Advertisment

ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ରକ୍ତାକ୍ତ ସଂଘର୍ଷ, ୧୦୦ ମୃତ

ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ।

Clash in Footbal Match

Clash in Footbal Match

Advertisment

ଚାଲିଥିଲା ଫୁଟ୍‌ବଲ୍‌ ମ୍ୟାଚ୍‌। ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିବାକୁ ଖଚାଖଚ ଭିଡ଼ ମଧ୍ୟ ଜମିଥିଲା। ତେବେ ଏତିକି ବେଳେ ଆରମ୍ଭ ହୋଇଥିବା ହିଂସାକାଣ୍ଡ। ଗ୍ୟାଲେରୀରେ ବସିଥିବା ଦର୍ଶକ ପରସ୍ପର ପିଟାପିଟି ହୋଇଥିଲେ। ଫଳରେ ରକ୍ତାକ୍ତ ସଂଘର୍ଷ ଘଟଇଥିଲେ। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ଘଟିଛି ଏଭଳି କିଛି ଘଟଣା।

Advertisment

ରବିବାର ଗିନି ଜେରିକୋରେ ଏକ ଫୁଟବଲ ମ୍ୟାଚ ଚାଲିଥିଲା। ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ। ଚାହୁଁଚାହୁଁ ନିମିଶକ ମଧ୍ୟରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ଆରମ୍ଭ ହୋଇ ଯାଇଥିଲା ହିଂସାତ୍ମକ ସଂଘର୍ଷ। ପରସ୍ପର ସହ ପିଟାପଟି ହୋଇଥିଲେ ପ୍ରଶଂସକ। ଏଥିରେ ୧୦୦ରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହି ପୂରା ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି କେତେ ସତ ତାହା ସ୍ପଷ୍ଟ ହୋଇନାହିଁ। ରାସ୍ତା ଉପରେ କୁଢ଼ କୁଢ଼ ମୃତଦେହ ପିଡିଥିବା ବେଳେ ଲୋକେ ପରସ୍ପରକୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ କ୍ରୋଧିତ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରି ଏନଜେରେକୋର ପୁଲିସ ଷ୍ଟେସନରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Advertisment

ହସ୍ପିଟାଲରେ ଶହଶହ ମୃତଦେହ ପଡ଼ି ରହିଛି। ଶବଗୃହରେ ରଖିବାକୁ ସ୍ଥାନ ନାହିଁ। ଜେରିକୋର ହସ୍ପିଟାଲରେ ମୃତଦେହ ରଖିବାକୁ ଜାଗା ଅଭାବ ପଡ଼ିଥିବା ନେଇ ଜଣେ ଡାକ୍ତର ସୂଚନା ଦେଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ଗିନିର ଜୁଣ୍ଟା ନେତା ମାମାଦି ଡୋମ୍ବୁୟାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଟୁର୍ନାମେଣ୍ଟର ଅଂଶ ଥିଲା। ଯିଏ ୨୦୨୧ରେ ଆକ୍ରମଣ ପୂର୍ବକ କ୍ଷମତା ଦଖଲ କରି ନିଜକୁ ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ।

South Africa Deadly Football Match Clash Between Fans
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe