଥିତି ଦେଖିବାକୁ ମିଳି ନଥିଲା ବୋଲି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଚଳିତ ମାସରେ ୩ ସପ୍ତାହ ହେଲାଣି ସମଗ୍ର ମେକ୍ସିକୋରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଫଳରେ ବିଜୁଳି ଗ୍ରୀଡ ଉପରେ ଏହାର ପ୍ରଭାବ ପଡ଼ିବାରେ ଲାଗିଛି। ଲୋକମାନେ ଅଧିକ ମାତ୍ରାରେ ବିଜୁଳି ଖର୍ଚ୍ଚ କରୁଛନ୍ତି। ଅଧିକାଂଶ ସ୍ଥାନରେ ପ୍ରଶାସନ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ଲୋକମାନେ ଖରାରେ ଡହଳ ବିକଳ ହେଉଛନ୍ତି।

Advertisment

ଖରା ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୨୮ରୁ ୨୪ ଜୁନ ମଧ୍ୟରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ବାକି ମୃତ୍ୟୁ ଏହାର ପୂର୍ବ ସପ୍ତାହରେ ଘଟିଥିଲା। ଗତବର୍ଷ ଖରା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥର ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟର କହିବା କଥା ଅଧିକାଂଶ ଲୋକ ହିଟ୍ ଷ୍ଟ୍ରୋକରୁ ପ୍ରାଣ ହରାଇଛନ୍ତି। ଏହାବାଦ ଡିହାଇଡ୍ରେସନ ମଧ୍ୟ କିଛି ଲୋକଙ୍କ ଜୀବନ ନେଇଛି। ୬୪% ମୃତ୍ୟୁ ନର୍ଦ୍ଦନ ଷ୍ଟେଟ ନୁଇଭୋ ଲେଓନରେ ଘଟିଛି। ୩ ସପ୍ତାହ ହେଲା ପ୍ରଚଣ୍ଡ ଖରା ଅନୁଭବ ହେଉଥିବା ବେଳେ ଏବେ କିଛି ସ୍ଥାନରେ ବର୍ଷା ଆଶ୍ୱସ୍ତି ଆଣିଛି।

ହେଲେ ନର୍ଦ୍ଦନ ସିଟିଗୁଡ଼ିକରେ ଏବେ ବି ତାପମାତ୍ରା ଯଥେଷ୍ଟ ଅଧିକ ରହିଛି। ବୁଧବାର ଅକୋନଚି ସହରରେ ତାପମାତ୍ରା ୪୯ ଡିଗ୍ରୀ ଛୁଇଁଥିଲା। ଗୁରୁବାର ମଧ୍ୟରେ ଏଠାରେ ତାପମାତ୍ରା ୫୦ ଡିଗ୍ରୀ ପାଖରେ ରେକର୍ଡ କରାଯାଇଛି।

Heat Wave Mexico
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe