Advertisment

ପପୁଆ ନ୍ୟୁ ଗିନିରେ ଭୟଙ୍କର ଭୂସ୍ଖଳନ, ଶତାଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ପପୁଆ ନ୍ୟୁ ଗିନିର ରାଜଧାନୀ ପୋର୍ଟ ମୋରସବିଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଏକ ଗ୍ରାମରେ ଭୟଙ୍କର ଭୂସ୍ଖଳନ ଘଟିଛି।

author-image
Debibandita Barick
undefined

Landslide

ପପୁଆ ନ୍ୟୁ ଗିନିରେ ଭୟଙ୍କର ଭୂସ୍ଖଳନ ଘଟିଛି। ଅଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପୋରେସନ୍ (ଏବିସି) ନ୍ୟୁଜ୍ ଏନେଇ ରିପୋର୍ଟ ଅନୁସାରେ, ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

Advertisment

ସୂଚନା ଅନୁସାରେ, ପପୁଆ ନ୍ୟୁ ଗିନିର ରାଜଧାନୀ ପୋର୍ଟ ମୋରସବିଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏଙ୍ଗା ପ୍ରଦେଶର କାଓକଲାମ ଗ୍ରାମରେ ଏହି ଭୂସ୍ଖଳନ ଘଟିଛି। ହଠାତ୍ ଭୁସ୍ଖଳନ ହେବାକୁ ଶହ ଶହ ଲୋକ ମାଟି ତଳେ ଚାପି ହୋଇ ଯାଇଥିଲେ। ଏଥିରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ଏନେଇ କୌଣସି ସରକାରୀ ତଥ୍ୟ ପ୍ରକାଶ ପାଇନଥିଲେ ମଧ୍ୟ ସ୍ଥାନୀୟ ଲୋକ କହିବା ଅନୁସାରେ, ଭୂସ୍ଖଳନ କାରଣରୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥାଇପାରେ। ସ୍ଥାନୀୟ ଲୋକ ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଭୂସ୍ଖଳନ ଏକାଧିକ ଭିଡିଓ ସୋଶାଲ ମିଡିଆରେ ଭଇରାଲ ହେଉଛି। ଲୋକମାନେ ବିରାଟ ପଥର ତଳୁ ଏବଂ ଅଳିଆଗଦାରୁ ଶବ ବାହାର କରୁଥିବା ଭାଇରାଲ ଭିଡିଓ ଦେଖିବାକୁ ମିଳୁଛି। 

Landslide Papua New Guinea Papua New Guinea Landslide